ଅଭ୍ୟା ହିରଣମୟୀ
ଅଭ୍ୟା ହିରଣମୟୀ (ଜନ୍ମ: ୨୪ ମଇ ୧୯୮୯) ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟିକା । ସେ ତେଲୁଗୁ ଓ ମାଲାୟଲମ ଭାଷାର କଥାଚିତ୍ର ପାଇଁ ଗୀତ ଗାଇଛନ୍ତି ।[୧]
ଅଭ୍ୟା ହିରଣମୟୀ | |
---|---|
Background information | |
ଜନ୍ମ | ଥିରୁଅନନ୍ତପୁରମ, ଭାରତ | ୨୪ ମଇ ୧୯୮୯
ପେଷା | ପ୍ରଚ୍ଛଦପଟ ଗାୟିକା |
କାର୍ଯ୍ୟକାଳ | ୨୦୧୪–ଏବେଯାଏଁ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଅଭ୍ୟା ୧୯୮୯ ମସିହାର ମଇ ୨୪ ତାରିଖରେ ଥିରୁଅନନ୍ତପୁରମଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଲତିକା ଦେବୀ ଜଣେ ସଙ୍ଗୀତ ଅଧ୍ୟାପକ, ଯାହାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ବାପା ଜି. ମୋହନ ଦୂରଦର୍ଶନ କେନ୍ଦ୍ରର ଜଣେ କାର୍ଯ୍ୟକ୍ରମ ପ୍ରଯୋଜକ ।[୧]
ସେ ଥିରୁଅନନ୍ତପୁରମଠାରେ ଥିବା କାରମେଲ୍ ସ୍କୁଲରେ ପଢ଼ୁଥିଲେ ଏବଂ ସଙ୍ଗୀତ ପାଇଁ ସେ ପାଠପଢ଼ା ଛାଡ଼ିବା ପୂର୍ବରୁ ଇଞ୍ଜିନିୟରିଂ ଶିକ୍ଷାଗ୍ରହଣ କରୁଥିଲେ ।
ଜୁଲାଇ ୨୦୧୮ ମସିହାରେ, ସଙ୍ଗୀତକାର ଗୋପି ସୁନ୍ଦର ଉଭୟଙ୍କର ୯ ବର୍ଷର ସମ୍ପର୍କ ବିଷୟରେ ଜଣାଇଥିଲେ ।[୨] ମଇ ୨୦୨୨ରେ ଗୋପି ଅନ୍ୟ ଜଣେ କଣ୍ଠଶିଳ୍ପୀ ଅମୃତା ସୁରେଶଙ୍କ ସହିତ ନିଜର ସମ୍ପର୍କ ବିଷୟରେ ଜଣାଇବା ସହିତ ଆଭାଙ୍କ ସହ ସମ୍ପର୍କ ବିଚ୍ଛେଦ ବିଷୟରେ ସୂଚନା ଦେଇଥିଲେ ।
ପେଷା
ସମ୍ପାଦନା୨୦୧୪ ମସିହାରେ ସେ ମାଲାୟଲମ କଥାଚିତ୍ରରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୩][୪][୫]
ଗୀତ ତାଲିକା
ସମ୍ପାଦନାବର୍ଷ | କଥାଚିତ୍ର | ଗୀତ | ସଙ୍ଗୀତକାର | ଆଧାର |
---|---|---|---|---|
୨୦୧୪ | ନାକୁ ପେଣ୍ଟା ନାକୁ ଟାକା | ନାକୁ ପେଣ୍ଟା ନାକୁ ଟାକା | ଗୋପି ସୁନ୍ଦର | [୬] |
୨୦୧୫ | ବିଶ୍ୱାସମ୍, ଆଥାଲେ ଏଲ୍ଲାମ୍ | ନୋ ଫୁଲାକ୍କିଙ୍ଗ୍ | ଗୋପି ସୁନ୍ଦର | [୬] |
ମଲ୍ଲୀ ମଲ୍ଲୀ ଇଦି ରାଣୀ ରୋଜୁ | ଛୋଟି ଜିନାଗି | ଗୋପି ସୁନ୍ଦର | [୭] | |
ଟୁ କଣ୍ଟ୍ରିଜ୍ | ଥାନ୍ନେ ଥାନ୍ନେ | ଗୋପି ସୁନ୍ଦର | [୬] | |
ଜେମ୍ସ୍ ଆଣ୍ଡ୍ ଆଲାଇସ୍ | ମଜାହେ ମଜାହେ | ଗୋପି ସୁନ୍ଦର | [୬] | |
୨୦୧୭ | ସତ୍ୟା | ନିଜାନ ନିନ୍ନେ ଥେଦିବରୁମ୍ | ଗୋପି ସୁନ୍ଦର | [୬] |
ଗୁଡାଲୋଚନା | କୋୟିକୋଡ଼େ ଗୀତ | ଗୋପି ସୁନ୍ଦର | [୬] | |
ଟୁ କଣ୍ଟ୍ରିଜ୍ | ଚେଲିଯା ଚେଲିୟା ବିଡିପୋକେ କଲାଲା | ଗୋପି ସୁନ୍ଦର | ||
୨୦୨୦ | ଜୋଶୁଆ | କୋଣ୍ଡା କୋଣ୍ଡା କୋଣ୍ଡାଟ୍ଟମ୍ | ଗୋପି ସୁନ୍ଦର | [୮] |
ଦୂରଦର୍ଶନ
ସମ୍ପାଦନା- ଥରାଥିନୋପ୍ପମ୍ (ଉପସ୍ଥାପିକା)
- ପରାୟମ୍ ନେଦମ୍ (ଅଂଶଗ୍ରହକାରୀ)
ଅଭିନୟ
ସମ୍ପାଦନା- ୨୦୨୨: ଲଳିତମ୍ ସୁନ୍ଦରମ୍ (ରିଆଲିଟି ଶୋ' ଜଜ୍)
ଆଧାର
ସମ୍ପାଦନା- ↑ ୧.୦ ୧.୧ Sathyendran, Nita (23 June 2016). "Notes of a Bohemian kind". The Hindu (in Indian English). ISSN 0971-751X. Retrieved 2 November 2017.
- ↑ "Singer Abhaya Hiranmayi in a live-in relationship with Gopi Sundar". Mathrubhumi. 14 February 2019. Archived from the original on 18 February 2019. Retrieved 18 February 2019.
- ↑ "Naku Penta Naku Taka music review - Times of India". The Times of India. Retrieved 2 November 2017.
- ↑ "Magic behind Koikode song". Deccan Chronicle (in ଇଂରାଜୀ). 8 November 2017. Retrieved 26 December 2017.
- ↑ James, Anu. "Asiavision Movie Awards 2017: Deepika Padukone, Dulquer Salmaan, Manju Warrier, Tovino Thomas grace event [PHOTOS]". International Business Times, India Edition (in ଇଂରାଜୀ). Retrieved 24 February 2018.
- ↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ "List of Malayalam Songs by Singers Abhaya Hiranmayi". en.msidb.org. Retrieved 2 November 2017.
- ↑ "Music Review: Malli Malli Idhi Rani Roju - Times of India". The Times of India. Retrieved 2 November 2017.
- ↑ 2 Countries (Original Motion Picture Soundtrack) - EP by Gopi Sundar on Apple Music (in ବ୍ରିଟିଶ୍ ଇଂରାଜୀ), 13 December 2017, retrieved 16 December 2017
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଭ୍ୟା ହିରଣମୟୀ