ଅଭିନନ୍ଦନ ବର୍ଦ୍ଧମାନ

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର

ଅଭିନନ୍ଦନ ବର୍ଦ୍ଧମାନ (ଜନ୍ମ: ୨୧ ଜୁନ ୧୯୮୩) ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡର ଯିଏ କି ମିଗ-୨୧ ବାଇଶନ ବିମାନର ପାଇଲଟ ଅଟନ୍ତି ।[୧][୨] ସେ ୨୦୧୯ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଯୁଧ୍ୟବନ୍ଦୀ ହୋଇ ପାକିସ୍ତାନରେ ଦୁଇ ଦିନ ଥିଲେ ।

ୱିଙ୍ଗ କମାଣ୍ଡର

ଅଭିନନ୍ଦନ ବର୍ଦ୍ଧମାନ
ଜନ୍ମ (1983-06-21) ୨୧ ଜୁନ ୧୯୮୩ (ବୟସ ୪୦)
ନିଯୁକ୍ତିଦାତା ଭାରତ
ସେବା/ବିଭାଗ ଭାରତୀୟ ବାୟୁସେନା
ପଦବୀ Wing Commander
ସେବା ସଂଖ୍ୟା27981
ସଂଘର୍ଷ/ଯୁଦ୍ଧ୨୦୧୯ ଭାରତ-ପାକିସ୍ତାନ ତିକ୍ତତା

ପ୍ରାରମ୍ଭିକ ଜୀବନ ଏବଂ ପେଶା ସମ୍ପାଦନା

ଅଭିନନ୍ଦନ ୨୧ ଜୁନ ୧୯୮୩ ମସିହାରେ ଏୟାର ମାର୍ଶାଲ ସିଂହାକୁଟ୍ଟୀ ବର୍ଦ୍ଧମାନଙ୍କ ପରିବାରରେ ତାମିଲନାଡ଼ୁ, ଭାରତରେ ଜନ୍ମ ଗ୍ରହଣ କରିଥିଲେ ।[୩] ତାଙ୍କର ବୋଉ ଜଣେ ଡାକ୍ତର ଅଟନ୍ତି ।[୩] ସେ ଜଣେ ଲଢ଼ାକୁ ପାଇଲଟ ଭାବରେ ୨୦୦୪ ମସିହାରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ ।[୩]


ଅଭିନନ୍ଦନ ୨୭ ଫେବୃୟାରୀ ୨୦୧୯ ମସିହାରେ ନିଜର ମିଗ-୨୧ ବିମାନରେ ଗୋଟିଏ ପାକିସ୍ତାନୀ ଏଫ-୧୬ ବିମାନର ପିଛା କରି ଗୁଳି କରି ଖସାଇଦେଇଥିଲେ ।[୪] ମାତ୍ର ଏହି ଆକାଶୀୟ ଗୋଡ଼ାଗୋଡ଼ିରେ ସେ ପାକିସ୍ତାନର ଆକାଶ ସୀମା(ପାକିସ୍ତାନ ଅଧିକୃତ କାଶ୍ମୀର) ମଧ୍ୟକୁ ପ୍ରବେଶ କରିଯାଇଥିଲେ । ଯେଉଁଠାରେ ତାଙ୍କର ବିମାନକୁ ପାକିସ୍ତାନୀ ବାୟୁସେନା ଗୁଳିକରି ଖସାଇଦେଇଥିଲେ । ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଜଣେ ଭାରତୀୟ ପାଇଲଟ ନିଖୋଜ ଥିବା ଘୋଷଣା କରିଥିଲେ । ପାକିସ୍ତାନରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବରେ ଦୁଇ ଦିନ ରଖାଯାଇଥିଲା ।[୫]

ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମ୍ପାଦନା

୨୮ ଫେବୃୟାରୀ ୨୦୧୯ ମସିହାରେ ପାକିସ୍ତାନ ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଅଭିନନ୍ଦନଙ୍କୁ ଏହାର ପରଦିନ ଅର୍ଥାତ ମଇ ପହିଲାରେ ଭାରତକୁ ହସ୍ତାନ୍ତର କରିବେ ବୋଲି ଘୋଷଣା କରିଥିଲେ ।[୬][୭]

ମଇ ପହିଲାରେ ୱାଘା ସୀମାରେ ସନ୍ଧ୍ୟା ୯ଟା ବାଜି ୨୨ ମିନିଟରେ ଅଭିନନ୍ଦନ ପୁନର୍ବାର ଭାରତରେ ପ୍ରବେଶ କରିଥିଲେ ।[୮]

ଆହୁରି ପଢ଼ନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Dawn.com (28 February 2019). "2 Indian aircraft violating Pakistani airspace shot down; 2 pilots arrested". DAWN.COM. Retrieved 28 February 2019.
  2. "Saved From Pakistani Mob, Downed Indian Pilot Becomes Face of Kashmir Crisis". The New York Times. February 27, 2019.
  3. ୩.୦ ୩.୧ ୩.୨ "Pilot Abhinandan Profile, Family, All you need to know about IAF Wing Commander Abhinandan Varthaman". www.timesnownews.com.
  4. Pubby, Manu (28 February 2019). "Abhinandan Varthaman's MiG21 locked in Pakistan's F16". The Economic Times. Retrieved 2019-03-01 – via The Economic Times.
  5. "India-Pak Tensions LIVE: IAF Wing Commander Missing After MiG-21 Crash, Pakistan Claims He is in Their Custody, Says Govt". News18. 27 February 2019. Retrieved 28 February 2019.
  6. Shah, Saeed (February 28, 2019). "Pakistan to Release Captured Indian Pilot, Easing Tensions". The Wall Street Journal.
  7. Sharma, Swati (1 March 2019). "Every Indian Is Proud Of IAF Pilot Abhinandan Varthaman, Says PM Modi". NDTV. NDTV. Retrieved 1 March 2019.
  8. Bureau, Samaja Live. "ସ୍ୱଦେଶ ଫେରିଲେ ବୀରତ୍ୱର ପ୍ରତୀକ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-01.