ଅଞ୍ଜୁ ଘୋଷ

ବଙ୍ଗଳାଦେଶର ଅଭିନେତ୍ରୀ

ଅଞ୍ଜୁ ଘୋଷ ଜଣେ ବଙ୍ଗଳାଦେଶୀ ତଥା ଦକ୍ଷିଣ ଭାରତୀୟ (ଟଲିଉଡ) କଥାଚିତ୍ର ଅଭିନେତ୍ରୀ । ୧୯୮୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିବା ଅଞ୍ଜୁଙ୍କୁ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ ଚଳଚ୍ଚିତ୍ର ବେଦେର ମେୟେ ଜୋସ୍ନାରେ ଲୋକପ୍ରିୟତା ମିଳିଥିଲା ।[୩][୪]

ଅଞ୍ଜୁ ଘୋଷ
অঞ্জু ঘোষ
ଜନ୍ମ
ଅଞ୍ଜଳି ଘୋଷ

ଫରିଦପୁର ଜିଲ୍ଲା, ବଙ୍ଗଳାଦେଶ[୧]
ଜାତୀୟତାବଙ୍ଗଳାଦେଶୀ[୧]ଭାରତୀୟ[୨]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୨-ଏବେଯାଏଁ
ଉଲ୍ଲେଖନୀୟ କୃତିବେଦେର ମେୟେ ଜୋସ୍ନା

ଅଭିନୟ ଜୀବନ ସମ୍ପାଦନା

ଅଞ୍ଜୁ ୧୯୮୨ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲେ ସୌଦାଗର, ଯାହାର ନିର୍ଦ୍ଦେଶନା ଦେଇଥିଲେ ଏଫ୍. କବୀର ଚୌଧୁରୀ ।[୧]

ସେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ଅବଦୁର ରଜାକ୍, ଜାଫର୍ ଇକ୍‌ବାଲ୍, ୱସିମ୍ ଏବଂ ଇଲିଆସ୍ କାଞ୍ଚନଙ୍କ ଭଳି ବଙ୍ଗଳାଦେଶୀ ଅଭିନେତାମାନେ ତାଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତୀୟ କଳାକାରଙ୍କ ଭିତରେ ସେ ରଣଜିତ ମଲ୍ଲିକ, ଚିରଣଜିତ ଚକ୍ରବର୍ତ୍ତୀ, ପ୍ରସନ୍ନଜିତ ଚାଟାର୍ଜୀ ଆଦି ତାଙ୍କ ସହିତ କାର୍ଯ୍ୟ କରିଛନ୍ତି ।[୧]

ସେ ୧୯୯୬ ମସିହାରେ ବଙ୍ଗଳାଦେଶ ଛାଡ଼ି କଲିକତା ଆସିଯାଇଥିଲେ ।[୩] ୨୦୧୮ ମସିହାରେ ସେ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ର ମଧୁର କ୍ୟାଣ୍ଟିନ୍‌ରେ କାର୍ଯ୍ୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସୈଦୁର ରହମାନ ସଇଦ୍ ।[୫]

୧୯୯୦ ମସିହାରେ ଅଞ୍ଜୁଙ୍କର ମାଲିକ ଛାର ଚିଠି ନାମକ ଏକ ଆଲବମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ୧୨ଟି ଗୀତ ଅନ୍ତର୍ଭୁକ୍ତ ଥିଲା ।[୬]

ନାଗରିକତା ବିବାଦ ସମ୍ପାଦନା

ଅଞ୍ଜୁ ୨୦୧୯ ମସିହରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାପରେ ତାଙ୍କ ଜାତୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ବିଜେପି ତରଫରୁ ତାଙ୍କ ଭାରତୀୟ ନାଗରିକତା ଏବଂ ଭାରତୀୟ ପାସ୍‌ପୋର୍ଟ୍ ଥିବା କଥା ଦାବି କରାଯାଇଥିଲା ।[୨] ୨୦୦୩ ମସିହାରେ କଲିକତା ମୁନିସିପାଲିଟି କର୍ପୋରେସନ୍ଦ୍ୱାରା ପ୍ରଦତ୍ତ ତାଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସର୍ବସାଧରଣରେ ପ୍ରକାଶ କରିଥିଲେ ।[୭][୮] ଏହି ପ୍ରମାଣପତ୍ର ଅନୁସାରେ ଅଞ୍ଜୁ ଘୋଷ ୧୭ ସେପ୍ଟେମ୍ବର ୧୯୬୬ରେ କଲିକତାର ଏଷ୍ଟ ଏଣ୍ଡ୍ ନର୍ସିଂ ହୋମ୍‌ରେ ଜନ୍ମଗ୍ରହଣ କରିଥିଲେ; ତାଙ୍କ ବାପାଙ୍କ ନାମ ସୁଧାନ୍ୟ ଘୋଷ ଏବଂ ମାଆଙ୍କ ନାମ ବୀଣାପଣି ଘୋଷ ।[୯]

ଏତଦ୍ ବ୍ୟତୀତ ୨୦୧୮ ମସିହାର ସେପ୍ଟେମ୍ବର ମାସରେ ସେ ଏକୁଶେୟ ଟିଭିର ଏକ ସାକ୍ଷାତକାରରେ ତାଙ୍କ ଜନ୍ମ ୧୯୫୬ ମସିହାରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବଙ୍ଗଳାଦେଶ) ଅନ୍ତର୍ଗତ ଫରିଦପୁର ଜିଲ୍ଲାରେ ହୋଇଥିଲା ଏବଂ ବଙ୍ଗଳାଦେଶ ସ୍ୱାଧୀନ ହେବା ପୂର୍ବରୁ ତାଙ୍କ ପରିବାର ୧୯୭୧ ମସିହାରେ ଚିତ୍ତଗଙ୍ଗ ସ୍ଥାନାନ୍ତର ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ ।[୧୦] ତାଙ୍କ ବିଦ୍ୟାଳୟ ଶିକ୍ଷା ଚିତ୍ତଗଙ୍ଗର କ୍ରିଷ୍ଣାକୁମାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କଥା ସେ ମଧ୍ୟ ସେହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ।[୧୧]

ଚଳଚ୍ଚିତ୍ର ଚିତ୍ର ସମ୍ପାଦନା

ବର୍ଷ ଆଖ୍ୟା ନିର୍ଦ୍ଦେଶକ
୧୯୮୨ ବୋରୋ ଭଲୋ ଲୋକ ଛିଲୋ ମହମ୍ମଦ ମହିଉଦ୍ଦିନ
୧୯୮୪ ଚନ୍ଦନ ଦୀପର ରାଜ କୋନା ଇବନେ ମିଜାନ୍
୧୯୮୯ ବେଦେର ମେୟେ ଜୋସ୍ନା ତଜାମଲ୍ ହକ୍ ବକୁଲ୍
୧୯୯୨ ବେଦେନିର୍ ପ୍ରେମ୍ ସ୍ୱପ୍ନା ଶାହା
ଗରିଆଲ୍ ଭାଇ ତଜାମଲ୍ ହକ୍ ବକୁଲ୍
୧୯୯୩ କୁମାରୀ ମାଆ ଦୁଲାଲ ଭୌମିକ
ରାଜାର ମେଏ ପାରୁଲ୍[୧୨] ମିଲନ ଚୌଧୁରୀ
୨୦୦୦ ଗରିବର୍ ସଂସାର୍ ସ୍ୱପ୍ନା ଶାହା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ অঞ্জু ঘোষের অজানা কথা. Ekushey TV (in Bengali). 9 September 2018. Retrieved 6 June 2019.
  2. ୨.୦ ୨.୧ "'বেদের মেয়ে...' অঞ্জু ঘোষের নাগরিকত্ব নিয়ে বিতর্কের মাঝে নয়া এই দাবি করল বিজেপি". NDTV (in Bengali). Retrieved 6 June 2019.
  3. ୩.୦ ୩.୧ ২২ বছরের অভিমান ভুলে ঢাকায় অঞ্জু ঘোষ. The Daily Star Bangla (in Bengali). 2018-09-07. Retrieved 2019-06-07.
  4. "Bangladeshi movie star Anju Ghosh joins Modi's BJP in West Bengal". bdnews24.com. Retrieved 2019-06-07.
  5. "2018 Highlight Reel". The Daily Star. 2018-12-29. Retrieved 2019-06-07.
  6. অঞ্জু ঘোষের এই পরিচয় কি জানতেন?. The Daily Star Bangla (in Bengali). 2018-09-12. Retrieved 2019-06-07.
  7. "Anju Ghosh is an Indian citizen, West Bengal BJP says amid clamour". bdnews24.com. Retrieved 2019-06-07.
  8. "BJP produces 'birth certificate' of Bangladeshi actress who joined party". Tribune India. 6 June 2019. Archived from the original on 7 June 2019. Retrieved 6 June 2019.
  9. অঞ্জু ঘোষ কোন দেশের নাগরিক?. The Daily Star Bangla (in Bengali). 2019-06-06. Retrieved 2019-06-07.
  10. অঞ্জু ঘোষের এই পরিচয় কি জানতেন?. The Daily Star Bangla (in Bengali). 2018-09-12. Retrieved 2019-06-07.
  11. অঞ্জু ঘোষের এই পরিচয় কি জানতেন?. The Daily Star Bangla (in Bengali). 2018-09-12. Retrieved 2019-06-07.
  12. "Rajar Meye Parul VCD". Induna.com. Retrieved 2012-11-17.

ବାହାର ଆଧାର ସମ୍ପାଦନା