ଅଜୟଗଡ ରାଜ୍ୟ,  ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ମଧ୍ୟ ପ୍ରଦେଶର ଅଜୟଗଡଠାରେ ଥିଲା । ଏହି ରାଜ୍ୟ 1785 ମସିହାରେ ସ୍ଥାପିତ ହେଇଥିଲା । 

Ajaigarh State
अजैगढ रियासत
Princely State of British India
1765–1949

Flag of Ajaigarh

Flag

Location of Ajaigarh
Location of Ajaigarh
Ajaigarh State in the Imperial Gazetteer of India
History
 •  Established 1765
 •  Independence of India 1949

ଅଜୟଗଡର ଶେଷ  ଶାସକ ଏହାକୁ 1950 ମସିହା ଜାନୁଆରୀ 1 ତାରିଖରେ ଭାରତୀୟ ରାଜା ସଂଘକୁ ସମାରୋପଣ କାଲେ । [୧]

ଇତିହାସ  ସମ୍ପାଦନା

 ଅଜୟଗଡ ଜଣେ ବୁନ୍ଦେଲା ରାଜପୁତ ଗୁମାନ ସିଂହଙ୍କଦ୍ୱାରା 1765 ମସିହାରେ ସ୍ଥାପିତ ହେଇଥିଲା । ସେ ଜଇତପୁର ରାଜ୍ୟର ଶାସକ ରାଜା ପାହାଡ ସିଂହଙ୍କ ପୁତୁରା ଥିଲେ । ଅଜୟଗଡକୁ ବ୍ରିଟିଶମାନେ ଅକ୍ତିଆର କଳା ପରେ ଏହାକୁ 1909 ମସିହାରେ ଏକ କରଦ ରାଜକୀୟ ରାଜ୍ୟ କରି ବୁନ୍ଦେଳଖଣ୍ଡ ଏଜଣେ୍ସି ଅଧୀନରେ ରଖିଲେ । ଏହାର ଆୟତନ 1997 ବର୍ଗ କିଲୋମିଟର ଓ ଜନସଂଖ୍ୟା 1909 ଜନଗଣନା ଅନୁସାରେ 78,226 ଥିଲା । ରାଜାଙ୍କ ଉପାଧି ସୱାଇ ମହାରାଜ ଥିଲା । ରାଜ୍ୟର ରାଜସ୍ୱ 15,000 ପାଉଣ୍ଡ   ଥିବା ବେଳେ ବ୍ରିଟିଶ ମାନଙ୍କୁ 460 ପାଉଣ୍ଡ କର ଭାବରେ ଦଉଥିଲେ ।ରାଜ୍ୟ ମୁଖ୍ୟ ନୌଗଙ୍ଗ ନାମକ ସହର , ଯାହା ଅଜୟଗଡ ଦୁର୍ଗ[୨]ଥିବା ପାହାଡ ତଳ ଦେଶରେ ଥିଲା ।  ଏହି ଦୁର୍ଗ ସହରଠାରୁ 800 ଫୁଟ ଉତ୍ଚରେ ଥିଲା । ଏହି ଦୁର୍ଗରେ ଅନେକ ଭଗ୍ନ ମନ୍ଦିର ରହିଛି । ଏହି ପ୍ରାଚୀନ ମନ୍ଦିର ସବୁରେ ଅନେକ ସୂକ୍ଷ୍ମ କ୍ଷୋଦିତ ମୂର୍ତି ରହିଛି । ଅଜୟଗଡ ସହରରେ ମେଲେରିଆ ବହୁଳ ଭାବରେ ବ୍ୟପୁଥିଲା ଓ ଏଠାରେ 1868 -69 ଓ 1896-97ରେ ମରୁଡି ପଡିଥିଲା । 

ଏହି ରାଜ୍ୟ 1950 ଜାନୁୟାରୀ 1ରେ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେବା ପରେ ଏହାର ଶାସକଙ୍କୁ ବାର୍ଷିକ 74,700 ତାଙ୍କ ପ୍ରିଭି ପର୍ସ ଆକାରରେ ଦିଅ ଯାଉଥିଲା। ତେବେ ଏହା 1971ରେ ଉଚ୍ଛେଦ ହେଇଗଲା । ଅଜୟଗଡ ରାଜ୍ୟ ସେତେବେଳର ବିନ୍ଦ୍ୟପ୍ରଦେଶର ଅଂଶ ହେଇ ରହିଲା । ପରେ 1956 ମସିହାରେ ବିନ୍ଦ୍ୟପ୍ରଦେଶ ମଧ୍ୟ ପ୍ରଦେଶ ସହିତ ମିଳିତ ହେଇଗଲା । 

ଅଜୟଗଡର ଶାସକ ମାନେ  ସମ୍ପାଦନା

                  ମହାରାଜାଧିରାଜ ଛତ୍ରସାଲ      : 1649-1731
               (founder Ruler of many Kingdoms)
    ___________________________|______________________________
Hirdeshah                   ଜଗତରାଜ                   Bhartichandra
 (Panna)                    (Jaitpur)                     (Jaso)
   ____________________________|______________________________
Vir Singh                   କିରାତ ସିଂ                Pahar Singh(1758–1765)
   ____________________________|______________________________
Khuman Singh           ଗୁମାନ ସିଂହ (1765–1792)              Durg Singh
(Charkari)               (Banda)(No issues)                   |
                               |__________________Son of______|
                           ଭୈଖଟ ସିଂହ        :b.1792-d.1837
                     (Founder ruler of Ajaigarh)
                               |_______________________________
                               |                              |
                        ମାଧୋ ସିଂହ (R.1837-1849)     Mahipat Singh(R.1849-1853)
                          (No male issue)                     |
                                                              |
                        Ranjore Singh(K.C.I.E)___________ବିଜଯ ସିଂହ (R.1853-1855)
                          (born 1844 died 1919)             (Died early, fell from horse)
                               |                                                                                             
                       ପୂଣ୍ୟପ୍ରତାପ ସିଂହ 
                      born 1884-died 1958    
                               |                                                                         
                     ଦେବେନ୍ଦ୍ର ବିଜଯ ସିଂହ 
       born 1913-died 1984 (Privy Purses,titles abolished)

ପୁନଶ୍ଚ ଦେଖଣା  ସମ୍ପାଦନା

  • Bundelkhand Agency
  • Vindhya Pradesh

ଆଧାର  ସମ୍ପାଦନା

  This article incorporates text from a publication now in the public domainChisholm, Hugh, ed. (1911). "Ajaigarh". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)public domain: Chisholm, Hugh, ed. (1911). "Ajaigarh". Encyclopædia Britannica (11th ed.). Cambridge University Press.