ଅଞ୍ଜଳି ଭଗବତ୍
ଅଞ୍ଜଳି ଭଗବତ୍ (ଜନ୍ମ ୫ ଡିସେମ୍ବର ୧୯୬୯) ଜଣେ ପେଶାଗତ ଭାରତୀୟ ବନ୍ଧୁକ ଚଳାଳି । ସେ ୨୦୦୨ ମସିହାରେ ୧୦ ମିଟର ଏୟାର୍ ରାଇଫଲ୍ରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ଥିଲେ । ସେ ମଧ୍ୟ ୨୦୦୩ରେ ୩୯୯/୪୦୦ ସ୍କୋର କରି ମିଲାନଠାରେ ଆୟୋଜିତ ବିଶ୍ୱ କପ୍ ଫାଇନାଲ୍ ପ୍ରଥମ ଥର ପାଇଁ ଜିତିଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମନାମ | ଅଞ୍ଜଳି ରାମାକାନ୍ତ ବେଦପାଠକ | |||||||||||||||||||||||||||||||||||||||||||||||||||||||||||||||||||||||
ଜାତୀୟତା | ଭାରତ | |||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର | ୫ ଡିସେମ୍ବର ୧୯୬୯|||||||||||||||||||||||||||||||||||||||||||||||||||||||||||||||||||||||
ଘର | ପୁନେ, ମହାରାଷ୍ଟ୍ର | |||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୫´୪ ଫୁଟ (୧୬୩ ସେମି) | |||||||||||||||||||||||||||||||||||||||||||||||||||||||||||||||||||||||
Sport | ||||||||||||||||||||||||||||||||||||||||||||||||||||||||||||||||||||||||
କ୍ରୀଡ଼ା | ରାଇଫଲ୍ ସୁଟିଂ | |||||||||||||||||||||||||||||||||||||||||||||||||||||||||||||||||||||||
Turned pro | ୧୯୮୮ | |||||||||||||||||||||||||||||||||||||||||||||||||||||||||||||||||||||||
Medal record
|
ଅଞ୍ଜଳି ୨୦୦୨ରେ ମୁନିଚଠାରେ ଆୟୋଜିତ ଏୟାର୍ ରାଇଫଲ୍ ବିଭାଗରେ ମହିଳା ଓ ପୁରୁଷ ମିଶ୍ରିତ ବିଭାଗରେ ଆଇଏସ୍ଏସ୍ଏଫ୍ ଚାମ୍ପିଆନ୍ ପୁରସ୍କାର ଏକମାତ୍ର ଭାରତୀୟ ଭାବେ ଜିତିଥିଲେ । ସେ ଭାରତକୁ ୩ଟି କ୍ରମାଗତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ ଓ ୨୦୦୦ ସିଡ଼୍ନୀ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ବନ୍ଧୁକ ଚାଳନାକାରୀ ଫାଇନାଲିଷ୍ଟ ଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୨ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ଜିତିଥିଲେ । ସେ ୧୦ ମିଟର ଏୟାର ରାଇଫଲ୍ ଓ ସ୍ପୋର୍ଟ୍ସ ରାଇଫଲ୍ ୩ପିରେ ରାଜ୍ୟଗୋଷ୍ଠୀ ରେକର୍ଡଧାରୀ ଅଟନ୍ତି । ୨୦୦୩ ଆଫ୍ରୋ-ଏସିଆନ୍ କ୍ରୀଡାରେ ଭଗବତ୍ ପ୍ରଥମ ଭାରତୀୟ ମହିଳା ଭାବେ ୩ପି ଓ ଏୟାର୍ ରାଇଫଲ୍ ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଥିଲେ ।
ଏ ପର୍ଯ୍ୟନ୍ତ ସେ ୩୧ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୭ଟି କାଂସ୍ୟ ପାଇଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ୧୩ଟି ନୂଆ ରେକର୍ଡ କରିବା ସହ ଭାରତରେ ଜାତୀୟ ସ୍ତରରେ ୫୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୧୬ଟି କାଂସ୍ୟ ଜିତିବା ସହ ୮ଟି ରେକର୍ଡ କରିଛନ୍ତି ।
ଆଦ୍ୟ ଜୀବନ
ସମ୍ପାଦନାଅଞ୍ଜଳି ରମାକାନ୍ତ ବେଦପାଠକ ୫ ଡିସେମ୍ବର ୧୯୬୯ରେ ଜନ୍ମ ହୋଇଥିଲେ ।[୧] ସେ ମୁମ୍ବାଇର କ କୋଙ୍କଣୀ ପରିବାରର । ପ୍ରଖ୍ୟାତ ଆଥ୍ଲେଟ୍ କାର୍ଲ୍ ଲୁଇସ୍ଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖେଳରେ ମନ ଦେଇଥିଲେ । ସେ ଜାତୟ ସମର ଶିକ୍ଷାର୍ଥୀ ବାହିନୀରେ ତାଲିମ ନେଉଥିବା ବେଳେ ପ୍ରଥମ ଥର କରି ବନ୍ଧୁକ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ସେ ଜୁଡୋ ଓ ପାହଡ ଚଢାଲିର ପ୍ରଶିକ୍ଷାର୍ଥୀ ଥିଲେ । ଏହାପରେ ସେ ମୁମ୍ବାଇର କିର୍ତ୍ତୀ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ସେ ସେଠାରେ ଏମ୍ଆରେ (ମହାରାଷ୍ଟ୍ର ରାଇଫଲ୍ ଆସୋସିଏସନ୍)ର ଅଂଶବିଶେଷ ହୋଇଥିଲେ । ସେ ୨୧ ବର୍ଷ ବୟସରେ ବନ୍ଧୁକ ଧରବାର ୭ ଦିନ ମଧ୍ୟରେ ବନ୍ଧୁକ ଚାଳନା ଆରମ୍ଭ କରିଥିଲେ । ୧୯୮୮ରେ ସେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ମହାରାଷ୍ଟ୍ର ପାଇଁ ରୌପ୍ୟ ପଦକ ଜିତିଥିଲେ ।
ବାହ୍ୟ ଆଧାର
ସମ୍ପାଦନାଆଧାର
ସମ୍ପାଦନା- ↑ "Anjali Ramakanta Vedpathak-Bhagwat". Sports-Reference.com. Sports Reference LLC. Retrieved 6 August 2014.