ଅଜିତ ୱାଡ଼େକର
ଅଜିତ ଲକ୍ଷ୍ମଣ ୱାଦେକର ଜଣେ ପୂର୍ବତନ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ୧୯୬୬ରୁ ୧୯୭୪ ଯାଏ ଖେଳିଥିଲେ । ଜଣେ ବିସ୍ଫୋରକ ବେଟସମେନ ଭାବରେ ପରିଚିତ ୱାଦେକର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ୧୯୫୮ରେ ଆରମ୍ଭ କରିଥିଲେ ଓ ଅନ୍ତର୍ଜାତିକ ସ୍ତରକୁ ୧୯୬୬ରେ ଆସିଥିଲେ । ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ୱାଦେକର ସ୍ଲିପ ଅଞ୍ଚଳରେ ଜଣେ ଦକ୍ଷ କ୍ଷେତ୍ରରକ୍ଷଣକାରୀ ଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ କରି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ରେ ସିରିଜ ଜିତି ଆସିଥିଲା ।
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବମ୍ବେରେ ଜନ୍ମିତ ୱାଦେକରଙ୍କ ବାପା ସେ ଜଣେ ଇଞ୍ଜିନିଅର ହୁଅନ୍ତୁ ବୋଲି ଚାହୁଥିଲେ ଭି , ଅଜିତ ତାଙ୍କ ପଢ଼ା ସମୟରୁ ହିଁ ତାଙ୍କର କ୍ରିକେଟ ପ୍ରତିଭାର ପ୍ରଦର୍ଶନ କରି ୧୯୫୮/୫୯ ସିଜନରେ ବମ୍ବେ ଦଳ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଲେ । ଡିସେମ୍ବର ୧୯୬୬ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ବମ୍ବେଠାରେ ଖେଳି ସେ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ତାହା ପରେ ସେ ନିୟମିତ ଭାବରେ ଭାରତୀୟ ଦଳରେ ସ୍ଥାନ ପାଇ ୧୯୬୬ରୁ ୧୯୭୪ ମଧ୍ୟରେ ୩୭ ତି ଟେଷ୍ଟ ଖେଳିଥିଲେ ।
ଅଧିନାୟକତ୍ୱ ଓ ବିଦେଶରେ ବିଜୟ
ସମ୍ପାଦନାବମ୍ବେ ଟିମର ଅଧିନାୟକ ନିଯୁକ୍ତ ହେଲା ପରେ ସେ ଭାରତୀୟ ଜାତୀୟ ଦଳର ଅଧିନାୟକ ଭାବେ ୧୯୭୧ରେ ନିଯୁକ୍ତ ହେଇଥିଲେ । ତାଙ୍କ ନେତୃତ୍ୱରେ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର , ନିର୍ଭରଯୋଗ୍ୟ ବେଟସମେନ ଗୁଣ୍ଡାପ୍ପା ବିଶ୍ୱନାଥ , ୱିକେଟ କିପର ଫାରୁଖ ଇଞ୍ଜିନିଅରଙ୍କ ପରି ଖେଳାଳି ସହ , ବିଶ୍ୱର ଶ୍ରେଷ୍ଠ ସ୍ପିନ ବୋଲର ( spin quartet) ଭାବରେ ପରିଗଣିତ ବେଦୀ, ଚନ୍ଦ୍ରଶେଖର , ପ୍ରସନ୍ନା ଓ ଭେଙ୍କଟରାଘବନ ଖେଳୁଥିଲେ । ଏହି କୃତିସମ୍ପନ୍ନ ଦଳକୁ ଦୃଢ଼ ନେତୃତ୍ୱ ଦେଇ , ୱାଦେକର ଭାରତ ପାଇଁ ବିଦେଶ ମାଟିରେ ପ୍ରଥମ ସିରିଜ ବିଜୟ ଆଣି ଦେଇଥିଲେ । ୧୯୭୧ରେ ପ୍ରଥମେ ଇଂଲଣ୍ଡ ଓ ତା ପରେ ୱେଷ୍ଟ ଇଣ୍ଡିଜକୁ ତାଙ୍କ ଦେଶରେ ପରାସ୍ତ କରି ନୂଆ କୀର୍ତିମାନ ହାସଲ କରିବା ପରେ , ୧୯୭୨-୭୩ରେ ପୁଣି ଇଂଲଣ୍ଡକୁ ଘରେଇ ସିରିଜରେ ୨-୧ରେ ପରାସ୍ତ କରିଥିଲେ ।
୧୯୭୪ରେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ୱାଦେକର ଅଧିନାୟକ ଥିଲେ , କିନ୍ତୁ ଦଳ ଆଉ ଭଲ ପ୍ରଦର୍ଶନ ଦେଇ ପାରିନଥିଲା । ସେହି ସିରିଜରେ ଖେଲାଯାଇଥିବା ଏକମାତ୍ର ଏକଦିବସୀୟ ଅନ୍ତର୍ଜାତିକ ମେଚ ( ଯାହାକି ଭାରତର ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ମେଚ ଥିଲା )ରେ ୱାଦେକର ନିଜେ ୬୭ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚେଇ ପାରି ନଥିଲେ । ସେ ସେହି ସିରିଜ ପରେ ଅନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ । ତାହା ପରେ ଆଉ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମେଚ ଖେଳି ସମସ୍ତ ପ୍ରକାର କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ ।
ଅବସର ପରେ ଅବଦାନ
ସମ୍ପାଦନାଅବସର ପରେ ୱାଦେକର ଭାରତୀୟ କ୍ରିକେଟ ଦଳର ମେନେଜର ଭାବରେ ୧୯୯୦ ପରେ ରହିଥିଲେ । ସେତେବେଳେ ଅଝାରୁଦ୍ଦିନ ଦଳର ଅଧିନାୟକ ଥିଲେ ।ପରେ ସେ ଭାରତୀୟ କ୍ରିକେଟ ପାଇଁ ସିଲେକସନ ବୋର୍ଡର ଚେୟାରମ୍ୟାନ ରହିଥିଲେ । ଜଣେ ବ୍ୟକ୍ତି ଟେଷ୍ଟ ଖେଳାଳି , ଅଧିନାୟକ , କୋଚ ବା ମେନେଜର ତଥା ସିଲେକସନ ବୋର୍ଡର ଚେୟାରମ୍ୟାନ ସବୁ ରହିଥିବାର ବିରଳ ସମ୍ମାନର ଅଧିକାରୀ ଥିଲେ ଅଜିତ ୱାଦେକର ।ଲାଲା ଅମରନାଥ ଓ ଚନ୍ଦୁ ବୋଡେ ହଉଛନ୍ତି ଅନ୍ୟ ଦୁଇଜଣ ସେପରି ସମ୍ମାନର ଅଧିକାରୀ ।
ପରିସଙ୍ଖ୍ୟାନ
ସମ୍ପାଦନାRecords against opponents
ସମ୍ପାଦନାOpponent | Matches | Runs scored | Highest score | Average | 100's | Catches |
---|---|---|---|---|---|---|
Australia | 9 | 548 | 99 | 32.23 | 0 | 8 |
England | 14 | 840 | 91 | 31.11 | 0 | 15 |
New Zealand | 7 | 495 | 143 | 38.07 | 1 | 16 |
West Indies | 7 | 230 | 67 | 20.90 | 0 | 7 |
ଟେଷ୍ଟ ଶତକ
ସମ୍ପାଦନାNo. | Score | Against | Pos. | Inn. | Venue | Date | Result |
---|---|---|---|---|---|---|---|
1 | 143 | New ZealandNew Zealand | 3 | 2 | Basin Reserve, Wellington | 000000001968-02-29-000029 February 1968 | Won[୨] |
ପୁରସ୍କାର ସମୂହ ଆଉ ସମ୍ମାନ
ସମ୍ପାଦନାଅଜିତ ୱାଦେକର ତାଙ୍କର କ୍ରିକେଟ ପାଇଁ ଅବଦାନ ହେତୁ ଭାରତ ସରକାରଙ୍କଦ୍ୱାରା ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ସେ ୧୯୭୨ ମସିହାରେ ଭରତର ୪ ର୍ଥ ସର୍ବୋଛ ନାଗରିକ ପୁରସ୍କାର ' ପଦ୍ମଶ୍ରୀ 'ଦ୍ୱାରା ସମ୍ମାନିତ ହେଇଥିଲେ । ଅନ୍ୟ ସମ୍ମାନ ମଧ୍ୟରେ ସି॰ କେ॰ ନାଇଡୁ ପୁରସ୍କାର ଆଜୀବନ ଅବଦାନ ପାଇଁ ଓ କାସ୍ତ୍ରାଳ ଆଜୀବନ ଅବଦାନ ପୁରସ୍କାର ଅନ୍ତର୍ଭୁକ୍ତ ।