ଅଦିତି ଅଶୋକ

ଭାରତୀୟ ପେଶାଦାର ଗଲ୍ଫ ଖେଳାଳି

ଅଦିତ ଅଶୋକ (ଜନ୍ମ ୨୯ ମାର୍ଚ୍ଚ ୧୯୯୮) ଜଣେ ଭାରତୀୟ ପେଶାଦାର ଗଲ୍ଫ ଖେଳାଳି । ସେ ୨୦୧୬ ଗ୍ରୀଷ୍ମ ଅଲିମ୍ପିକ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୧] ୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ର୍ଥ ସ୍ଥାନରେ ରହିଥିଲେ ।[୨][୩][୪] ସେ ୟୁରୋପରେ ଅନୁଷ୍ଠିତ ହେଉଥିବା ମହିଳା ୟୁରୋପିୟାନ ଟୁର ଓ ଆମେରିକାର ଲେଡିଜ ପ୍ରଫେସନାଲ ଗଲ୍ପ ଟୁର ଭାଗ ନିଅନ୍ତି ।

ଅଦିତି ଅଶୋକ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1998-03-29) ୨୯ ମାର୍ଚ୍ଚ ୧୯୯୮ (ବୟସ ୨୬)
ବାଙ୍ଗାଲୋର, ଭାରତ
ଉଚ୍ଚତା୧.୭୩ ମି
ଜାତୀୟତା ଭାରତ
ଘରବାଙ୍ଗାଲୋର, ଭାରତ
ଖେଳ ଜୀବନ
ପେଶାଦାର ଖେଳ ଆରମ୍ଭ୨୦୧୬
ବର୍ତ୍ତମାନର ଟୁରମହିଳା ୟୁରୋପୀୟ ଟୁର୍
ଏଲ୍‌ପିଜିଏ ଟୁର୍
ପେଶାଦାର ବିଜୟ
Number of wins by tour
Ladies European Tour
Other
Best results in LPGA major championships
ANA InspirationT42: 2017
Women's PGA C'shipT29: 2017
U.S. Women's OpenCUT: 2017
Women's British OpenCUT: 2016, 2017
Evian ChampionshipCUT: 2017
Achievements and awards
ଏଲ୍ଇଟି ରୁକି ଅଫ୍ ଦି ଇଅର୍୨୦୧୬

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅଦିତି ୧୯୯୮ ମସିହାରେ ବେଙ୍ଗାଳୁରୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ଗୁଡ୍ଲମଣି ଅଶୋକ ଓ ମାତାଙ୍କ ନାମ ଗୁଡ୍ଲମଣି ମହେଶ୍ୱରୀ । ୨୦୧୬ ମସିହାରେ ସେ ବେଙ୍ଗାଳୁରୁର ଫ୍ରାଙ୍କ ଆନ୍ଥୋନୀ ପବ୍ଲିକ ସ୍କୁଲରୁ ନିଜ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ।[୫] ୫ ବର୍ଷ ବୟସରୁ ସେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ ଓ ତାଙ୍କ ପିତା ତାଙ୍କୁ କର୍ଣ୍ଣାଟକ ଗଲ୍ପ ଆସୋସିଏସନକୁ ନେଇ ତାଙ୍କର ପ୍ରଶିକ୍ଷଣ ଆରମ୍ଭ କରାଇଥିଲେ । ୨୦୧୬ ରିଓ ଅଲିମ୍ପିକରେ ତାଙ୍କ ପିତା[୬] ଓ ୨୦୨୦ ଟୋକିଓ ଅଲିମ୍ପିକରେ ତାଙ୍କ ମାତା ତାଙ୍କର କ୍ୟାଡି ରହିଥିଲେ ।[୭][୮]

ଖେଳ ଜୀବନ ସମ୍ପାଦନା

ଅଦିତି ୧୨ବର୍ଷ ବୟସରେ ଏସିଆ ପାସିଫିକ ଇନଭାଇଟେସନ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ୧୩ ବର୍ଷ ବୟସରେ ସେ ଗୋଟିଏ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ । ୨୦୧୨,୨୦୧୩ ଓ ୨୦୧୪ ବର୍ଷ ପାଇଁ ସେ କ୍ରମାଗତ ଭାବରେ ଭାରତର ଜୁନିୟର ଗଲ୍ଫ ଚାମ୍ପିୟନ ହୋଇଥିଲେ । ୨୦୧୬ରେ ସେ ଜଣେ ପେଶାଦାର ଗଲ୍ଫ ଖେଳାଳିରେ ପରିଗଣିତ ହୋଇଥିଲେ ।[୯]

୨୦୧୬ ମସିହାରେ ଅଦିତି ପ୍ରଥମ ଭାରତୀୟ ଭାବରେ ଲାଲା ଆଇଚା ସ୍କୁଲ ଟୁର ପ୍ରତିଯୋଗିତା ଜିତିବା[୧୦] ପରେ ଲେଡିଜ ୟୁରୋପିୟାନ ଟୁର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଲେଡିଜ ୟୁରୋପିୟାନ ଟୁରରେ ତାଙ୍କୁ ରୁକି ଅଫ ଦ ଇଅର ସମ୍ମାନ ପ୍ରାପ୍ତ ହୋଇଥିଲା ।[୧୧] ୨୦୧୬ରେ ହିଁ ସେ ହିରୋ ଓମେନ୍ସ ଇଣ୍ଡିଆନ ଓପନ[୧୨][୧୩][୧୪]କତାର ଲେଡିଜ ଓପନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।[୧୫] ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବରେ ଲେଡିଜ ପ୍ରଫେସନାଲ ଗଲ୍ପ ଟୁରରେ ଅଂଶଗ୍ରହଣ କରି ପାରିଥିଲେ । ୨୦୧୮ରେ ସେ ଦୁଇଟି ଟୁରରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଥିଲେ । ୨୦୧୯ରେ ମଧ୍ୟ ଲେଡିଜ ୟୁରୋପିୟାନ ଟୁରରେ ସେ ଶ୍ରେଷ୍ଠ ୨ଜଣଙ୍କ ମଧ୍ୟରେ ରହିଥିଲେ ।

୨୦୨୦ ଟୋକିଓ ଅଲିମ୍ପିକରେ ସେ ୪ଥ ସ୍ଥାନରେ ରହି, ଅଳ୍ପକେ ବ୍ରୋଞ୍ଜ ମେଡ଼ାଲରୁ ବଞ୍ଚିତ ହୋଇଥିଲେ ।[୧୬] କିନ୍ତୁ ବିଶ୍ୱ ରାଙ୍କ ୨୦୦ରେ ଥାଇ ଅଲିମ୍ପିକରେ ୪ଥ ସ୍ଥାନରେ ରହିଥିବାରୁ ସେ ପ୍ରଂଶସିତ ହୋଇଥିଲେ ।[୧୭]

ଆଧାର ସମ୍ପାଦନା

  1. "Anirban Lahiri, SSP Chawrasia, Aditi Ashok to fly Indian flag in golf at Rio Olympics". The Indian Express. 11 July 2016. Retrieved 22 July 2016.
  2. "Aditi Ashok qualifies for Tokyo Olympics, India golfer 'beyond excited' for 2nd Games appearance". India Today. 29 June 2021. Retrieved 2021-08-03.
  3. Tokyo Olympics: Thanks to Aditi Ashok, India is watching Golf at 4am - Fans rejoice young golfer's show India Today. Retrieved 7 August 2021
  4. "Tokyo Olympics 2020 Live Updates, Day 15: Heartbreak for Aditi Ashok as She Finishes 4th In Women's Individual Golf". News 18. Retrieved 7 August 2021.
  5. "Meet Aditi Ashok, India's future in women's golf". The Hindu. 20 August 2016. Retrieved 20 August 2016.
  6. "Who is Aditi Ashok - Five things to know about the Tokyo-bound Indian golfer". Olympics.com. Retrieved 2021-08-06.
  7. "Olympics 2016: 5 Things To Know About Indian Golfer Aditi Ashok". Golf.com. Retrieved 20 August 2016.
  8. "Know Your Indian Olympian: 10 things to know about Aditi Ashok". Yahoo News. 15 July 2016. Retrieved 20 August 2016.
  9. "Tokyo Olympics: With Her Mother by Her Side, Aditi Ashok Successfully 'Putts' Golf on the Map in India". News18 (in ଇଂରାଜୀ). 2021-08-07. Retrieved 2021-08-07.{{cite web}}: CS1 maint: url-status (link)
  10. "India's Aditi Ashok becomes youngest ever LET Tour School winner". Sky Sports. 23 December 2015. Retrieved 22 July 2016.
  11. "Aditi Ashok named Rookie of the Year". Ladies European Tour. 10 December 2016. Archived from the original on 13 November 2017. Retrieved 10 December 2016.
  12. "Aditi Ashok makes history by winning the Women's Indian Open". ESPN. 13 November 2016. Retrieved 13 November 2016.
  13. "Aditi Ashok wins in Abu Dhabi for her third Ladies European Tour title". The Indian Express. 4 November 2017. Retrieved 13 November 2017.
  14. "Aditi Ashok creates history, wins Indian Open". India Today. November 13, 2016. Retrieved 2021-07-26.
  15. Mittal, Shobhit Kumar (November 28, 2016). "Career-high for teen golf sensation Aditi Ashok". India Today. Retrieved 2021-07-26.
  16. "Summer Olympics: Tokyo 2020 official". Twitter (in ଇଂରାଜୀ). Retrieved 2021-08-07.
  17. PTI (2021-08-07). "You went farther than any Indian, blazed trail: PM Modi to golfer Aditi Ashok". The Hindu (in Indian English). ISSN 0971-751X. Retrieved 2021-08-07.

ବାହ୍ୟ ଆଧାର ସମ୍ପାଦନା