ଅନ୍ତର୍ଯ୍ୟାମୀ ମିଶ୍ର
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଓଡ଼ିଆ ଲେଖକ ଏବଂ ଭାଷା ଓ ସଂସ୍କୃତି ଗବେଷକ ଅଟନ୍ତି । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରଥମ ପଣ୍ଡିତ ଯିଏକି ଓଡ଼ିଶାର ଇତିହାସ ଅଧ୍ୟୟନ, ଅଭିବୃଦ୍ଧି, ବିକାଶ ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ଥିତିକୁ ତାଙ୍କ ଅନୁସନ୍ଧାନ ପୁସ୍ତକ ଓଡ଼ିଆ-ଏକାକୀ ଶାସ୍ତ୍ରୀୟ ଭାଷାରେ ପ୍ରକାଶ କରିଥିଲେ। ସେ ଗତ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ ଏବଂ ସଂସ୍କୃତିର ଗବେଷଣା ଦିଗରେ ଅତୁଳନୀୟ କାର୍ଯ୍ୟ କରିଛନ୍ତି।[୧] ଶ୍ରୀଜଗନ୍ନାଥଙ୍କ ଉପରେ ମଧ୍ୟ ସେ ରଚନା କରିଛନ୍ତି ।[୨][୩]
ଅନ୍ତର୍ଯ୍ୟାମୀ ମିଶ୍ର | |
---|---|
ବୃତ୍ତି | ଲେଖକ, ଭାଷା ଓ ସଂସ୍କୃତି ଗବେଷକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତ |
ପୁରସ୍କାର | ପଦ୍ମଶ୍ରୀ |
ସଂକ୍ଷିପ୍ତ ଜୀବନୀ
ଅନ୍ତର୍ଯ୍ୟାମୀ ମିଶ୍ର ତା୦୧ ଜୁଲାଇ ୧୯୫୦ରେ ପିତା ସତ୍ୟବାଦୀ ମିଶ୍ର ଓ ମାତା ଦୁର୍ଗାବତୀ ଦେବୀଙ୍କ ଔରସରୁ ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଅନ୍ତର୍ଯ୍ୟାମୀ ଜଣେ ଭାଷାବିତ୍ ହେବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ପ୍ରଚାରକ ତଥା ରଥଯାତ୍ରା ସମୟରେ ଦୂରଦର୍ଶନର ଭାଷ୍ୟକାର ଦାୟିତ୍ୱ ନିର୍ବାହ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ମନୋନୀତ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଇତିହାସ, ଭାଷା, ସାହିତ୍ୟ ବିଷୟକ ବହୁ ମୂଲ୍ୟବାନ୍ ପ୍ରବନ୍ଧ ଓ ଆଲୋଚନାର ସ୍ରଷ୍ଟା ଅନ୍ତର୍ଯ୍ୟାମୀ ଅନେକ ପୁସ୍ତକର ରଚୟିତା ।
ପ୍ରକାଶିତ ପୁସ୍ତକ
- ବ୍ରାହ୍ମଣୀ - କବିତା ୧୯୮୧
- ସପ୍ତଶଯ୍ୟା - ପ୍ରବନ୍ଧ ୧୯୮୨
- ଅଭୁଲା ଐତିହ୍ୟ ୧୯୮୫
- ଶ୍ରୀଜଗନ୍ନାଥ
- ପୁରୁଷୋତ୍ତମ ଜଗନ୍ନାଥ ୨୦୧୧
- ଐତିହ୍ୟମୟ ଓଡ଼ିଶା
- ପୁଣ୍ୟପୀଠ କପିଳାସ ୧୯୯୫ (ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ)
- ଶୈବପୀଠ କପିଳାସ (ଗୁରୁଜୀ ବୁକ୍ ଷ୍ଟୋର୍, କଟକ)
- ମୋ ଦୃଷ୍ଟିରେ ଓଡ଼ିଶା
- ଦିବ୍ୟବଚନାମୃତ
- ଉପନିଷଦ୍ ବଚନାମୃତ ୧ମ, ୨ୟ
- ପୁରାଣ ପରିଚୟ
- ଭାରତୀୟ ଧର୍ମ ଓ ସଂସ୍କୃତି
- ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ୨୦୧୩
- ଓଡ଼ିଶାର ତନ୍ତ୍ରଧାରା
- ଭାରତୀୟ ଐତିହ୍ୟ ଓ ସଂସ୍କୃତି
- ଓଡ଼ିଆ ଭାଷା, ଜାତି ଓ ଜାତୀୟତା ୨୦୧୨ (ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)
- ଯାଜପୁରର ଐତିହ୍ୟ ଓ ସଂସ୍କୃତି
- ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)
- ଓଡ଼ିଆ ଭାଷାର ଇତିହାସ ୨୦୧୫ (ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)
- ପ୍ରାଚୀନ ଓଡ଼ିଶା
- ମଧ୍ୟଯୁଗୀୟ ଓଡ଼ିଶା
- ଆଧୁନିକ ଓଡ଼ିଶା
- ମୌଳିକ ଓଡ଼ିଆ ଭାଷାତତ୍ତ୍ୱ[୪]
- ମୌଳିକ ଓଡ଼ିଆ ବ୍ୟାକରଣ ୨୦୨୨
- ପ୍ରବନ୍ଧ ସୌରଭ (ସାଥି ପ୍ରକାଶନୀ)
- ଆମ ଭାଷା ସାହିତ୍ୟ
- ଦାରୁବ୍ରହ୍ମଙ୍କ ନବକଳେବର
- ଭାଷାନୁଚିନ୍ତା
- ଦାମୋଦର ଗ୍ରନ୍ଥାବଳୀ (ସଂକଳନ)
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ Network, Newsroom Odisha (2023-02-04). "ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ଅନ୍ତର୍ଯ୍ୟାମୀଙ୍କ ଅବଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ". News Room Odisha (in ଆମେରିକୀୟ ଇଂରାଜୀ). Retrieved 2023-03-03.
- ↑ Otv, News Desk. "କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?". Padma Awards 2023: କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର - OTV Khabar. Retrieved 2023-03-03.
- ↑ Pattanayak, Pradeep. "Know the 2023 Padma Shri awardees from Odisha". Know the 2023 Padma Shri awardees from Odisha (in ଇଂରାଜୀ). Retrieved 2023-03-03.
- ↑ https://interviewtimes.net/a-lifetime-of-dedication-dr-antaryami-mishras-love-for-odia-language-and-jagannath-culture/
- ↑ ୫.୦ ୫.୧ "ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ପ୍ରଥମ 'ନବଗୁଞ୍ଜର ସମ୍ମାନ'". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2023-03-03.
- ↑ sahityacharcha (0001-01-02). "ଶାସ୍ତ୍ରୀୟ ଓଡ଼ିଆ ଦିବସ ଉପଲକ୍ଷେ ଜେ.ଏନ୍.ୟୁରେ ମାତୃଭାଷା ମହାକୁମ୍ଭ ଅନୁଷ୍ଠିତ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2023-03-03.
{{cite web}}
: Check date values in:|date=
(help) - ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-09-11.
{{cite web}}
: Cite has empty unknown parameter:|1=
(help)