ଅଣ୍ଡା (ଜୀବ ବିଜ୍ଞାନ)
ପ୍ରାଣୀ ବିଜ୍ଞାନ ଅନୁସାରେ, ଅଣ୍ଡା ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭ କରିଥାଏ । ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।
ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ ।
ବର୍ତ୍ତମାନ ଜଣାଥିବା ଅଣ୍ଡା ଭିତରେ ଓଟପକ୍ଷୀର ଅଣ୍ଡା (୧.୫ କେଜି) ସବୁଠାରୁ ବଡ଼ ଅଟେ । ଯଦିଓ ବିଲୁପ୍ତ ହୋଇଯାଇଥିବା Aepyornis ଓ ଡାଇନୋସରର ଅଣ୍ଡା ସବୁଠାରୁ ବଡ଼ଥିଲା । ପକ୍ଷୀମାନଙ୍କ ଭିତରେ ହାମିଙ୍ଗ ବାର୍ଡ଼ ସବୁଠାରୁ ଛୋଟ ଅଣ୍ଡା ଦିଏ , ଏହାର ଓଜନ ଅଧ ଗ୍ରାମ ପାଖାପାଖି ହୋଇଥାଏ । କେତେକ ସରୀସୃପ ଓ ମାଛ ଏହାଠାରୁ ମଧ୍ୟ ଛୋଟ ଅଣ୍ଡା ଦିଅନ୍ତି । ଏପରିକି କିଛି କୀଟ ଓ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କ ଅଣ୍ଡା ଆହୁରି ଛୋଟ ଅଟେ ।
ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ। ଅଣ୍ଡା ଏକ ଖୋଳପାଦ୍ୱାରା ଆବୃତ ହୋଇଥାଏ ଓ ଏହା ମଧ୍ୟରେ ଏଲବୁମିନ ଯୁକ୍ତ କେଶର ଥାଏ
ଆକାର
ସମ୍ପାଦନାଅଣ୍ଡା ଆକାର ଅଣ୍ଡାକାର ବା oval ହୋଇଥାଏ ।
ରଙ୍ଗ
ସମ୍ପାଦନାଅଣ୍ଡାର ରଙ୍ଗ ସାଧାରଣତଃ ଧଳା ହୋଇଥାଏ କାରଣ ଏହାର ଖୋଳପା କ୍ୟାଲସିୟମ କାର୍ବୋନେଟରେ ତିଆରି ହୋଇଥାଏ ।[୧]
ଭୃଣ ଓ ଶିଶୁ
ସମ୍ପାଦନାଆଧାର
ସମ୍ପାଦନା- ↑ Gosler, Andrew G.; James P. Higham and S. James Reynolds (2005). "Why are birds' eggs speckled?". Ecology Letters. 8: 1105–1113. doi:10.1111/j.1461-0248.2005.00816.x.
ଅଧିକ ତଥ୍ୟ
ସମ୍ପାଦନା- Gallery of Italian bird eggs Archived 2011-07-16 at the Wayback Machine.
- SEM images of insect eggs Archived 2012-08-12 at the Wayback Machine.