ଆଦିତୀ ପନ୍ଥ

(ଅଦିତି ପନ୍ଥରୁ ଲେଉଟି ଆସିଛି)

ଆଦିତୀ ପନ୍ଥ ଜଣେ ଭାରତୀୟ ସମୁଦ୍ର ବିଜ୍ଞାନୀ । ସେ ଆଣ୍ଟାର୍କଟିକା କାର୍ଯ୍ୟକ୍ରମର ଅଂଶଗ୍ରହଣ କରିବାରେ ୧୯୮୩ ମସିହାରେ ସୁଦୀପ୍ତା ସେନଗୁପ୍ତଙ୍କ ସହ ପ୍ରଥମ ଭାରତୀୟ ମହିଳା ।[୧][୨][୩][୪] ସେ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ, ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା, ପୁଣେ ବିଶ୍ୱବିଦ୍ୟାଳୟ ଏବଂ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀ ଆଦି ଅନୁଷ୍ଠାନରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି ।

ଆଦିତୀ ପନ୍ଥ
ଜନ୍ମ
ନାଗପୁର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବି.ଏସ.ସି. ପୁଣେ ବିଶ୍ୱବିଦ୍ୟାଳୟ
ଏମ.ଏସ.ସି. ହାୱାଇ ବିଶ୍ୱବିଦ୍ୟାଳୟ
ପି.ଏଚ.ଡି. ୱେଷ୍ଟଫିଲ୍ଡ କଲେଜ
ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା
ପ୍ରସିଦ୍ଧିସମୁଦ୍ର ବିଜ୍ଞାନ
ପୁରସ୍କାରଏସ.ଇ.ଆର.ସି. ପୁରସ୍କାର
ଆଣ୍ଟାର୍କଟିକା ଆୱାର୍ଡ଼
ବିଜ୍ଞାନୀ ଜୀବନ
କ୍ଷେତ୍ରସମୁଦ୍ର ବିଜ୍ଞାନ
କର୍ମାନୁଷ୍ଠାନରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ,
ପୁଣେ ବିଶ୍ୱବିଦ୍ୟାଳୟ

ପ୍ୟାଟେଣ୍ଟ ଓ ପୁରସ୍କାର ସମ୍ପାଦନା

ଆଦିତୀ ପନ୍ଥ ପାଞ୍ଚଟି ପ୍ୟାଟେଣ୍ଟ ଅଧିକାର କରିବା ସହ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୬୭ରୁ ଅଧିକ ସନ୍ଦର୍ଭ ପ୍ରକାଶ କରିଛନ୍ତି ।[୫] ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ଆଣ୍ଟାର୍କଟିକା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ସହକର୍ମୀ ସୁଦୀପ୍ତା ସେନଗୁପ୍ତା, ଜୟ ନୈଥାନୀ ଏବଂ କନୱାଲ ଭିଲକୁଙ୍କ ସହ ଏହି ସମ୍ମାନ ମିଳିତ ଭାବେ ପାଇଥିଲେ ।[୩][୪][୬] ସେ ଏସ.ଇ.ଆର.ସି. ପୁରସ୍କାର ପାଇଥିଲେ ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଅନୁସନ୍ଧାନ ପାଇଁ ବୃତ୍ତି ଲାଭ କରିଥିଲେ ।[୭]

ସେ ମହାରାଷ୍ଟ୍ର ସୋସାଇଟି ଅଫ କଲ୍ଟିଭେସନ ସାଇନ୍ସ, ମହାରାଷ୍ଟ୍ର ଆସୋସିଏସନ ଫର ଦି କଲ୍ଟିଭେସନ ଅଫ ସାଇନ୍ସର ସାଧାରଣ ବିଭାଗ, ବାୟୋ ଫୁଏଲ କମିଟି, ଜୈବପ୍ରଯୁକ୍ତି ବିଭାଗ, ସିଜିଓ କମ୍ପ୍ଲେକ୍ସ, ନୂଆଦିଲ୍ଲୀର ସଦସ୍ୟ । ସେ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀର ଜଣେ ସହକର୍ମୀ ।[୫]

ଆଧାର ସମ୍ପାଦନା

  1. Sharma, Sathya (January 2001). Breaking the ice in Antarctica: The first Indian wintering in Antarctica. New Age International. p. 38. ISBN 9788122412901. Retrieved 11 October 2014.
  2. "Lilavati's Daughters" (PDF). www.ias.ac.in. Indian Academy of Sciences. Retrieved 11 October 2014.
  3. ୩.୦ ୩.୧ Chaturvedi, Arun. "Indian women in Antarctic expeditions : A historical perspective" (PDF). www.ias.ac.in. Indian Academy of Sciences. Retrieved 11 October 2014.
  4. ୪.୦ ୪.୧ "ADITI PANT: The First Indian Women to Reach Antartica Region | GyanPro Science Blog". gyanpro.com. Retrieved 2019-12-08.
  5. ୫.୦ ୫.୧ "Dr. Aditi Pant (Director)" (PDF). Archived from the original (PDF) on 15 December 2016.
  6. "Indian Women in Science & Technology" (in ଆମେରିକୀୟ ଇଂରାଜୀ). Archived from the original on 2019-12-18. Retrieved 2019-12-17.
  7. Pant, Aditi. "An Oceanographer's Life" (PDF). ias.{{cite web}}: CS1 maint: url-status (link)

ବାହାର ଲିଙ୍କ ସମ୍ପାଦନା