ଅମିୟ କୁମାର ମଲ୍ଲିକ

ଭାରତୀୟ ଦୃତ ଧାବକ

ଅମିୟ କୁମାର ମଲ୍ଲିକ (ଜନ୍ମ : ୧୪ ନଭେମ୍ବର ୧୯୯୨) ଓଡ଼ିଶାରେ ଜନ୍ମିତ ଜଣେ ଦୃତ ଧାବକ । ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କ ନାମରେ ଜାତୀୟ ରେକର୍ଡ଼ ରହିଛି । ୨୦୧୬ ମସିହାରେ ଦିଲ୍ଲୀଠାରେ ୧୦୦ ମିଟର ଦୌଡ଼ ମାତ୍ର ୧୦.୨୬ ସେକେଣ୍ଡରେ ଅତିକ୍ରମ କରି ସେ ଏହି ଜାତୀୟ ରେକର୍ଡ଼ ସ୍ଥାପନା କରିଥିଲେ ।

ଅମିୟ କୁମାର ମଲ୍ଲିକ‌
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1992-11-14) ୧୪ ନଭେମ୍ବର ୧୯୯୨ (ବୟସ ୩୧)
ଓଳାଂଶ, କଟକ, ଓଡ଼ିଶା
Sport
କ୍ରୀଡ଼ାଦୌଡ଼କୁଦ
Event(s)୧୦୦ ମି
Achievements and titles
Personal best(s)୧୦୦ମି: ୧୦.୨୬ ସେକେଣ୍ଡ (ନୂଆ ଦିଲ୍ଲୀ)
୨୦୦ମି: ୨୧.୦୩ ସେକେଣ୍ଡ (ଭୁବନେଶ୍ୱର ୨୦୧୭)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅମିୟ ୧୯୯୨ ମସିହା ନଭେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ଓଳାଂଶଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଓଡ଼ିଶା ସରକାରଙ୍କର ଶିକ୍ଷାବିଭାଗରେ ଚାକିରୀ କରନ୍ତି । ମଲ୍ଲିକ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଓ କିଟ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଛନ୍ତି ।[୧]

ଖେଳ ଜୀବନ ସମ୍ପାଦନା

ଅମିୟ ୨୦୦୬ ମସିହାରେ ଜୁନିୟର ଏସୀୟ ମିଟରେ କଲୋମ୍ବୋଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେ ୧୦୦ମି ଦୌଡ଼ରେ ରୌପ୍ୟ ଓ ୨୦୦ମି ଦୌଡ଼ରେ କାଂସ୍ୟ ପଦକ (୨୧.୩୩ ସେକେଣ୍ଡ) ହାସଲ କରିଥିଲେ । ୨୦୧୧ ମସିହାରେ ସେ ଆଘାତପ୍ରାପ୍ତ ହୋଇ ୬ମାସ ପାଇଁ ଖେଳରୁ ଦୂରେଇ ଯାଇଥିଲେ । ସେ ସମୟରେ ତାଙ୍କୁ ଆଶାବାଡ଼ି ଧରି ଚାଲିବାକୁ ପଡ଼ିଥିଲା ।[୨] ଡାକ୍ତରମାନେ ସେ ଖେଳିବା ଓ ପୁରୁଣା ଗତିକୁ ଫେରି ପାଇବାନେଇ ଆଶା ହରେଇଥିବା ସମୟରେ ଅମିୟ ୨୦୧୨ ମସିହାରେ ପୁଣି ଖେଳକୁ ଫେରିଥିଲେ ।[୧][୩]

୨୦୧୩ ମସିହାରେ ଅମିୟ ରାଞ୍ଚିଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଆଥଲେଟିକ ଚମ୍ପିୟାନସିପରେ ସ୍ୱର୍ଣ୍ଣପଦକ (21.22) ହାସଲ କରିଥିଲେ । ୨୦୧୪ ମସିହାରେ ସେ, ଉସେନ ବୋଲ୍ଟ ଓ ୟୋହାନ ବ୍ଲେକଙ୍କ ପ୍ରଶିକ୍ଷକ ଗ୍ଲେନ ମିଲ୍ସଙ୍କ ଅଧିନରେ କିଙ୍ଗଷ୍ଟନଠାରେ ୪ ମାସ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପ୍ରଶିକ୍ଷଣରେ ହୋଇଥିବା ୧୬ଲକ୍ଷ ଟଙ୍କାର ବ୍ୟୟଭାର ତାଙ୍କ ପିତା, ରାଜ୍ୟ ଆଥଲେଟିକ ଆସୋସିଏସନ ଓ କିଛି ପ୍ରାୟୋଜକ କମ୍ପାନୀ ଗ୍ରହଣ କରିଥିଲେ ।[୪][୫]

୨୦୧୬ ମସିହା ଅପ୍ରେଲ ୨୮ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଫେଡେରେସନ କପରେ, ଅମିୟ ୧୦୦ମି ଦୌଡ଼ ୧୦.୨୬ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ । ଏହି ରେକର୍ଡ଼ ତାଙ୍କ ପୂର୍ବରୁ ଅନୀଲ କୁମାର ପ୍ରକାଶ (୨୦୦୫) ଓ ଅବଦୁଲ ନଜୀବ କ୍ୟୁରେସୀଙ୍କ (୨୦୧୦) ନାମରେ ଥିଲା । ଉଭୟ ୧୦.୩୦ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରିଥିଲେ । ସେହି ପ୍ରତିଯୋଗୀତାର ଅନ୍ୟ ଏକ ଦୌଡ଼ରେ ସେ ଜଂଘରେ ଆଘାତପ୍ରାପ୍ତ ହୋଇଥିଲେ । ଜଂଘରେ ପଟିବାନ୍ଧି ସେ ଫାଇନାଲରେ ଦୌଡ଼ିଥିଲେ ।[୨]

୨୦୧୭ରେ ଅନୁଷ୍ଠିତ ହୋଇଥିବା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପରେ ୧୦୦ମି ଦୌଡ଼ରେ ସେ ଭୁଲ ଆରମ୍ଭ ଯୋଗୁଁ ତାଙ୍କୁ ଦୌଡ଼ିବାରୁ ବାରଣ କରାଯାଇଥିଲା । ସେହି ଚ୍ୟାମ୍ପିୟନସିପର ୪ X ୧୦୦ ମିଟର ବାଧା ଦୌଡ଼ ପ୍ରତିଯୋଗିତାରୁ ମଧ୍ୟ ତାଙ୍କୁ ବାରଣ କରାଯାଇଥିଲା ।[୬] ୨୦୦ ମିଟର ପ୍ରତିଯୋଗିତା ସେ ୨୧.୦୩ ସେକେଣ୍ଡରେ ସମାପ୍ତ କରିଥିଲେ ।[୪]

୨୦୧୮ ମସିହାରେ ଅମିୟ ପଦକଶୂନ୍ୟ ରହିଥିଲେ । ୨୦୧୯ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ମି ଦୌଡ଼ରେ ସେ ପୁଣି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Sprinter Amiya Mallick on strict diet before Jamaican sojourn". Business Standard. 12 January 2014. Retrieved 3 December 2017.
  2. ୨.୦ ୨.୧ Koshie, Nihal (28 April 2016). "Sprinter Amiya Kumar Mallick hits a speed breaker". The Indian Express. Retrieved 3 December 2017.
  3. Das, Tanmay (7 July 2017). "Rest can wait for India's fastest man on 10-second hunt". The New Indian Express. Retrieved 3 December 2017.
  4. ୪.୦ ୪.୧ Rayan, Stan (21 July 2017). "India's fastest man eyes a slice of history". The Hindu. Retrieved 3 December 2017.
  5. "Orissa sprinter Amiya Mallick to train under Usain Bolt's coach". News18. 7 January 2014. Retrieved 3 December 2017.
  6. "Indian men's 4x100m relay team disqualified for crossing lane". The Hindu. 7 July 2017. Retrieved 3 December 2017.
  7. "ଅଲିମ୍ପିକ୍ସ ମନସ୍କ ଅମିୟ". No. ସମ୍ବାଦ ୨୮/୧୦/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ସମ୍ବାଦ. Archived from the original on 2019-10-28. Retrieved 28 October 2019.{{cite news}}: CS1 maint: bot: original URL status unknown (link)

External links ସମ୍ପାଦନା