ଅଟ୍ଟହାସ ମନ୍ଦିର
ଅଟ୍ଟହାସ ମନ୍ଦିର, ଅନ୍ୟ ନାମ ଫୁଲ୍ଲରା ଅଟ୍ଟହାସ, ସତୀଙ୍କର ଏକ ଶକ୍ତି ପୀଠ ଭାବରେ ମାନ୍ୟତା ପାଏ ଯାହା ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ ଓ ପୃଥିବୀର ସେହି ସ୍ଥାନରେ ସତୀଙ୍କର ଦେହ ଖଣ୍ଡ ଓ ଅଳଙ୍କାର ପଡିଥିବା ବିଶ୍ୱାସ କରାଯାଏ ।[୧] ଏଠାରେ ଥିବା ବିଗ୍ରହ ଏତେ ବିରାଟ ଯେ ତାଙ୍କର ତଳ ଓଠ ୧୫ରୁ ୧୮ ଫୁଟ ଓସାର ଅଟେ । ଏଠାକୁ ବର୍ଷ ସାରା ହିନ୍ଦୁ ତୀର୍ଥ ଯାତ୍ରୀ ଆସନ୍ତି । ସେହି ସ୍ଥାନକୁ ଡିସେମ୍ବର ମାସରେ ଲୋକମାନେ ପିକନିକ କରିବାକୁ ଯାଆନ୍ତି ।
ଅଟ୍ଟହାସ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୂର୍ବ ବର୍ଦ୍ଧମାନ |
ଦେବାଦେବୀ | ସତୀ |
Location | |
ସ୍ଥାନ | Dakhsindihi, Ketugram II CD block |
State | ପଶ୍ଚିମ ବଙ୍ଗ |
Country | ଭାରତ |
ଭୌଗଳିକ ଅବସ୍ଥିତି | 23°41′37″N 88°01′20″E / 23.693508°N 88.022303°E |
ସ୍ଥାନ
ସମ୍ପାଦନାବୀରଭୂମ ଜିଲ୍ଲାର ଲଭାପୁର ସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ଲଭପୁର ଷ୍ଟେସନରୁ ୧.୨ କିମି ଦୂରରେ ସେହି ମନ୍ଦିର ଅବସ୍ଥିତ ।
ଅଟ୍ଟହାସ ନାମରେ ଶକ୍ତିପୀଠ
ସମ୍ପାଦନାଅତି ଉଚ୍ଚ ସ୍ୱରକୁ ଅଟ୍ଟ କୁହାଯାଏ ଓ ହାସ ଅର୍ଥ ହସିବା । ଏହି ଦୁଇ ଶବ୍ଦ ମିଶ୍ରଣରେ ଅଟ୍ଟହାସ ଶବ୍ଦ ପ୍ରସ୍ତୁତ ହୋଇଛି । ଅଟ୍ଟହାସ ମନ୍ଦିରକୁ ଏକ ଶକ୍ତି ପୀଠର ମର୍ଯ୍ୟାଦା ଦିଆଯାଏ । ଶକ୍ତି ପୀଠରେ ପୂଜା କରିବା ଶାକ୍ତ ଗୋଷ୍ଠୀଙ୍କର ଏକ ମୂଖ୍ୟ ସ୍ଥଳ ଅଟେ । ଏହି ଶକ୍ତି ପୀଠଗୁଡ଼ିକ ସେହି ସ୍ଥାନ ଯେଉଁଠାରେ ମୃତ୍ୟୁ ପରେ ସତୀଙ୍କର ଖଣ୍ଡ ବିଖଣ୍ଡିତ ଶରୀରର ଅଂଶ ଭୂମିରେ ପତିତ ହୋଇଥିଲା । ଶରୀରର ଅଂଶଗୁଡିକ ପଡ଼ିଥିବା ସ୍ଥାନରେ ମନ୍ଦିର ତିଆରି କରି ପବିତ୍ର କରାଯାଇଛି । ଏହି କାହାଣୀର ଆରମ୍ଭ ଦକ୍ଷ ଯଜ୍ଞରୁ ଆରମ୍ଭ ହୋଇଛି ଯେଉଁଠାରେ ସତୀ ଯଜ୍ଞ ଅଗ୍ନିକୁଣ୍ଡରେ ଝାସ ଦେଇଥିଲେ । ସେହି ଅଟ୍ଟହାସ ସ୍ଥାନରେ ସତୀଙ୍କର ଜିଭ ପଡ଼ିଥିବା କୁହାଯାଏ । ପ୍ରତ୍ୟେକ ଶକ୍ତି ପୀଠରେ (Shakti Peetha) କାଳଭୈରବ (Kalabhairava) ନାମ ସମ୍ପୃକ୍ତ ଥାଏ । ଏହି ଶକ୍ତିପୀଠକୁ ଫୁଲରା ଓ କାଳଭୈରବକୁ ବିଶ୍ୱେଶ ନାମ ଦିଆଯାଇଛି ।[୨] ସଂସ୍କୃତ ଭାଷାରେ ଥିବା ୫୧ଟି ଅକ୍ଷର ସହିତ ସମନ୍ୱୟ କରି ୫୧ଟି ଶକ୍ତିପୀଠ ତିଆରି କରାଯାଇଛି ।
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନା- Fullara, ଲଭପୁର ନିକଟରେ
- ↑ "Tourism". Burdwan District.
- ↑ "Kottiyoor Devaswam Temple Administration Portal". Kottiyoor Devaswam. Retrieved July 20, 2013.