ଅପର୍ଣ୍ଣା ବାସ୍ତାରେ

ଭାରତୀୟ ଅଭିନେତ୍ରୀ

ଅପର୍ଣ୍ଣା ବାସ୍ତାରେ ଜଣେ ଭାରତୀୟ ଅଭିନେତ୍ରୀ ତଥା ଦୂରଦର୍ଶନ ଉପସ୍ଥାପିକା, ଯିଏକି ମୁଖ୍ୟତଃ ଅପର୍ଣ୍ଣା ଭାବରେ ଜଣାଶୁଣା । ପୂର୍ବରୁ ସେ ରେଡିଓର ଉପସ୍ଥାପିକା ଭାବରେ ମଧ୍ୟ କାମ କରୁଥିଲେ । ୧୯୯୦ ଦଶକରେ ସେ କନ୍ନଡ଼ ଦୂରଦର୍ଶନରେ ଜଣେ ଉପସ୍ଥାପିକା ତଥା ଅଭିନେତ୍ରୀ ଭାବରେ କାମ କରୁଥିଲେ । ୧୯୮୪ ମସିହାରେ ସେ ମାସାନାଡ଼ା ହୁବୁ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହାରୁ, ସେ ମଜା ଟକିଜ୍‌ରେ ବରାହଲକ୍ଷ୍ମୀ ଭୂମିକାରେ ଅଭିନୟ କରୁଥିଲେ ।

ଅପର୍ଣ୍ଣା ବାସ୍ତାରେ
ଜନ୍ମ
ପଞ୍ଚନହାଲ୍ଲି, ଚିକ୍‌ମାଗଲୁର, ଭାରତ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଦୂରଦର୍ଶନ ଉପସ୍ଥାପିକା
ଅଭିନେତ୍ରୀ
ରେଡିଓ ଉପସ୍ଥାପିକା

ଅଭିନୟ ଜୀବନ

ସମ୍ପାଦନା

ଅପର୍ଣ୍ଣା ୧୯୮୪ ମସିହାରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପୁଟ୍ଟନ୍ନା କାନାଗାଲଙ୍କଦ୍ୱାରା ନିର୍ମିତ ମାସାନାଡ଼ା ହୁବୁ, ଯେଉଁଥିରେ ସେ ଅମ୍ବରୀଷ ଓ ଜୟନ୍ତୀଙ୍କ ସହିତ କାମ କରିଥିଲେ । ୧୯୯୩ ମସିହାରେ ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହା ପୂର୍ବରୁ ୧୯୯୦ ମସିହାରେ ଡିଡି ଚନ୍ଦନାରେ ଦୂରଦର୍ଶନ ଉପାସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[] ୧୯୯୮ ମସିହାରେ ସେ ଦୀପାବଳି ଉତ୍ସବର ଏକ ଅଂଶ ଭାବରେ, କ୍ରମାଗତ ଆଠ ଘଣ୍ଟା କାର୍ଯ୍ୟକ୍ରମ ଉପସ୍ଥାପନା କରି ଏକ ରେକର୍ଡ଼ ସୃଷ୍ଟି କରିଥିଲେ ।[]

ଜଣେ ଅଭିନେତ୍ରୀ ଭାବରେ ସେ ଦୂରଦର୍ଶନ କାର୍ଯ୍ୟକ୍ରମ ମୂଦାଲା ମାନେମୁକ୍ତାରେ କାମ କରିଛନ୍ତି । ୨୦୧୩ ମସିହାରେ ଇଟିଭି କନ୍ନଡ଼ାରେ ପ୍ରସାରିତ କାର୍ଯ୍ୟକ୍ରମ ବିଗ୍‌ବସ୍‌ର ପ୍ରଥମ ସଂସ୍କରଣରେ ସେ ଅଂଶଗ୍ରହଣ କରିଥିଲେ ।[] ୨୦୧୫ ମସିହାରୁ ସେ ହାସ୍ୟ ଭିତ୍ତିକ ଦୂରଦର୍ଶନ କାର୍ଯ୍ୟକ୍ରମ ମଜା ଟକିଜ୍‌ରେ କାମ କରୁଛନ୍ତି, ଯେଉଁଠି ସେ ବରୁଣଲକ୍ଷ୍ମୀ ଚରିତ୍ରରେ ଅଭିନୟ କରୁଛନ୍ତି[]

୨୦୧୧ ମସିହାରେ, ସେ ବାଙ୍ଗାଲୋର ମେଟ୍ରୋର ଯାତ୍ରୀମାନଙ୍କ ପାଇଁ ସ୍ୱର ରେକର୍ଡ଼ କରିଥିଲେ ।[]

  1. ୧.୦ ୧.୧ ୧.୨ Srinath, Shruthi (22 May 2016). "The one & only..." Archived from the original on 30 May 2018. Retrieved 28 January 2017. ଆଧାର ଭୁଲ: Invalid <ref> tag; name "dh1" defined multiple times with different content
  2. "Aparna, RJ, TV anchor and actress". Rediff.com. 25 March 2013. Archived from the original on 29 November 2014. Retrieved 23 April 2015.
  3. "Details about People of Bigg Boss Kannada". karnatakakaravali. 19 August 2014. Archived from the original on 27 May 2013. Retrieved 22 August 2014.

ବାହାର ଆଧାର

ସମ୍ପାଦନା