ଅଥାର ପିଠା ସିଝା ହେବା ପାଇଁ ବ୍ୟବହୃତ ଏକ ମାଟିହାଣ୍ଡି । ଅଥାରରେ ଏଣ୍ଡୁରି, ମଣ୍ଡା ଇତ୍ୟାଦି ପିଠା ପ୍ରସ୍ତୁତ କରାଯାଏ ।[୧]

ଅଥାର ହାଣ୍ଡି ଏବଂ ଅଥାର ପ୍ରଣାଳୀର ରେଖାଚିତ୍ର

ଗଠନ ସମ୍ପାଦନା

ଅଥାର ହାଣ୍ଡି କହିଲେ ମାଟିହାଣ୍ଡିରେ ଏକ ପ୍ରକାର ବ୍ୟବସ୍ଥା ବୁଝାଇଥାଏ । ଅଥାର ହାଣ୍ଡିର ତଳଭାଗରେ କିଛି ପାଣି ରଖାଯାଏ । ତା'ର ଅଳ୍ପ ଉପରେ ସରୁ କାଠିମାନଙ୍କଦ୍ୱାରା ଭାଡ଼ି ପ୍ରସ୍ତୁତ କରାଯାଏ । ଭାଡ଼ି ଉପରେ କଞ୍ଚା ନଡ଼ିଆ ପତ୍ର, ବାଉଁଶ କଣି, କଦଳୀ ପତ୍ରାଦି ଟାଣ ଭାବରେ ଖଂଜାଯାଇ ଏହା ଉପରେ ପିଠ‌ଉ (ସୁଦ ବା ଆଣ) ରଖାଯାଏ ।[୨] ହାଣ୍ଡିମୁହଁରେ କନା ବନ୍ଧାଯାଏ ଯାହାକୁ ଅଥାର କନା କୁହାଯାଏ । ପିଠ‌ଉ ରଖିବାପରେ ଏହାକୁ ଢ଼ାଙ୍କୁଣିଦ୍ୱାରା ଘୋଡ଼ାଇ ଦିଆଯାଏ । ଏହି ଘୋଡଣୀକୁ ଅଥାର ପଲମ କୁହାଯାଏ ।

ବ୍ୟବହାର ସମ୍ପାଦନା

ବିଭିନ୍ନପ୍ରକାର ପିଠା ତିଆରି ପାଇଁ ଏକ ପାରମ୍ପରିକ ରୋଷେଇ ସରଞ୍ଜାମ ଅଟେ । ଅଥାର ହାଣ୍ଡିରେ ବା ଅଥାର ପ୍ରଣାଳୀରେ ହେଉଥିବାରୁ ଅଥାର ପିଠା କୁହାଯାଏ । ପତ୍ର ଫାଳ ଦୁଇଟି ନମସ୍କାର ପରି ରହିଁଥିବାରୁ ନମସ୍କାର ପିଠା ବା ଅଥରା ପିଠା ବୋଲି କେତେକ ଅଞ୍ଚଳରେ କୁହାଯାଏ ।[୩] ହାଣ୍ଡିଟିକୁ ଚୁଲିନିଆଁରେ ବସାଇଲେ, ପ୍ରଥମେ ତଳେ ଥିବା ପାଣି ତାତିଯାଏ । ସେଥିରୁ ଉତ୍ପନ୍ନ ବାମ୍ଫରେ ଆଣ ସିଝି ପିଠା ପ୍ରସ୍ତୁତ ହୋଇଥାଏ । ପ୍ରଥମାଷ୍ଟମୀରେ ଏଣ୍ଡୁରିପିଠା ହେବାର ସାତଦିନ ପରେ ଅଥାର ହାଣ୍ଡି ଭଙ୍ଗାଯାଏ । ଏହାକୁ ଅଥାରଭଙ୍ଗା କୁହାଯାଏ ।
ପୂର୍ବରୁ ଅଥାର ହାଣ୍ଡିରେ ପାରମ୍ପରିକ ଭାବେ ପିଠା ତିଆରି ହେଉଥିଲା । ମାତ୍ର ଏବେ ମାଟି ହାଣ୍ଡିର ବ୍ୟବହାର କମିଯାଇ ଇଟିଲି ତିଆରି ଛାଞ୍ଚ କିମ୍ବା ଢାଙ୍କୁଣୀ-ଦିଆ ଷ୍ଟିଲ ବା ଆଲମୁନିୟମ ହାଣ୍ଡିର ବ୍ୟବହାର ହେଉଅଛି ।

ଆଧାର ସମ୍ପାଦନା

  1. http://livinginbhubaneswar.blogspot.com/2015/12/blog-post_28.html
  2. http://dimasa.bharatavani.in/dictionary-surf/?did=122&letter=&language=Odiya&page=3[permanent dead link]
  3. "ଆର୍କାଇଭ୍ କପି". Archived from the original on 2017-12-14. Retrieved 2018-07-27. {{cite web}}: Cite has empty unknown parameter: |1= (help)