ଅନ୍ୱରା ବେଗମ
ଅନ୍ୱରା ବେଗମ (ଅନ୍ୱରା ନାମରେ ମଧ୍ୟ ପରିଚିତ; ଜନ୍ମ: ୧ ଜୁନ ୧୯୪୮; ଜନ୍ମସ୍ଥାନ: କୁମିଲ୍ଲାତ, ବାଂଲାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ବଙ୍ଗଳାଦେଶ ବଙ୍ଗଳା ଏବଂ ଉର୍ଦ୍ଦୁ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୫ ସୁଦ୍ଧା ସେ ୬୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨] ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସବୁଠାରୁ ବଡ଼ ପୁରସ୍କାର ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୭ ଥର ସହକାରୀ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଜିତିଛନ୍ତି । ଗୋଲାପୀ ଏଖନ ଟ୍ରେନେ (୧୯୭୮), ସୁନ୍ଦରୀ (୧୯୭୯), ସଖିନାର ଯୁଦ୍ଧ (୧୯୮୪), ମରଣେର ପରେ (୧୯୯୦), ରାଧା କୃଷ୍ଣ (୧୯୯୨), ବାଂଲାର ବଧୂ (୧୯୯୩) ଏବଂ ଅନ୍ତରେ ଅନ୍ତରେ (୧୯୯୪) ଆଦି ବଙ୍ଗଳାଦେଶୀ କଥାଚିତ୍ର ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୬ ମସିହାରେ ଶୁଭଦା କଥାଚିତ୍ର ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୩]
ଅନ୍ୱରା ବେଗମ | |
---|---|
আনোয়ারা | |
ଜନ୍ମ | ଅନ୍ୱରା ଜାମାଲ୍[୧] ୧ ଜୁନ ୧୯୪୮ କୁମିଲ୍ଲାତ, ବାଂଲାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୪-ଏବେଯାଏଁ |
ବୈବାହିକ-ସାଥୀ |
ମହିତୁଲ୍ ଇସଲାମ ମୁହିତ୍
(m. ୧୯୬୪) |
ଜନ୍ମ ଓ ପ୍ରାରମ୍ଭିକ ଜୀବନ
ସମ୍ପାଦନାଅନ୍ୱରା ବେଗମ ୧୯୪୮ ମସିହାର ଜୁନ ମାସ ୧ ତାରିଖରେ କୁମିଲ୍ଲାତଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜାମାଲ ଉଦ୍ଦିନ ଓ ମା ଫରିଦୁନ୍ନେସା ।
ଅଭିନୟ ଜୀବନ
ସମ୍ପାଦନାଅନ୍ୱରା ଜଣେ ନୃତ୍ୟଶିଳ୍ପୀ ଭାବରେ ବଙ୍ଗଳାଦେଶୀ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ୧୯୬୧ ମସିହାରେ, ସେ ପାଲାସୀ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିବାବେଳେ ସେ ଅଜାନ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ କରିଥିଲେ ।[୧] ସେ ଏହି କଥାଚିତ୍ରରେ ପ୍ରଦର୍ଶିତ ଏକ ନୃତ୍ୟରେ ଗୋଟିଏ ଦଳର ନୃତ୍ୟଶିଳ୍ପୀ ଭାବରେ ଅଭିନୟ କରିଥିଲେ । ଏଥିରେ ସେ ନୃତ୍ୟଗୁରୁ ଉସ୍ତାଦ ଦେବ୍ କୁମାରଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ଏହି ଚଳଚ୍ଚିତ୍ରଟିର ନାମ ପରିବର୍ତ୍ତନ କରଯାଇ ପରେ ଉତ୍ତରଣ ରଖାଯାଇଥିଲେ, କିନ୍ତୁ ଏହି କଥାଚିତ୍ରଟି ମୁକ୍ତିଲାଭ କରିନଥିଲା ।[୧]
୧୯୬୩ ମସିହାରେ ସେ ନାଚଘର କଥାଚିତ୍ରରେ ଅଭିନୟ କରିଥିଲେ । ଉର୍ଦ୍ଦୁ ଭାଷାରେ ନିର୍ମିତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରସିଦ୍ଧ ନିର୍ଦ୍ଦେଶକ ଆବଦୁଲ ଜବ୍ବାର ଖାନ୍ । ସେହି ବର୍ଷ ସେ ପ୍ରତୀତି ନା ଜାନେ ରୀତ୍ ନାମକ ଏକ ବଙ୍ଗଳାଦେଶୀ କଥାଚିତ୍ରରେ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ଏହାପରେ ସେ ୧୯୬୪ ମସିହାରେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସଙ୍ଗମ, ଯେଉଁଥିରେ ସେ ଜଣେ ପାର୍ଶ୍ୱ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୭୬ ମସିହାରେ ସେ ମୁଖ୍ୟ ନାୟିକା ଭାବରେ ବଙ୍ଗଳାଦେଶୀ କଥାଚିତ୍ର ବାଲାରେ ଅଭିନୟ କରିଥିଲେ । ୧୯୬୭ ମସିହାରେ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ନବାବ ସିରାଜୁଦୁଲାରେ ତାଙ୍କର ଆଲେୟା ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ ଏବଂ ତାଙ୍କୁ ଏକ ବଡ଼ ସଫଳତା ମିଳିଥିଲା ।[୪]
୧୯୭୨ ମସିହାରୁ ସେ ମୁଖ୍ୟ ଭୂମିକା ଛାଡ଼ି ପାର୍ଶ୍ୱ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ ଦେଇଦେଇଥିଲେ । ସେ ମୁଖ୍ୟତଃ ମାଆ, ଖୁଡ଼ୀ, ମାଉସୀ, ପିଉସୀ, ଶାଶୁ ଆଦି ଭୂମିକାରେ ଅଭିନୟ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅନ୍ୱରା ୧୯୭୨ ମସିହାରେ ମୁହିତୁଲ୍ ଇସ୍ଲାମ୍ ମୁହିତ୍ଙ୍କୁ ବିବାହ କରିଥିଲେ ।[୧] ତାଙ୍କ ଝିଅ ରୁମାନା ଇସ୍ଲାମ୍ ମୁକ୍ତି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ୍ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Khokhon, Liakat (5 August 2010). "কিংবদন্তি : বাংলার আলেয়া আনোয়ারা" [Legendary Anwara - Aleya of Bengal]. Amar Desh (in Bengali). Archived from the original on 4 March 2016. Retrieved 28 August 2017.
- ↑ "আনোয়ারা বেগম" (in Bengali). Online Dhaka Guide. Archived from the original on 25 February 2022. Retrieved 28 August 2017.
- ↑ "জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২)" [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 23 December 2018. Retrieved 25 March 2019.
- ↑ ୪.୦ ୪.୧ "Film actress Anwara gets PM's assistance". Prothom Alo. 27 August 2017. Archived from the original on 27 August 2017. Retrieved 28 August 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ Anwara
- ବଙ୍ଗଳା ଚଳଚ୍ଚିତ୍ର ଡାଟାବେସରେ ଅନୱାରା ବେଗମ୍ |