ଅମିଶା ପଟେଲ

ଭାରତୀୟ ଅଭିନେତ୍ରୀ

ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହାରେ ରୋମାଞ୍ଚକ ଚଳଚ୍ଚିତ୍ର, "କାହୋନା ପ୍ୟାର ହେ"ଦ୍ୱାରା ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ "ଅମିଶା ପଟେଲ୍ ପ୍ରଡ଼କ୍ସନ" ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।[୧]

ଅମିଶା ପଟେଲ
Ameesha Patel still4.jpg
ଜନ୍ମ ଓ ଜନ୍ମସ୍ଥାନ
ଅମିଶା ପଟେଲ

(1975-06-09) ୯ ଜୁନ ୧୯୭୫ (ବୟସ ୪୫)
ମୁମ୍ବାଇ, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ଜୀବିକାଅଭିନେତ୍ରୀ, ପ୍ରଯୋଜକ, ମଡେଲ୍
କାର୍ଯ୍ୟକାଳ୨୦୦୦-ବର୍ତ୍ତମାନ
ବାପା ବୋଉଆଶା ପଟେଲ୍
ଅମିତ୍ ପଟେଲ
ସମ୍ପର୍କୀୟଅସ୍ମିତ ପଟେଲ (ଭାଇ)

ପ୍ରାଥମିକ ଜୀବନସମ୍ପାଦନ କରନ୍ତୁ

ପଟେଲ୍ ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମିତ୍ ପଟେଲ୍ ଓ ଆଶା ପଟେଲ୍ ତାଙ୍କର ପିତାମାତା। ୫ ବର୍ଷ ବୟସରୁରେ ଭରତନାଟ୍ୟମ୍ ନୃତ୍ୟ ଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କ ଜନ୍ମ ନାମ ତାଙ୍କ ପିତାମାତା ନାମକୁ ମିଶାଇ ଅମିଶା ରଖାଗଲା।

ଆଧାରସମ୍ପାଦନ କରନ୍ତୁ

  1. Lalwani, Vickey (20 April 2011). "When the going gets tough, turn producer". Mumbai Mirror. Archived from the original on 24 April 2011. Retrieved 2011-04-20.