ଅନ୍ତର୍ଜାତୀୟ କଫି ଦିବସ

ଅନ୍ତର୍ଜାତୀୟ କଫି ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳିତ ହୁଏ । ଏକ ସ୍ୱାସ୍ଥ୍ୟକର ପେୟଭାବେ କଫିର ବହୁଳ ପ୍ରଚାର ତଥା ପ୍ରସାର ଏହାର ଲକ୍ଷ୍ୟ । ଏହାଛଡା କଫିର ସୁଲଭ ବ୍ୟବସାୟ ତଥା କଫି ଚାଷୀମାନଙ୍କ ଅଭାବ ଅସୁବିଧା ସଂପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ଆଉ ଏକ ଲକ୍ଷ୍ୟ [୧]ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ଏହା ୧ ଅକ୍ଟୋବର ୨୦୧୫ରେ ଇଟାଲୀର ମିଲନଠାରେ ପାଳିତ ହେଲା ।[୨] ଏହି ଦିବସ ପାଲନ ଅବସରରେ ଅନେକ କଫି ବ୍ୟବସାୟୀ ରିହାତି ଦରରେ କଫି ବିତରଣ କରିବା ତଥା ନିଜ ସଂସ୍ଥାର ପୁରୁଣା ଗ୍ରାହକଙ୍କୁ ସ୍ୱତନ୍ତ୍ର କୁପନ ଯୋଗାଇବା ଭଳି କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ।

କଫି ପିଆଲା

ଇତିହାସ ସମ୍ପାଦନା

୩-୭ ମାର୍ଚ ୨୦୧୪ରେ ଅନ୍ତର୍ଜାତୀୟ କଫି ସଂସ୍ଥାନଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ନିଆଗଲା । ଏହି ନିଷ୍ପତି ଅନୁସାରେ ଇଟାଲୀର ମିଲନଠାରେ Expo-2015ର ଏକ କାର୍ଯ୍ୟକ୍ରମ ଭାବେ ୧ ଅକ୍ଟୋବର ୨୦୧୫ ଦିନ ପ୍ରଥମ ଅନ୍ତର୍ଜାତୀୟ କଫି ଦିବସ ପାଳିତ ହେଲା । ଏହି ଅବସରରେ ବିଭିନ୍ନ ଦେଶଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ପୂର୍ବରୁ ଇତିହାସରେ କଫି ଦିବସ ପାଳନ କରିବା ସମ୍ବନ୍ଧରେ କୌଣସି ଘଟଣା ନଜରକୁ ଆସିନାହିଁ । ତେବେ ୧୯୮୩ ମସିହାରେ ଅଖିଳ ଜାପାନୀ କଫି ସଂସ୍ଥାଦ୍ୱାରା କଫିର ପ୍ରଚାର ତଥା ପ୍ରସାର ନିମିତ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୨୦୦୫ ସୁଦ୍ଧା ଆମେରିକାରେ ଜାତୀୟ କଫି ଦିବସ ପାଳନ କରିବା ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କଫି ସଂସ୍ଥାନଦ୍ୱାରା ବିଭିନ୍ନ ଦେଶରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସବୁ ଆୟୋଜନ ଦେବା ସହ ବିଶ୍ୱ ସ୍ତରରେ ଏହି ଦିବସ ପାଳନ ପାଇଁ ମାନ୍ୟତା ଲାଭ ହେଲା ।

ପାଳନ ସମ୍ପାଦନା

ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । କଫି ଚାଷ ନିମିତ୍ତ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ କଫିର ବିକ୍ରୀ ଆଶାନୁରୂପ ହୋଇ ନ ଥିବାରୁ ୨୦୧୯ ମସିହାରେ ଏହି ପରିପ୍ରେକ୍ଷୀରେ କଫି ଚାଷିମାନଙ୍କ ସର୍ବ ନିମ୍ନ ମଜୁରି ବୃଦ୍ଧି କରିବା ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର ଉଚିତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖାଯାଇଛି ।[୩]

ଆଧାର ସମ୍ପାଦନା

  1. "Film highlights coffee industry". www.news.bbc.co.uk. 8 June 2007. Retrieved 10 October 2019.
  2. "How are you celebrating International Coffee Day?". International Coffee Organization Blog. Retrieved 10 October 2019.
  3. "International Coffee Day | Coffee Pledge | 1 October". ICD2019 (in ଇଂରାଜୀ). Retrieved 13 October 2019.

ବାହାର ଆଧାର ସମ୍ପାଦନା