ଅନିମା ଚୌଧୁରୀ

ଅନିମା ଚୌଧୁରୀ (ଜନ୍ମ ୨୮ ଫେବ୍ରୁଆରୀ ୧୯୫୩) ଭାରତର ଉତ୍ତର ପୂର୍ବ ଜିଲ୍ଲା ଆସାମର ଜଣେ ଗାୟିକା ।

ଅନିମା ଚୌଧୁରୀ (ଜନ୍ମ ୨୮ ଫେବ୍ରୁଆରୀ ୧୯୫୩) ଭାରତର ଉତ୍ତର ପୂର୍ବ ଜିଲ୍ଲା ଆସାମର ଜଣେ ଗାୟିକା । ତାଙ୍କର ସଙ୍ଗୀତ ଜୀବନ ଚାରି ଦଶକ ଧରି ରହିଥିଲା ଯାହା ଲୋକ କଳା ଓ ଆଧୁନିକ ଆସାମୀ ସଂଗୀତ ଉପରେ ପର୍ଯ୍ୟବସିତ ଥିଲା ।[୧] ତାଙ୍କୁ ସ୍ଥାନୀୟ ଓ ରାଜ୍ୟ ତରଫରୁ ସଙ୍ଗୀତ ଓ ସାଂସ୍କୃତିକ ମାନ୍ୟତା ମିଳିଛି ଓ "ଲୁଇତ କୁୱାରୀ" ତ‌ଥା "ଜନ ଦିମାଲି" ଉପାଧି ମିଳିଛି । 'ଦିଖୌ ନଏର ପରୋରେ', 'ଲୋଗ ଦିୟାର କୋଥା' ଓ 'ଏ ପ୍ରାନ ଗୋପାଲ' ଗୀତମାନ ଗାଇ ସେ ଅତି ଜନପ୍ରିୟ ହୋଇଥିଲେ ।

Anima Choudhury
Background information
ମୂଳ ନାମ
ড৹ অনিমা চৌধুৰী
ଜନ୍ମ (1953-02-28) ୨୮ ଫେବୃଆରୀ ୧୯୫୩ (ବୟସ ୭୧)
Nalbari, Assam, India
ଜନ୍ମସ୍ଥାନAssam
ପେଷାSinger, musician, professor
କାର୍ଯ୍ୟକାଳ1970–present

ସଙ୍ଗୀତ ଜୀବନ ସ‌ହିତ ସମାନ୍ତରାଳ ଭାବରେ ବିଦ୍ୟାଲାଭ ଜୀବନ ବ୍ୟାପିଥିଲେ ଓ ସେ ଗୌହାଟି ବିଶ୍ୱବିଦ୍ୟାଳୟରୁ (Gauhati University) ଇତିହାସରେ ଡକ୍ଟରେଟ ଲାଭ କରିଥିଲେ ।

ପ୍ରାକ୍ ଜୀବନ ସମ୍ପାଦନା

ନଳବେରୀ, ଆସାମର ଗୋଟିଏ ଛୋଟ ଗ୍ରାମ 'ନିଜ ପକୋୱା'ରେ ଦଣ୍ଡିରାମ ଚୌଧୁରୀ ଓ ହେମଲତା ଚୌଧୁରୀଙ୍କ ଔରସରୁ ୧୯୫୩ ମସିହା ଫେବ୍ରୁଆରୀ ୨୮ ତାରିଖ ଦିନ ଅନିମା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କର ୭ଟି ସନ୍ତାନଙ୍କ ମଧ୍ୟରୁ ସେ ପଞ୍ଚମ ସନ୍ତାନ ଥିଲେ ଓ ତାଙ୍କ ପିତା ଜଣେ ସରକାରୀ ଅଫିସର ଥିଲେ । 'ନ‌ଗାଓଁ'ଠାରେ ତାଙ୍କର ପ୍ରାଥମିକ ଶିକ୍ଷା ଓ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ତାଙ୍କର ପରିବାର ଉପରେ ସଙ୍ଗୀତ ପରିବେଶ ଓ ପ୍ରଭାବ ଥିଲା ଓ ତାଙ୍କର ମାତା ତାଙ୍କୁ ପାରମ୍ପରିକ ଆସାମୀ ସଙ୍ଗୀତ ଶିକ୍ଷା ବିଷୟରେ ଅବଗତ କରେଇଥିଲେ । ତାଙ୍କର ପିତା ଭାରତୀୟ କ୍ଲାସିକାଲ ସଙ୍ଗୀତର ଜଣେ ଭକ୍ତ ଥିଲେ ଓ ତାଙ୍କୁ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତ ଶିକ୍ଷା ନିମନ୍ତେ ପ୍ରରୋଚିତ କରିଥିଲେ ।

ସୁଶୀଲ ବାନର୍ଜୀଙ୍କର ସଙ୍ଗୀତ ବିଦ୍ୟାଳୟରୁ ସେ ସଙ୍ଗୀତର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ୧୯୬୩ ମସିହାର ପିତାଙ୍କର ବଦଳି ହେଲା ଗୌହାଟୀକୁ ଯେଉଁଠାରେ ସେ ହିରେନ ଶର୍ମାଙ୍କଠାରୁ କ୍ଲାସିକାଲ ସଙ୍ଗୀତ ଶିକ୍ଷା କରିଥିଲେ । ଅବଶେଷରେ ସେ କ୍ଲସିକାଲ ସଙ୍ଗୀତରେ ବିଶାରଦ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲେ । ଶର୍ମାଙ୍କର ମୃତ୍ୟୁ ପରେ ଦାମୋଦର ବୋରାଙ୍କଠାରୁ ପ୍ରଶିକ୍ଷଣ ନେଲେ । ନ୍ରିପେନ ଗାଙ୍ଗୁଲି ନାମକ ଅଲ ଇଣ୍ଡିଆ ରେଡିଓର କ୍ଲାସିକାଲ ଗାୟକଙ୍କଠାରୁ ସେ ଠୁମରୀ ଓ ଭଜନ ଶିକ୍ଷା କଲେ ଓ ନିରଦ ରାୟଙ୍କଠାରୁ କ୍ଲାସିକାଲ ସଙ୍ଗୀତ ପ୍ରଶିକ୍ଷଣ ନେଇଥିଲେ ।

ଶିକ୍ଷା ଜୀବନ ସମ୍ପାଦନା

ଗୌହାଟିର ୧୯୭୨ ମସିହାର କଟନ କଲେଜରୁ ଅନିମା ଇତିହାସରେ ଅନର୍ସ ସ‌ହିତ ଗ୍ରାଜୁଏଟ ହେଲା ପରେ ୧୯୭୪ ମସିହାର ଗୌହାଟି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କଲେ ଓ ସେହି ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । ଆସାମର କାମରୁପ ଜିଲ୍ଲାର ଛୟାଗାଁ କଲେଜରେ ଆସୋସିଏଟ ପ୍ରଫେସର ପଦବୀରେ ୨୦୧୩ରେ ଅବସର ନେବା ପର୍ଯ୍ୟନ୍ତ କାମ କରିଥିଲେ ।

ରାଜ୍ୟ, ଜାତୀୟ ତ‌ଥା ଆନ୍ତର୍ଜାତୀୟ ସ୍ତରର ସେମିନାରମାନଙ୍କରେ ସଂସ୍କୃତି ଓ ସଙ୍ଗୀତ ଉପରେ ବକ୍ତୃତା ଦେବା ପାଇଁ ଅନେକ ଥର ନିମନ୍ତ୍ରିତ ହୋଇଥିଲେ । [୨][୩]

ପୁରସ୍କାର ଓ ସମ୍ମାନ ସମ୍ପାଦନା

 
୨୦୧୬ ମସିହାର ଲୁଇଟ କୁୱାରି ସମ୍ମାନରେ ଭୁଷିତ କରାଯାଇଥିଲା ।
  • କାମରୁପ, ଆସାମର ଜାନ ପବ୍ଲିକେସନ ତାଙ୍କ ନାମରେ "ଜାନ ଦିମାଲି ବୋଟା" ପ୍ରସ୍ତୁତ କରିଥିଲେ । ଏହାର ଏକ ଅଂଶ ସ୍ୱରୁପ ତାଙ୍କୁ "ଲୁଇଟ କୁୱାରି" ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୪]
  • ୨୦୧୬ ମସିହାର ଡେରଗାଓଁ କେନ୍ଦ୍ରୀୟ ରଙ୍ଗଲି ବିହୁ ଉତ୍ସବରେ "ଡକ୍ଟର ଉପେନ କାକୋଟି ସୋୱାରାନି ବୋଟା" ସମ୍ମାନ ଦିଆଯାଇଥିଲେ । [୫]
  • ଗୌହାଟିର ଜାଙ୍ଗଖାଦ୍ୱାନି ସାମାଜିକ ସଂସ୍କରିତିକ ମଞ୍ଚ କ‌ହିଲିପଡ଼ା ସଂସ୍ଥା ତାଙ୍କୁ ୨୦୧୬ ମସିହାରେ ଜାଙ୍ଗଖାଦ୍ୱାନି ସମ୍ମାନ ଦେଇଥିଲେ ।[୬]

ଆମେରିକାର ଭାରତୀୟ ଓ ଆସାମୀ ଅନୁଷ୍ଠାନ ତରଫରୁ ସେ ଅନେକ ଥର 'ଆସାମି ସଙ୍ଗୀତ ହେରିଟଜ'ର ରାଷ୍ଟ୍ରଦୂତ ଭାବରେ ନିମନ୍ତ୍ରିତ ହୋଇ ପ୍ରଦର୍ଶନ କରିଥିଲେ । She has been invited many by Indian/Assamese organizations in the United States to perform as an ambassador of the Assamese musical heritage.[୭]

ଆଧାର ସମ୍ପାଦନା

  1. Mirza, Abbas. ASSAM: The Natural and Cultural Paradise. Assam.
  2. Choudhury, Anima (1998). "Saivism in Assam". Proceedings of North East India History Association. Assam. p. 118.{{cite book}}: CS1 maint: location missing publisher (link)
  3. Choudhury, Anima (2007). "Saktism". Journal of the Assam Research Society. Assam. p. 89.{{cite book}}: CS1 maint: location missing publisher (link)
  4. "Jaan Dimali to Anima Choudhury". Purvanchal Prahari. Associated Press. 11 January 2016. Archived from the original on 1 April 2023. Retrieved 15 January 2016.
  5. "Dergaon Kendriya Rangali Bihu". Asomiya Pratidin. Associated Press. 21 April 2016. p. 8. Retrieved 25 April 2016.
  6. "Xangkhadhwani Sanman to Anima Choudhury". Niyomiya Barta. Associated Press. 24 June 2016. Archived from the original on 1 September 2016. Retrieved 25 June 2016.
  7. "Assamese Get-Together, San Francisco: A Report" (PDF). Posoowa. July 2006. Archived from the original (PDF) on 16 December 2017. Retrieved 30 August 2016.