ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା

ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା (ଇଂରାଜୀ ଭାଷାରେ High-altitude cerebral edema/ HACE ) ହେଉଛି ଏକ ରୋଗ ଯାହା ଅତ୍ୟୁଚ୍ଚତାର ପ୍ରଭାବ ହେତୁ

ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା (ଇଂରାଜୀ ଭାଷାରେ High-altitude cerebral edema/ HACE ) ହେଉଛି ଏକ ରୋଗ ଯାହା ଅତ୍ୟୁଚ୍ଚତାର ପ୍ରଭାବ ହେତୁ ମସ୍ତିଷ୍କ ଫୁଲିଯାଏ । [୨] ଲକ୍ଷଣ: ସମନ୍ୱୟ ଅଭାବ ଏବଂ ଦ୍ୱନ୍ଦ୍ୱ ଅସୁବିଧା ହୋଇପାରେ | [୨] ଏହା ପୂର୍ବରୁ ମୁଣ୍ଡବ୍ୟଥା, ଶୋଇବାରେ ଅସୁବିଧା, ଅଇ, ବାନ୍ତି, ଏବଂ ଭୋକ ନଷ୍ଟ ହେବା ସହିତ ତୀବ୍ର ଉଚ୍ଚତା ବେମାରୀ ଦେଖାଯାଏ ।[୨] ଏହା ଜଟିଳ ହୋଇ ଅତ୍ୟୁଚ୍ଚ ଫୁସଫୁସ ଇଡିମା ହୋଇପାରେ | [୨]

ଅତ୍ୟୁଚ୍ଚ ମସ୍ତିଷ୍କ ଇଡିମା
High-altitude cerebral oedema (HACO)
ଫାଇଲ:LI-30-193-g007.jpg
CT scan of the head showing diffuse effacement of cerebral sulci and compression of the ventricles in a case with high altitude cerebral edema[୧]
ବିଭାଗWilderness medicine
ଲକ୍ଷଣTrouble with coordination, confusion[୨]
କାରଣElevations > 4,000 metres (13,000 ft)[୨]
ବିପଦ କାରକRapid accent, strenuous exercise, prior history of altitude sickness[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟPsychosis, hypoglycemia, carbon monoxide poisoning, hyponatremia
ପ୍ରତିକାରGradual increase in elevation[୨]
ଚିକିତ୍ସାImmediate descend to a lower altitude, oxygen, dexamethasone, portable hyperbaric chamber[୨]
PrognosisPotentially fatal
ପୁନଃପୌନିକ< 1% at 4,000 metres (13,000 ft)[୨]

୪୦୦୦ ମିଟର (୧୩,୦୦୦ଫୁଟ) ଉପରେ ଦୁଇ ଦିନ ପରେ ଆରମ୍ଭ ହୁଏ କିନ୍ତୁ ୨,୫୦୦ମିଟର ବା ୮,୦୦୦ଫୁଟ ପରି କମ୍ ଉଚ୍ଚତାରେ ମଧ୍ୟ ହୋଇପାରେ | [୨] ବିପଦ କାରକଗୁଡିକରେ ଦ୍ରୁତ ଉତ୍ଥାନ, କଠିନ ବ୍ୟାୟାମ ଏବଂ ଉଚ୍ଚତା ରୋଗର ପୂର୍ବ ଇତିହାସ ଥାଏ | [୨] ଏହାର ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀ: ଅଧିକ ଉଚ୍ଚତାରେ କମ୍ ଅମ୍ଳଜାନ ଥିବା ଯୋଗୁ ରକ୍ତନଳୀ ଫୁଲିଯାଏ, ଅତିକ୍ଷୁଦ୍ର ରକ୍ତନଳୀ ବା କାପିଲାରିରୁ ରକ୍ତ ଲିକ ହୁଏ ଓ ରକ୍ତ ମସ୍ତିଷ୍କ ବାଧା ବ୍ୟାହତ ହୁଏ । [୨] ରୋଗ ଲକ୍ଷଣ ଉପରେ ଆଧାରିତ ହୋଇଥାଏ। [୨]

ଚିକିତ୍ସା ନିମନ୍ତେ ତୁରନ୍ତ ଏକ ନିମ୍ନ ଉଚ୍ଚତାକୁ ଓହ୍ଲାଇବାକୁ ଉପଦେଶ ଦିଆଯାଏ | [୨] ଯଦି ଅବତରଣ ସମ୍ଭବ ନୁହେଁ ତେବେ ଅମ୍ଳଜାନ, ଡେକ୍ସାମେଥାଜୋନ କିମ୍ବା ଏକ ପୋର୍ଟେବଲ୍ ହାଇପରବାରିକ୍ ଚାମ୍ବର ବ୍ୟବହାର କରାଯାଇପାରେ | [୨] ପ୍ରତିଷେଧ ନିମନ୍ତେ ଧୀରେ ଧୀରେ ଉଚ୍ଚତାକୁ ଯାଇ ଜଣେ ଶୋଇବାକୁ ହୁଏ | [୨] ପ୍ରତିରୋଧ ପାଇଁ ଆସେଟାଜୋଲାମାଇଡ ମଧ୍ୟ ବ୍ୟବହୃତ କରାଯାଏ । [୨]

ଏହା ଏକ ଏକ ବିରଳ ରୋଗ ଯାହା ଏକ ପ୍ରତିଶତରୁ କମ୍ ଲୋକଙ୍କ ମଧ୍ୟରେ ଘଟିଥାଏ ଯେଉଁମାନେ ୪୦,୦୦୦ରୁ ଅଧିକ ଉଚ୍ଚତାକୁ ଉଠନ୍ତି ।[୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ରୋଗ ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପାରେ | [୨] ପ୍ରଥମ ସ୍ପଷ୍ଟ ବର୍ଣ୍ଣନା ୧୯୧୩ ମସିହାରେ ଥୋମାସ୍ ରେଭେନହିଲଙ୍କଦ୍ୱାରା ହୋଇଥିଲା। [୩]

ଆଧାର ସମ୍ପାଦନା

  1. Koul, PA; Khan, UH; Hussain, T; Koul, AN; Malik, S; Shah, S; Bazaz, SR; Rashid, W; Jan, RA (July 2013). "High altitude pulmonary edema among "Amarnath Yatris"". Lung India : official organ of Indian Chest Society. 30 (3): 193–8. doi:10.4103/0970-2113.116254. PMID 24049253.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Jensen, JD; Vincent, AL (January 2020). "High Altitude Cerebral Edema". PMID 28613666. {{cite journal}}: Cite journal requires |journal= (help)
  3. Milledge, James S.; West, John B.; Schoene, Robert B. (2007). High Altitude Medicine and Physiology (in ଇଂରାଜୀ). CRC Press. p. 252. ISBN 978-1-4441-1368-6.