ଅତୀସ ମଜୁମଦାର
ଓଡ଼ିଆ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ
ଅତୀସ ମଜୁମଦାର(୧୯୩୩-୨୦୧୨) ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଆକାଶବାଣୀରେ କଣ୍ଠଦାନ କରିଥିଲେ । ୧୯୮୯ର ଚଳଚ୍ଚିତ୍ର ଶାସ୍ତିରେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୨୦୦୨ ମସିହାରେ ଆକାଶବାଣୀରେ ସେ ୫୦ବର୍ଷ ପୂର୍ଣ୍ଣ କରିଥିଲେ ।
ଅତୀସ ମଜୁମଦାର | |
---|---|
ଜନ୍ମ | ୧୯୩୩ |
ମୃତ୍ୟୁ | ୧୭ ମଇ ୨୦୧୨ |
ବୃତ୍ତି(ସମୂହ) | ଗାୟକ, ସଙ୍ଗୀତ ନିର୍ଦ୍ଦେଶକ |
ପୁରସ୍କାର | ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ୨୦୦୨ |
ଅତୀସ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ସଙ୍ଗୀତପ୍ରତି ଆକର୍ଷିତ ଥିଲେ ଓ ନିଜ ମା'ଙ୍କଠାରୁ ସଙ୍ଗୀତ ଶିଖିଥିଲେ । ୨୦୦୨ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୦୯ମସିହାରେ ସେ ଶାରଳା ପୁରସ୍କାର କମିଟିଦ୍ୱାରା ସମ୍ବର୍ଦ୍ଧୀତ ହୋଇଥିଲେ । ୨୦୧୨ ମଇ ମାସରେ ସେ ଇହଲିଳା ସମ୍ବରଣ କରିଥିଲେ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ https://timesofindia.indiatimes.com/city/bhubaneswar/Sarala-award-for-poet-Prasanna/articleshow/4659825.cms
- ↑ https://www.thehindu.com/todays-paper/tp-national/tp-otherstates/Sarala-Award-for-Prasanna-Kumar-Mishra/article16570377.ece
- ↑ https://www.news18.com/news/india/eminent-singer-dead-475325.html
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅତୀସ ମଜୁମଦାର