ଅତ୍ୟଧିକ ଔଷଧ ସେବନ ଜନିତ ମୁଣ୍ଡବିନ୍ଧା
ଅତ୍ୟଧିକ ଔଷଧ ସେବନ ଜନିତ ମୁଣ୍ଡବିନ୍ଧା ( MOH ), ଯାହାକି ପୁନର୍ବାର ମୁଣ୍ଡବିନ୍ଧା ଭାବରେ ମଧ୍ୟ ଜଣାଶୁଣା, ହେଉଛି ଅତ୍ୟଧିକ ଯନ୍ତ୍ରଣା ଔଷଧ ସେବନ ହେତୁ ମୁଣ୍ଡ ବିନ୍ଧା । [୩]ଏହି ଯନ୍ତ୍ରଣା ସମଗ୍ର ମୁଣ୍ଡକୁ ଅନ୍ତର୍ଭୁକ୍ତ କରିପାରେ ।[୧] ମୁଣ୍ଡ ବିନ୍ଧାର ଆରମ୍ଭ ମାସରୁ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।[୩] ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ଉଦ୍ବେଗ କିମ୍ବା ଉଦାସୀନତା ହୋଇପାରେ ।[୧] ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରୁ ଜଟିଳତା ଆରମ୍ଭ ହୋଇପାରେ ।[୧]
Medication overuse headache | |
---|---|
Rebound headache, drug overuse headaches, drug-induced headache, medication misuse headache, painkiller headaches[୧][୨] | |
ବିଭାଗ | Neurology |
ଲକ୍ଷଣ | Whole head pain > 15 days per month[୧] |
ଅବଧି | > 3 months[୩] |
କାରଣ | Frequent triptans, opioids, barbiturates, NSAIDs, or paracetamol use[୧][୩] |
ବିପଦ କାରକ | Smoking[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms after excluding other potential causes[୧] |
ସଠିକ ରୋଗ ନିର୍ଣ୍ଣୟ | Migraines, tension headaches, cluster headaches, hemicrania[୪] |
ଔଷଧ | Topiramate, valproic acid, CGRP receptor antagonists[୧] |
ଚିକିତ୍ସା | Stopping the excessively used medication, starting preventative medications, counselling[୧] |
ପୁନଃପୌନିକ | 1-2% of adults (50 to 100 million)[୧] |
ଅଧକପାଳି କିମ୍ବା ଚାପଗ୍ରସ୍ତ ମୁଣ୍ଡବିନ୍ଧା ଥିବା ଲୋକଙ୍କଠାରେ ସାଧାରଣତଃ ଅତ୍ୟଧିକ ତୀବ୍ର ମୁଣ୍ଡବିନ୍ଧାରୁ ମୁକ୍ତି ନିମନ୍ତେ ଔଷଧ ବ୍ୟବହାର କରିବା ପରେ ଏହି ଅବସ୍ଥା ହେବା ଦେଖାଯାଏ ।[୧] ସାଧାରଣତଃ ଏଥିରେ ଜଡିତ ଔଷଧଗୁଡ଼ିକ ହେଉଛି ଟ୍ରିପଟାନ୍ସ, ଓପିଓଏଡ୍ ଏବଂ ବାର୍ବିଚୁରେଟ ; ଯଦିଓ, ଏହା ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରି ଔଷଧ କିମ୍ବା ପାରାସେଟାମୋଲ (ଏସିଟାମିନୋଫେନ୍) ଯୋଗୁ ମଧ୍ୟ ହୋଇପାରେ ।[୧] [୩] ଅନ୍ୟାନ୍ୟ ବିପଦ କାରକ ହେଉଛି ଧୂମପାନ ।[୧] ପ୍ରଭାବିତ ବ୍ୟକ୍ତିଙ୍କର ପ୍ରତି ମାସରେ ଅତି କମରେ ୧୫ ମୁଣ୍ଡବିନ୍ଧା ଦିନ ଥାଏ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ବାଦ ଦେବା ପରେ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧]
ଚିକିତ୍ସାରେ ପ୍ରତିଷେଧକ ଔଷଧ ଆରମ୍ଭ କରିବା ସହିତ ଅତ୍ୟଧିକ ବ୍ୟବହୃତ ଔଷଧ ସେବନକୁ ହ୍ରାସ କିମ୍ବା ବନ୍ଦ କରିବା ଆବଶ୍ୟକ ।[୧] ପ୍ରତିଷେଧକ ଔଷଧ ମଧ୍ୟରେ ଟୋପିରାମେଟ, ଭାଲପ୍ରୋଏଟ, କିମ୍ବା ସିଜିଆରପି (CGRP) ରିସେପ୍ଟର ଆଣ୍ଟାଗୋନାଷ୍ଟ ଅନ୍ତର୍ଭୁକ୍ତ ହୋଇପାରେ ।[୧] ପରାମର୍ଶ ମଧ୍ୟ ଉପଯୋଗୀ ହୋଇପାରେ ।[୧] ଉପଯୁକ୍ତ ଚିକିତ୍ସାରେ ଅଧିକାଂଶ ଲୋକ ଭଲ ହୁଅନ୍ତି ।[୧]
ଔଷଧର ଅତ୍ୟଧିକ ବ୍ୟବହାର ଜନି ମୁଣ୍ଡବିନ୍ଧା ପ୍ରାୟ ୧-୨% ବୟସ୍କଙ୍କୁ (୫୦ରୁ ୧୦୦ ନିୟୁତ ଲୋକ) ପ୍ରଭାବିତ କରିଥାଏ | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ସ୍ଥାୟୀ ଦୈନିକ ମୁଣ୍ଡବିନ୍ଧାର (CDH) ପ୍ରାୟ ୭୦% ଏହି ଅବସ୍ଥାରେ ଉପସ୍ଥାପିତ ହୋଇପାରେ ।[୩] ଏହାକୁ ପ୍ରଥମେ ୧୯୫୧ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Ashina, S; Terwindt, GM; Steiner, TJ; Lee, MJ; Porreca, F; Tassorelli, C; Schwedt, TJ; Jensen, RH; Diener, HC (2 February 2023). "Medication overuse headache". Nature reviews. Disease primers. 9 (1): 5. doi:10.1038/s41572-022-00415-0. PMID 36732518.
- ↑ "Medically unexplained symptoms". nhs.uk (in ଇଂରାଜୀ). 19 October 2017. Archived from the original on 29 September 2017. Retrieved 29 March 2021. Archived 29 September 2017 at the Wayback Machine.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Wakerley, Benjamin R (October 2019). "Medication-overuse headache". Practical Neurology. 19 (5): 399–403. doi:10.1136/practneurol-2018-002048. PMID 31273078.
- ↑ Yancey, Joseph R.; Sheridan, Richard; Koren, Kelly G. (15 April 2014). "Chronic Daily Headache: Diagnosis and Management". American Family Physician. 89 (8): 642–648. Archived from the original on 25 March 2023. Retrieved 9 August 2023. Archived 25 March 2023 at the Wayback Machine.