ଅନୁ ମଲ୍ଲିକ
ଅନୁ ମଲ୍ଲିକଏକା ଧାରାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା ଏବଂ ପ୍ରଯୋଜକ । ୧୯୭୭ ମସିହାରେ ବଲିଉଡ ସଙ୍ଗୀତ ଜଗତରୁ ପ୍ରବେଶ କରିଥିବା ଅନୁ ଏବେ ମଧ୍ୟ ଚଳଚଞ୍ଚଳ । ନବେ ଦଶକ ଅନୁଙ୍କ ପାଇଁ ବହୁ ସଫଳ ଥିଲା । ଏହି ଦଶକରେ ଅନୁ ତାଙ୍କର ଶ୍ରୋତାମାନଙ୍କୁ ଭେଟି ଦେଇଥିଲେ "ଫୀର୍ ତେରି କାହାନୀ ୟାଦ୍ ଆଇ, ବାଜିଗର୍ ଓ ଜାନମ" ପରି ମ୍ୟୁଜିକଲ ହିଟ ଫିଲ୍ମ । ହଣ୍ଟରବାଲୀ ନାମକ ଫିଲ୍ମରୁ ନିଜ ଗାୟନ ଜୀବିକା ଆରମ୍ଭ କରିଥିଲେ । [୧][୨]
ବ୍ୟକ୍ତିଗତ ଜୀବନ
ସମ୍ପାଦନାପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଥିଲେ ଜଣେ ବିନଦାସ୍ ସାଏର । "ସନ୍ଦେଶ ଆତି ହୈ, ମୁଝେ ତଡପାତି ହୈ.....!!! ବାଜିଗର ମେଁ ବାଜିଗର....., ମୈ ହୁଁ ନା....., ଇସ ପ୍ୟାର୍ କୋ କ୍ୟା ନାମ ଦୁଁ..... ଆଦି ଗୀତ ବାଜିବା ମାତ୍ରେ ଖୁବ ସହଜରେ ଅନୁଙ୍କ କଥା ମନେ ପଡ଼ିଯାଏ । "ସୋନି" ଟେଲିଭିଜନରେ ପ୍ରସାରିତ ରିଅଲିଟି ଶୋ' "ଇଣ୍ଡିଆନ ଆଇଡଲ"[୩]ରେ ଅନୁଙ୍କ ସାଏରୀ ଅସ୍ୱୀକାର ଯୋଗ୍ୟ ନୁହେଁ । ନବେ ଦଶକର ସଙ୍ଗୀତ ନିର୍ଦ୍ଦେଶକ "ନନ୍ଦିମ-ଶ୍ରବଣ" ଯୋଡ଼ିଙ୍କ ସହ ହେଉ କିମ୍ବା ଗାୟିକା "ଅଲିଶା ଚୀନୟୀ"ଙ୍କ ସହ - ଅନୁଙ୍କ ବିବାଦ ତାଙ୍କୁ ବହୁ ବିବାଦୀୟ କରିଥିଲା । ଏ ସବୁ ସତ୍ତ୍ୱେ ଇଣ୍ଡଷ୍ଟ୍ରିରେ ସମସ୍ତେ ଅନୁଙ୍କୁ ଜଣେ ଖୁସ୍ ମିଜାଜର ଲୋକ ବୋଲି ଜାଣନ୍ତି । ଅନୁଙ୍କ ଜନ୍ମ ୧୯୬୦ ମସିହା ନଭେମ୍ବର ୨ ତାରିଖରେ ହୋଇଥିଲା । ତାଙ୍କର ପିଲା ବେଳର ନାମ ଥିଲା "ଅନୱର ସର୍ଦ୍ଦାର ମଲ୍ଲିକ" । ବାପାଙ୍କ ନାମ ଥିଲା 'ସର୍ଦ୍ଦାର ମଲ୍ଲିକ' । ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ସଙ୍ଗୀତକୁ ଅନୁ ଆୟତ୍ତ କରିଥିଲେ । ଅନୁ ମଲିକଙ୍କ ପାରିବାରିକ ଜୀବନ ବହୁ ଶୃଙ୍ଖଳିତ । ପତ୍ନୀ ଅଞ୍ଜୁ [୪], ଦୁଇ ଝିଅ ଅଦା ଓ ଅନମୋଲଙ୍କୁ ନେଇ ତାଙ୍କର ଏକ ସୁଖ ସଂସାର । ଅନମୋଲ ଇତି ମଧ୍ୟରେ ନିଜକୁ ବଲିଉଡର ଜଣେ ଗୀତିକାର ରୂପେ ପ୍ରତିଷ୍ଠିତ କରିପାରିଛନ୍ତି । ମୁଖ୍ୟତଃ ଭାବେ ଅନୁ ୩୫୦ରୁ ବହୁ ଅଧିକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୧୯୭୭ ମସିହାରେ ସେ ସଙ୍ଗୀତରେ ସଜେଇଥିବା ତାଙ୍କର ପ୍ରଥମ ଫିଲ୍ମ ହେଉଛି "ହଣ୍ଟରୱାଲୀ" । ଅନୁ ଗାଇଥିବା କେତେକ ଲୋକ ପ୍ରିୟ ଗୀତ ହେଉଛି - "ଗରମ ଚାଏ କି ପ୍ୟାଲୀ, ଗୋରୀ ଗୋରୀ ଏବଂ ମେରୀ ଜାନେ ଜିଗର" ।
ବ୍ରେକଥ୍ରୋ ଇୟର
ସମ୍ପାଦନାଅନୁ ମଲ୍ଲିକଙ୍କ ନାମରେ ରହିଛି "ମର୍ଦ, ଗଙ୍ଗା ଯମୁନା ସରସ୍ୱତୀ, ଆଲ୍ଲା ରଖା, ମୁଜରିମ୍, ବାଜିଗର୍, ଇସ୍କ, ବର୍ଡର ଆଦି ଶତାଧିକ ଫିଲ୍ମ ତାଲିକା । ୧୯୯୩ ମସିହାକୁ ଅନୁ ମଲ୍ଲିକଙ୍କ ବ୍ରେକଥ୍ରୋ ଇୟର ବୋଲି କୁହାଯାଏ । ମହେଶ ଭଟ୍ଟଙ୍କ "ସାର" ଏବଂ "ଫିର ତେରି କାହାନୀ ୟାଦ୍ ଆଇ"ର ସାଉଣ୍ଡ ଟ୍ରାକ ସବୁ ତାଙ୍କ ପାଇଁ ଗୋଟେ ମାଇଲ ଖୁଣ୍ଟ ସଦୃଶ ଥିଲା । କିନ୍ତୁ ତାଙ୍କୁ ବ୍ଲକବଷ୍ଟର ମୁଭି "ବାଜିଗର" ସଫଳତାର ସ୍ୱାଦ ଚଖେଇଥିଲା । ଏହି ଫିଲ୍ମର ଗୀତ "ୟେ କାଲି କାଲି ଆଖେଁ" ଓ ଟାଇଟେଲ ଗୀତ "ବାଜିଗର ଓ ବାଜିଗର" ସେହି ବର୍ଷର ସବୁଠାରୁ ଲୋକ ପ୍ରିୟ ସଙ୍ଗୀତ ଭାବେ ପରିଚାଳିତ ହୋଇଥିଲା । ଏହି ମ୍ୟୁଜିକର କ୍ୟାସେଟ ବିକ୍ରିର ପରିମାଣ ସବୁ ରେକର୍ଡକୁ ଭାଙ୍ଗି ଅନୁଙ୍କୁ ଜଣେ 'ଏ-ଗ୍ରେଟ ମ୍ୟୁଜିକ କମ୍ପୋଜର'ର ମାନ୍ୟତା ଦେଇଥିଲା । ଏହା ପରେ ଅନୁ ଇଣ୍ଡଷ୍ଟ୍ରିରେ ଜଣେ ବ୍ୟସ୍ତ ବହୁଳ ମ୍ୟୁଜିକ କମ୍ପୋଜର ପାଲଟି ଯାଇଥିଲେ । ସେ ଭେଟି ଦେଇଥିଲେ "ମେ ଖିଲାଡି ତୁ ଅନାଡି, ଅକେଲେ ହମ ଅକେଲେ ତୁମ, ଇସ୍କ, ବର୍ଡର" ପରି ବହୁ ଲୋକପ୍ରିୟ ମ୍ୟୁଜିକ ହିଟ ଫିଲ୍ମ । ୨୦୦୧ ମସିହାରେ ସେ ନିଜ ଭର୍ସାଟିଲିଟିର ପ୍ରମାଣ ଦେଇଥିଲେ । "ମୁଝେ କୁଛ କେହେନା ହୈ, ଏକ୍ସ, ଅଜନବୀ, ୟାଦେ ଏବଂ ଅଶୋକା" ତାଙ୍କୁ ଭର୍ସାଟିଲିଟିର ସାର୍ଟିଫିକେଟ ଦେବାରେ ସହାୟକ ହୋଇଥିଲା । ଟିନ ଏଜ୍ ରୋମାଣ୍ଟିକ ମୁଭି "ମୁଝେ କୁଛ କେହେନା ହୈ"ର ଟାଇଟଲ ଟ୍ରାକ ଓ ସୋନୁ ନିଗମଙ୍କ କଣ୍ଠରେ ରେକର୍ଡ ହୋଇଥିବ ବିରହ ସଙ୍ଗୀତ "ଇସ ପ୍ୟାର୍ କୋ କ୍ୟା ନାମ ଦୁଁ" ପାଲଟି ଯାଇଥିଲା ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।
ସଫଳ କମ୍ବିନେସନ
ସମ୍ପାଦନାକ୍ରିଟିକମାନେ କୁହନ୍ତି , ଅନୁ ମଲ୍ଲିକଙ୍କ ସଙ୍ଗୀତ ଆଶାତୀତ ସଫଳତା ହେବା ପଛରେ ରହିଛି ତାଙ୍କର ଅନ୍ୟ ଗାୟକ-ଗାୟିକାଙ୍କ ସହ ତାଳମେଳ । ଗୋଟେ ସମୟରେ ଆଲିସା ଚିନାୟୀ ଥିଲେ ତାଙ୍କର ପ୍ରଥମ ପସନ୍ଦର ଗାୟିକା । ଆଲିସା ଏବଂ ଅନୁଙ୍କ କମ୍ବିନେଶନ ଶ୍ରୋତାଙ୍କୁ ଭେଟି ଦେଇଥିଲା ଖୁବ ଲୋକପ୍ରିୟ ମେଲୋଡି । ଜେ.ପି ଦତ୍ତ ୱେବ ଅନୁଙ୍କ କମ୍ବିନେସନ ଏକ ସଫଳ କମ୍ବିନେସନ । ବହୁ ବିଖ୍ୟାତ ଗାୟକ ମାନଙ୍କ ସହ କାମ କରିଛନ୍ତି ଅନୁ । ସେମାନଙ୍କ ମଧ୍ୟରେ ଅଛନ୍ତି - ଆଶା ଭୋସଲେ, ମହମ୍ମଦ ରଫି, କିଶୋର କୁମାର, କୁମାର ସାନୁ, ଉଦିତ ନାରାୟଣ, ଅମିତ କୁମାର, ଅଭିଜିତ, ସୋନୁ ନିଗମ, ଅଲକା ୟଗନିକ, ସାଧନା ସରଗମ୍, ସୁନିଧି ଚୌହାନ ଓ ଆହୁରି ଅନେକ । ଅଶୀ ଦଶକରେ ସେ ମହମ୍ମଦ୍ ଅଯିଜ୍, ସବୀର କୁମାର, ମନୋହର ଉଦ୍ଦିତ୍ ଓ ନୀତିଶ ମୁକେଶ ଆଦିଙ୍କ ସହ ମିଳିତ ହୋଇଥିଲେ । ଅନୁଙ୍କର ଅନେକ ଗୀତ ହଲିଉଡ଼ ଫିଲ୍ମରେ ବ୍ୟବହାର ହୋଇଛି । ସେଥି ମଧ୍ୟରୁ ଗୋଟେ ହେଲା ଛମ୍ମା ଛମ୍ମା । "ଚାଇନା ଗେଟ"ର ଏହି ଗୀତକୁ 'ନିକଲ କିଡ଼ ମ୍ୟାନ' ତାଙ୍କ ବ୍ଲକ ବଷ୍ଟର ମୁଭି "ମୌଲୀନ ଲଗ"ରେ ବ୍ୟବହାର କରି ସଫଳ ପାଇଛନ୍ତି ।
- ୨୦୦୧ ମସିହାରେ ଜେ.ପି ଦତ୍ତଙ୍କ "ରିଫ୍ୟୁଜ" ପାଇଁ ତାଙ୍କୁ ଜାତୀୟ ପୁରସ୍କାର ତଥା "ଫିଲ୍ମଫେୟାର ସ୍ପେଶାଲ ଜୁରୀ" ଆୱାର୍ଡ ପ୍ରଦାନ କରାଯାଇଥିଲା ।
- ୧୯୯୪ ମସିହାରେ ଫିଲ୍ମ "ବାଜିଗର" ପାଇଁ ସେ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
- ୨୦୦୫ ମସିହାରେ ଫିଲ୍ମ "ମୈ ହୁଁ ନା" ପାଇଁ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
- ୨୦୦୨ ମସିହାରେ ଫିଲ୍ମ "ଅଶୋକା" ପାଇଁ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
- ୨୦୧୬ ମସିହାରେ "ଦମ ଲଗାକେ ହୈସା" ପାଇଁ "ଜି ସିନେ ଫର ବେଷ୍ଟ ମ୍ୟୁଜିକ ଡିରେକ୍ଟର୍" ଆୱାର୍ଡ ପାଇଥିଲେ ।
- ୨୦୧୫ ମସିହାରେ "ବିଗ୍ ଷ୍ଟାର ଏଣ୍ଟର୍ଟେନମେଣ୍ଟ" ଆୱାର୍ଡ - ୯୨.୭ ବିଗ୍ ଏଫ.ଏମ - ସୁହାନା ସଫର ମ୍ୟୁଜିକ ଆୱାର୍ଡ ପାଇଥିଲେ ।[୬]
ଆଧାର
ସମ୍ପାଦନା- ↑ "Why Anu Malik will not judge Indian Idol after six years".
- ↑ Khubchandani, Lata (27 December 2006). "My Fundays". The Telegraph. Calcutta, India.
- ↑ "Why Anu Malik will not judge Indian Idol after six years - Times of India". Retrieved 27 August 2016.
- ↑ "Unwell Anu Malik hospitalized". dna. 28 May 2016. Retrieved 2016-05-30.
- ↑ "Anu Malik Awards & Nominations, National Awards, Filmfare Awards, Cine Awards, IIFA, Screen Awards - Filmibeat". Retrieved 27 August 2016.
- ↑ Hungama, Bollywood. "Winners of the Big Star Entertainment Awards 2015 - Latest Movie Features - Bollywood Hungama". Retrieved 27 August 2016.