ଅପର୍ଣା ପୋପଟ୍ , (ଜନ୍ମ: ୧୮ ଜାନୁଆରୀ ୧୯୭୮) ଜଣେ ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି । ସେ ୯ ଥର ପାଇଁ ଭାରତୀୟ ଜାତୀୟ ମହିଳା ବ୍ୟାଡମିଣ୍ଟନ ଚମ୍ପିୟାନ ହୋଇ ରେକର୍ଡ କରିଥିଲେ ।ସେ ୧୯୯୭ ମସିହାରୁ ଲଗାତାର ୨୦୦୬ ମସିହା ଯାଏ ମହିଳା ସିଙ୍ଗଲ୍ସ ଚମ୍ପିୟାନ ରହିଥିଲେ । [୨]

ଅପର୍ଣା ପୋପଟ୍
Popat smiling at the camera in a white sweatshirt
ରାଷ୍ଟ୍ରପତି ଡ। ଅବଦୁଲ କଲାମ ବ୍ୟାଡମିଣ୍ଟନ ପାଇଁ ଶ୍ରୀମତୀ ଅପର୍ନା ପୋପାଟଙ୍କୁ ଅର୍ଜୁନ ପୁରସ୍କାର -2005 ଉପସ୍ଥାପନ କରୁଛନ୍ତି
ବ୍ୟକ୍ତିଗତ ତଥ୍ୟ
ଜନ୍ମ ନାମଅପର୍ଣା ଲାଲ୍‌ଜି ପୋପଟ୍
ଜନ୍ମ (1978-01-18) ୧୮ ଜାନୁଆରୀ ୧୯୭୮ (ବୟସ ୪୬)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ଉଚ୍ଚତା1.63 m (5 ft 4 in)
ଦେଶଭାରତ
ସକ୍ରିୟ କାଳ୧୯୮୯ - ୨୦୦୬
କେଉଁ ହାତ ବ୍ୟବହାର କରନ୍ତିଡାହାଣ
ମହିଳା ଏକ‌କ
ସର୍ବୋଚ୍ଚ ରାଙ୍କ୧୬[୧]
Medal record
Women's badminton
Competitor for  ଭାରତ
Commonwealth Games
Silver 1998 Kuala Lumpur Women's singles
Bronze 2002 Manchester Women's singles
Bronze 2006 Melbourne Mixed team
World Junior Championships
Silver 1996 Silkeborg Girls' singles
BWF Profile

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ଅପରଣା ପୋପଟ ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ମୁମ୍ବାଇଠାରେ ୧୮ ଜାନୁଆରୀ ୧୯୭୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଏଠାରେ ଅବସ୍ଥାନ କରୁଥିବା ଗୁଜୁରାତି ମୂଳର ପରିବାରରେ ପିତା ଲଲିତ ପଟେଲ ଓ ମାତା ହୀନା ପଟେଲଙ୍କ ଝିଅ ଥିଲେ । ଅପରଣା ମୁମ୍ବାଇରେ ସ୍କୁଲ ଶିକ୍ଷା ପରେ ବାଙ୍ଗାଲୋରର ମାଉଣ୍ଟ କର୍ମେଲ କଲେଜରେ ପଢ଼ିବା ପରେ ପୁଣି ମୁମ୍ବାଇରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । 

ପ୍ରଶିକ୍ଷଣ ଓ ଖେଳ ଜୀବନ  ସମ୍ପାଦନା

ମାତ୍ର ୮  ବର୍ଷ ବୟଶରେ ଅପର୍ଣା ମୁମ୍ବାଇଠାରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ତାଙ୍କର କୋଚ ଭାବରେ ଅନିଲ ପ୍ରଧାନ ରହିଥିଲେ । ଅନିଲ ତାଙ୍କଠାରେ ବିରଳ ପ୍ରତିଭାର ଝଲକ ଦେଖି ତାଙ୍କୁ ବିଶେଷ ଭାବରେ ପ୍ରଶିକ୍ଷୟଣ ଦେଇଥିଲେ ଓ ତାଙ୍କୁ ଭବିଷ୍ୟତର ଚମ୍ପିୟାନ ଭାବରେ ଗଢିଥିଲେ । [୩]

୧୯୯୪  ମସିହାରେ ସେ ପ୍ରକାଶ ପାଦୁକୋଣଙ୍କ ଏକାଡେମି, ବାଙ୍ଗାଲୋରରେ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେଇଥିଲେ ।ଅଲ ଇଂଲଣ୍ଡ ଚମ୍ପିୟାନ ହେଇଥିବା ପ୍ରକାଶ ତାଙ୍କୁ ଆନ୍ତରଜାତିକ ସ୍ତରରେ ଖେଳିବା ପାଇଁ ଦରକାର ଫିଟନେସ ଓ ଟେକନିକର ତାଲିମ ପ୍ରଦାନ କରିଥିଲେ । ୨୦୦୨  ମସିହାରେ ସେ ଭାରତ ସରକାରଙ୍କ ସ୍ପୋର୍ଟ୍ସ ବିଭାଗର ତାଲିମ କେନ୍ଦ୍ର ବାଙ୍ଗାଲୋରର କଙ୍ଗେରୀକୁ ମଧ୍ୟ ଯାଇ ଗାଙ୍ଗୁଳା ପ୍ରସାଦଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ।[୪]  

ଖେଳ ଜୀବନୀ  ସମ୍ପାଦନା

ପ୍ରଥମେ ସେ ହାଇଦ୍ରାବାଦଠାରେ ହେଇଥିବା ଜାତୀୟ ସିନିଯର ପ୍ରତିଯୋଗିତାରେ ୧୯୯୭ ମସିହାରେ ଭାଗ ନେଇ ତାହା ଜିତିବା ସହ ୨୦୦୬ ମସିହା ଯାଏ କ୍ରମାଗତ ଭାବରେ ପ୍ରତିବର୍ଷ ସେହି ପ୍ରତିଯୋଗିତା ଜିତି ପାରିଥିଲେ । ଏହା ଫଳରେ ସେ ପ୍ରକାଶ ପାଦୁକୋଣ ଜିତି ଥିବା କ୍ରମାଗତ ୯ ଥରର ରେକର୍ଡ ସହ ସମତୁଲ ହେଇଥିଲେ । ଶେଷ ଥର ପାଇଁ ୨୦୦୬ ମସିହାରେ ଭାରତର ନୂତନ ମହିଳା ବେଡମିଣ୍ଟନ ତରକା ୧୫ ବର୍ଷୀୟ ସାଇନା ନେହାୱାଲଙ୍କଠାରୁ ସେ ବିଜୟୀ ହେଇଥିଲେ ।[୫] 


=== ଆନ୍ତର୍ଜାତିକ ପ୍ରଦର୍ଶନ ===  ଅପର୍ଣା ୨ ଥର ଅଲିମ୍ପିକ ଖେଳିବାକୁ ଯୋଗ୍ୟତା ହାସଲ କରି ମଧ୍ୟ ପଦକ ପାଇ ନ ଥିଲେ । ସେ ଏସୀୟ କ୍ରୀଡ଼ାରେ ମଧ୍ୟ ଭାଗଣେଇଥିଲେ ଓ ୧୯୯୬ ମସିହା ବିଶ୍ୱ ଜୁନିଅର ବେଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । ସେ ୩ଟି କମନୱେଲ୍‌ଥ ଖେଳରେ ଭାଗ ନେଇ ସମୁଦାୟ ୪ଟି ପଦକ ପାଇଥିଲେ । ଟଙ୍କାରାବିଶ୍ୱ ରେଙ୍କିଙ୍ଗ ୧୬ ରହିଥିଲା । 

ଅବସର ଓ କୋଚିଙ୍ଗ  ସମ୍ପାଦନା

ଦୀର୍ଘ ୧୭ ବର୍ଷ ପେଶାଗତ ବ୍ୟାଡମିଣ୍ଟନ ଖେଳିବା ପରେ ଅପର୍ଣା ଅବସର ନେଇ ମୁମ୍ବାଇଠାରେ ବର୍ତ୍ତମାନ ଭାରତୀୟ ତୈଳ କମ୍ପାନୀରେ କାର୍ଯ୍ୟରତ । ସେ ମୁମ୍ବାଇ ମାଷ୍ଟର ଦଳର କୋଚିଙ୍ଗ ଦାୟିତ୍ୱ ମଧ୍ୟ ନେଇଥିଲେ । [୬]

ପୁରସ୍କାର ଓ ସମ୍ମାନ ସମୂହ  ସମ୍ପାଦନା

୨୦୦୫ ମସିହାରେ ଥିବା ସର୍ବୋଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ତାଙ୍କୁ ଦିଆ ଯାଇଥିଲା । ତାଙ୍କୁ ଆମେରିକାଦ୍ୱାରା ସାରା ବିଶ୍ୱରୁ ବଛା ଯାଇଥିବା ୨୦ ଜଣ କ୍ରୀଡ଼ାବିଦ୍‌ ମଧ୍ୟରେ ଚୟନ କରାଯାଇ ଗ୍ଲୋବାଲ ସ୍ପୋର୍ଟ ମେଣ୍ଟାରିଙ୍ଗ ପ୍ରକଳ୍ପରେ ନିଆ ଯାଇଥିଲା । ଏହା ତତ୍କାଳୀନ ଆମେରିକାର ସେକ୍ରେଟାରୀ( ମନ୍ତ୍ରୀ )  ଥିବା  ହିଲାରୀ କ୍ଳିନତନଙ୍କଦ୍ୱାରା ପରିଚାଳିତ ହେଇଥିଲା ଓ ମହିଳାମାନଙ୍କ ଭିତରେ କ୍ରୀଡ଼ା କ୍ଷେତ୍ରରେ ସଶକ୍ତିକରଣ ପାଇଁ କରାଯାଇଥିଲା । 

୧୯୮୯

ଜାତୀୟ ସ୍ତରରେ ପ୍ରଥମ ବିଜୟ ଭାବେ ୧୨ ବର୍ଷରୁ କମ୍, ବାଙ୍ଗାଲୋର୍ ପ୍ରତିଯୋଗିତା ବିଜେତା

୧୯୯୦

୧୫ ବର୍ଷରୁ କମ୍ ସବ୍-ଜୁନିଅର୍ ବାଳିକା ବିଭାଗରେ ରନର୍‌ସ ଅପ୍

୧୯୯୧

୧୫ ବର୍ଷରୁ କମ୍ ସବ୍-ଜୁନିଅର୍ ବାଳିକା ବିଭାଗରେ ବିଜେତା

୧୯୯୨

୧୫ ବର୍ଷରୁ କମ୍ ସବ୍ ଜୁନିଅର୍ ବିଭାଗରେ ବିଜେତା ଓ ୧୮ ବର୍ଷରୁ କମ୍ ବିଭାଗରେ ଫାଇନାଲିଷ୍ଟ

ଜାକର୍ତ୍ତାରେ ପ୍ରଥମ ଆନ୍ତର୍ଜାତୀୟ ପ୍ରତିଯୋଗିତା, ବିଶ୍ୱ ଜୁନିଅର୍ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ

୧୯୯୩

ପୁନେରେ ୧୮ ବର୍ଷରୁ କମ୍ କନିଷ୍ଠ ଜାତୀୟ ସମ୍ମାନ

୧୯୯୪

୧୮ ବର୍ଷରୁ କମ୍ କନିଷ୍ଠ ଜାତୀୟ ପ୍ରତିଯୋଗିତା ବିଜେତା

କୁଆଲାମ୍ପୁରରେ ବିଶ୍ୱ କନୋଷ୍ଠ ପ୍ତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ

ବରିଷ୍ଠ ବିଭାଗରେ ପ୍ରାଗ୍‌ରେ ଅନୁଷ୍ଠିତ ଉବର୍ କପ୍‌ର ଅଂଶବିଶେଷ

୧୯୯୫

୧୮ ବର୍ଷରୁ କମ୍ କନିଷ୍ଠ ଜାତୀୟ ପ୍ରତିଯୋଗିତା ବିଜେତା

୧୯୯୬

ହଂକଂଠାରେ ପ୍ରିନ୍ସ୍ ଏସିଆନ୍ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜୟିନୀ

ସେହି ବର୍ଷ ପରେ, ସେ ଡେନ୍‌ମାର୍କର ସିଲ୍କବର୍ଗରେ ବିଶ୍ୱ କନିଷ୍ଠ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜେତା

୧୯ ବର୍ଷରୁ କମ୍ ବୟସ ବର୍ଗରେ ଜାତୀୟ ସ୍ତରରେ ବିଜେତା

ଉବର୍ କପ୍‌ରେ ଭାରତକୁ ପ୍ରତିନିଧିତ୍ୱ

୧୯୯୭

ହାଇଦ୍ରାବାଦ୍‌ରେ ବରିଷ୍ଠ ଜାତୀୟ ସମ୍ମାନ ବିଜେତା

୧୯୯୮

ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ବିଜେତା, କୁଆଲାମ୍ପୁରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଓ ଦଳଗତ ଭାବେ କାଂସ୍ୟ ପଦକ ଲାଭ

ଫ୍ରେଞ୍ଚ ଓପେନ୍ ବିଜେତା ଓ ଉବର୍ କପ୍ ଓ ଏସୀୟ କ୍ରୀଡ଼ାରେ ଭାଗନେଇଥିଲେ

ଏସିଆନ୍ ସାଟେଲାଇଟ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟ

୧୯୯୯

ସ୍ୱିଡ଼ିସ୍ ଓପେନ୍ ସେମିଫାଇନାଲ୍, ଫ୍ରେନ୍ଚ ଓପେନ୍ ରନର୍ସ ଅପ୍

ମହିଳା ଏକ‌କରେ ବରିଷ୍ଠ ଜାତୀୟ ପୁରସ୍କାର ବିଜେତା ଓ ଯୁଗଳରେ ରନର୍ସ ଅପ୍

ଏସିଆନ୍ ସାଟେଲାଇଟ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା

୨୦୦୦

ସିଡ଼ନୀ ଅଲିମ୍ପିକ୍‌ସ କ୍ରୀଡା ୨୦୦୦ରେ ଭାରତର ଏକମାତ୍ର ମହିଳା ବ୍ୟାଡ଼୍‌ମିଣ୍ଟନ୍ ପ୍ରତିନିଧି ଥିଲେ ।

ଉବର୍ କପ୍‌ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ ।

୨୦୦୧

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ

ଏସିଆନ୍ ସାଟେଲାଇଟ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ

୨୦୦୨

ମାଞ୍ଚେଷ୍ଟର୍, ଇଂଲଣ୍ଡରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଏକ‌କରେ କାଂସ୍ୟ ଜିତି ସେ ଏକମାତ୍ର ଭାରତୀୟ ଭାବେ ପଦକ ଜିତିଥିଲେ ।

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ

ଉବର୍ କପ୍‌ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ

୨୦୦୩

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ

ଏସିଆନ୍ ସାଟେଲାଇଟ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ

୨୦୦୪

ପ୍ରଥମ ଖେଳାଳି ଭାବେ ୨ଟି ଅଲିମ୍ପିକ୍‌ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଏଥେନ୍ସ ଅଲିମିକ୍‌ସ, ଗ୍ରୀସ୍‌ରେ ସେମି ଫାଇନାଲ୍‌ରେ ମିଆ ଅଡ଼ିନାଙ୍କଠାରୁ ପରାସ୍ତ ହୋଇଥିଲେ ।P

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ

ଉବର୍ କପ୍‌ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ

୨୦୦୫

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା ବିଜୟିନୀ ହୋଇଥିଲେ

୨୦୦୬

ବରିଷ୍ଠ ବିଭାଗରେ ଜାତୀୟ ପ୍ରତିଯୋଗିତା କ୍ରମାଗତ ଭାବେ ୯ ଥର ପାଇଁ ବିଜୟିନୀ ହୋଇଥିଲେ

ଉବର୍ କପ୍‌, ଜୟପୁରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଶେଷ ଆନ୍ତର୍ଜାତୀୟ ପ୍ରତିଯୋଗିତା ଭାବେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ମହିଳା ଏକ‌କରେ କ୍ୱାର୍ଟର୍ ଫାଇନାଲ୍ ଓ ଦଳଗତ ଭାବେ କାଂସ୍ୟ ପଦକ ଜିତିହତିଲେ । କଚଟିରେ ଆଘାତ ପାଇଁ ସେ ଦେଶର ଏକ ନମ୍ବର ଖେଳାଳି ମାନ୍ୟତାରେ ଅବସର ନେଇଥିଲେ ।

ଆଧାର  ସମ୍ପାଦନା

  1. "Previous stars – Aparna Popat". Tata Padukone Academy. Archived from the original on 21 May 2007. Retrieved 14 August 2013.
  2. "Mumbai Masters – Aparna Popat". Badminton India. Retrieved 14 August 2013.
  3. "Aparna Popat's Profile". Studyrays. Archived from the original on 31 July 2012. Retrieved 14 August 2013.
  4. "Aparna Popat to train with Ganguly Prasad". The Times of India. 19 August 2001. Archived from the original on 14 August 2013. Retrieved 14 August 2013.
  5. "No stopping Aparna". The Hindu. Retrieved 10 September 2015.
  6. "IBL will benefit Indian players: Aparna Popat". ibnlive. 28 July 2013. Archived from the original on 21 August 2013. Retrieved 14 August 2013.

ବାହାର ଲିଙ୍କ  ସମ୍ପାଦନା