ଅଜୟ ମହାପାତ୍ର
ଓଡ଼ିଆ ଗାଳ୍ପିକ
ଅଜୟ ମହାପାତ୍ର ଜଣେ ଓଡ଼ିଆ ସାହିତ୍ୟିକ । ଗପ, ନାଟକ, ଉପନ୍ୟାସ ଇତ୍ୟାଦି ବିଭିନ୍ନ ବିଭାଗରେ ସେ ସାହିତ୍ୟ ରଚନା କରିଛନ୍ତି । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ପାଇସାରିଛି । ତାଙ୍କ ରଚିତ ନାଟକ ଉଭୟ ମଞ୍ଚ ଓ ଟେଲିଭିଜନରେ ମଞ୍ଚାୟିତ ହୋଇସାରିଛି ।[୧]
ଅଜୟ ମହାପାତ୍ର | |
---|---|
ଜନ୍ମ | ବଡ଼ଝାଡ଼, ପାରିକୁଦ, ପୁରୀ |
ଜାତୀୟତା | ଭାରତୀୟ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅଜୟ, ପୁରୀ ଜିଲ୍ଲାର ପାରିକୁଦ ଅଞ୍ଚଳ ଅନ୍ତର୍ଗତ ବଡ଼ଝାଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଓ କଲେଜର ପାଠପଢ଼ା ସମୟରେ ସେ ସାହିତ୍ୟ ରଚନା ଓ ଅଭିନୟ ସହିତ ଜଡ଼ିତ ହୋଇଥିଲେ । ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ସେ ଓଡ଼ିଆରେ ସ୍ନାତକୋତ୍ତର ଓ ବାସ୍ତୁଶାସ୍ତ୍ରରେ ଶିକ୍ଷା ଗ୍ରହଣ କରିଛନ୍ତି । ବୃତ୍ତିରେ ସେ ଜଣେ ଇଞ୍ଜିନିୟର ଓ ୨୦୦୪ ମସିହାରୁ ଗ୍ରାମ ଉନ୍ନୟନ ବିଭାଗରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।
ପ୍ରକାଶିତ ପୁସ୍ତକ
ଗଳ୍ପ
- ବାଂଝ
- ଆଶା
- ପରପୁରୁଷ
- ଭୋଟ୍
- ପବିତ୍ର ପାପ
- ଦାଦନ
- ଉଲ୍ଲଘଂନ
- ଅସବର୍ଣ୍ଣ ୨୦୨୩
- ଗପର ନାଁ ଶ୍ରାବଣୀ ୨୦୨୨
- ବୋଝ
- ଗଣତନ୍ତ୍ର
- କାଠବାଘ
- ଅଜୟ ମହାପାତ୍ରଙ୍କ ଗଳ୍ପ ସମଗ୍ର ୧ମ, ୨ୟ, ୩ୟ
- ନିର୍ବାଚିତ ଗଳ୍ପ
ନାଟକ ଓ ଏକାଙ୍କିକା
- ତ୍ରିକନ୍ୟା (୩ଟି ଏକାଙ୍କିକା)
- ଝରାପତ୍ର (୨ଟି ଏକାଙ୍କିକା)
- ଅଜୟ ମହାପାତ୍ରଙ୍କ ୨ଟି ନାଟକ (ଶୁଭ ବିବାହ ଓ ବାପା)
- ପେନସନ୍
- ମୋହ
ଉପନ୍ୟାସ
- ଅସ୍ପୃଶ୍ୟ
- ମହାରାଜା
- ପୃଥକ ଈଶ୍ୱର ୨୦୨୧
- ଗାନ୍ଧୀ
- ଭାବାନ୍ତର
- ଭୋଟ
- ୭ ବାଳୁଙ୍ଗା ଓ ମୁଁ
- ବାପା ୨୦୨୪
- ନିର୍ବାଚନ ଉପାଖ୍ୟାନ
- ଶେଷ ବସନ୍ତର ଚିଠି
- ଅଜୟ ମହାପାତ୍ରଙ୍କ ଉପନ୍ୟାସ ସମଗ୍ର ୧ମ ଓ ୨ୟ
ବାସ୍ତୁ ସଂପର୍କିତ
- ବାସ୍ତୁଗୃହ
- ବାସଗୃହ ୨୦୦୨, ୨୦୧୬
- ଭୂମି ସର୍ଭେ
- ବାସ୍ତୁ ବିଜ୍ଞାନ ଗୃହ ନିର୍ମାଣ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ
- ଫୁଲବାଣୀ ପୁସ୍ତକମେଳା ସମ୍ମାନ
- ସୁରେନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ [୨]
ଆଧାର
ସମ୍ପାଦନା- ↑ Pattnaik, Sagarika (8 November 2020). "ପ୍ରଥମ ରୋଜଗାର ଦାନରେ ସରିଥିଲା: ସାହିତି୍ୟକ ଅଜୟ ମହାପାତ୍ର". Dharitri Odia News. Retrieved 16 September 2024.
- ↑ "ଇଞ୍ଜିନିୟର୍ ଲେଖକ". https://sambadepaper.com/. 12 November 2018. Retrieved 16 September 2024.
{{cite web}}
: External link in
(help)|website=