ଅନିସା ସେୟଦ
ଅନିସା ସେୟଦ (ଜନ୍ମ ୨୨ ସେପ୍ଟେମ୍ବର ୧୯୮୦) ଜଣେ ଭାରତୀୟ ମହିଳା ସୁଟର ଅଟନ୍ତି, ଯେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୨] ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ୨୫ ମିଟର ବିଭାଗରେ ରୌପ୍ୟ ଜିତିଥିଲେ ।[୩]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ୨୨ ସେପ୍ଟେମ୍ବର ୧୯୮୦ ୱାଇ, ମହାରାଷ୍ଟ୍ର, ଭାରତ[୧] | |||||||||||||||||||||||
ଉଚ୍ଚତା | ୧୫୭ ସେମି[୧] | |||||||||||||||||||||||
ଓଜନ | ୯୦ କେଜି[୧] | |||||||||||||||||||||||
ପତି/ପତ୍ନୀ | ମୁବାରକ ହୁସେନ[୧] | |||||||||||||||||||||||
Sport | ||||||||||||||||||||||||
କ୍ରୀଡ଼ା | ବନ୍ଧୁକ ଚାଳନା | |||||||||||||||||||||||
Event(s) | ୨୫ ମିଟର ପିସ୍ତଲ୍ | |||||||||||||||||||||||
Medal record
|
ଆଦ୍ୟ ଜୀବନ
ସମ୍ପାଦନାମୂଳତଃ ପୁନେର ସତାରା ଜିଲ୍ଲାର ଖାଡ଼କିର ବାସିନ୍ଦା ଅନିସା ଅବ୍ଦୁଲ୍ ହମିଦ୍ ସୟେଦ୍ଙ୍କ ଝିଅ ।[୪] ତାଙ୍କ ବାପା, ଯେ କି ପୂର୍ବତନ କ୍ଲବ୍ ସ୍ତରୀୟ ଫୁଟ୍ବଲ୍ ଖେଳାଳି, ଟେଲ୍କୋରେ କିରାଣୀ ଭାବେ କାମ କରୁଥିଲେ ।[୫] ଅନିସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପାଇଁ ତାଲିମ୍ ନେଉଥିବା ବେଳେ ବନ୍ଧୁକ ଚାଳନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।[୪]
ପେଶାଗତ ଜୀବନ
ସମ୍ପାଦନାଅନିସା ଲେଡି ହୱାଭାଇ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ।[୫] ପରେ ସେ ଭାରତୀୟ ରେଳ ପାଇଁ ମହାରାଷ୍ଟ୍ରର ମୁମ୍ବାଇ-ପୁନେର ବ୍ୟସ୍ତ ବହୁଳ ପଥର ଭାଇଲ୍ ପାର୍ଲ୍ ରେଳ ଷ୍ଟେଷନରେ ଟିକେଟ୍ ସଂଗ୍ରାହକ ଭାବେ କାମ କରୁଥଲେ ।[୬] ସେ ନିଜ ସହର ପୁନେକୁ ସ୍ଥାନାନ୍ତରିତ ହେବା ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେବାରୁ ଚାକିରୀରୁ ଇସ୍ତଫା ଦେଇଥିଲେ ।[୬]
ଅନିସାଙ୍କ ବନ୍ଧୁକ ଚାଳନା ଜୀବନ ୨୦୦୨ରେ ଗାନି ଶେଖ ଓ ପି ଭି ଇନାମଦାରଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ।[୭] ଅନିସା ପ୍ରଥମ ସ୍ୱର୍ଣ୍ଣ ପଦକ, ରାଜୀ ସାର୍ନୋବତଙ୍କ ସହ ମିଳିତ ଭାବେ ୨୫ ମିଟର୍ ପିସ୍ତଲ୍ରେ ଜିତିଥିଲେ ।[୮] ସେ ମଧ୍ୟ ୨୬ ଜୁନ୍ ୨୦୧୪ରେ ଗ୍ଲାସ୍ଗୋ ନିକଟସ୍ଥ ବ୍ୟାରୀ ବଡ଼ନ୍ ସୁଟିଂ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ ।[୯]
ଅନିସା ରାଜ୍ୟଗୋଷ୍ଠୀ କ୍ରୀଡାରେ ୭୭୬.୫ ସହ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୦] ୨୦୧୪ରେ ସେ ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ । ଅନିସା ଆଙ୍ଗଲିଆନ୍ ମେଡ଼ାଲ୍ ହଣ୍ଟ୍ କମ୍ପାନୀଦ୍ୱାରା ସମର୍ଥିତ ହେଉଛନ୍ତି ।[୧୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅନିସା ମୁନାରକ ଖାନ୍ଙ୍କୁ ବିବାହ କରିଥିଲେ ଓ ୨୦୧୭ରେ ଏକ କନ୍ୟାସନ୍ତାନର ଜନନୀ ହୋଇଥିଲେ । ସେ ବର୍ତ୍ତମାନ ହରିଆନା ରାଜ୍ୟର ଫରିଦାବାଦ ଜିଲ୍ଲାରେ ରହୁଛନ୍ତି । ସତ୍ୟବ୍ରତ ଦାମ ତାଙ୍କର ମାନସିକ ପ୍ରଶିକ୍ଷକ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Anisa Sayyed Archived 2019-06-25 at the Wayback Machine.. glasgow2014.com
- ↑ Sayyed, Anisa (7 October 2010). "Double delight for Pune shooter Anisa Sayyed". Times of India. Retrieved 19 September 2013.
- ↑ "Pistol shooter Rahi Sarnobat wins gold, Anisa Sayyed silver". news.biharprabha.com. IANS. 26 July 2014. Retrieved 26 July 2014.
- ↑ ୪.୦ ୪.୧ "teachers class act". The Indian Express (in ଆମେରିକୀୟ ଇଂରାଜୀ). 2010-10-07. Retrieved 2017-05-13.
{{cite news}}
: Cite has empty unknown parameter:|dead-url=
(help) - ↑ ୫.୦ ୫.୧ "Anisa climbs her way up to glory from a very humble beginning". www.sunday-guardian.com (in ବ୍ରିଟିଶ୍ ଇଂରାଜୀ). Archived from the original on 2017-12-01. Retrieved 2017-05-13.
- ↑ ୬.୦ ୬.୧ ୬.୨ TwoCircles.net. "Anisa Sayyed: From ticket-checker to shooting champion | TwoCircles.net". twocircles.net (in ଆମେରିକୀୟ ଇଂରାଜୀ). Retrieved 2017-05-13.
- ↑ "Double delight for Pune shooter Anisa Sayyed - Times of India". The Times of India. Retrieved 2017-05-13.
- ↑ "CWG 2014: Pistol shooter Rahi Sarnobat wins gold, Anisa Sayyed silver". hindustantimes.com/ (in ଇଂରାଜୀ). 2014-07-26. Retrieved 2017-05-13.[permanent dead link]
- ↑ "Commonwealth Games 2014: Pistol Shooting - Rahi Sarnobat wins gold, Anisa Sayyed silver". 2014-07-26. Retrieved 2017-05-13.
- ↑ NDTVSports.com. "I am Still Waiting for That Promised Job: Commonwealth Games Silver Medallist Anisa Sayyed – NDTV Sports". NDTVSports.com. Retrieved 2017-05-13.
- ↑ Marar, Nandakumar. "Hat-trick for Anisa Sayyed". The Hindu (in ଇଂରାଜୀ). Retrieved 2017-05-13.
ବାହ୍ୟ ଆଧାର
ସମ୍ପାଦନା- timesofindia Archived 2012-11-03 at the Wayback Machine.