ଅଜିଙ୍କ୍ୟ ରାହାଣେ
ଅଜିଙ୍କ୍ୟ ମଧୁକର ରାହାଣେ (ଜନ୍ମ ୬ ଜୁନ ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ମୁମ୍ବାଇ ଘରୋଇ ଦଳରୁ ପ୍ରତିନିଧିତ୍ୱ କରନ୍ତି । ସେ ଜଣେ ଡାହାଣହାତି ବ୍ୟଟ୍ସମ୍ୟାନ ଯିଏ ତାଙ୍କ ପ୍ରଥମ ଆତର୍ଜାତୀୟ ମ୍ୟାଚ Twenty20 ମ୍ୟାଚରୁ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ଆରମ୍ଭ କରିଥିଲେ ଓ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଆରମ୍ଭ କରିଥିଲେ ।
![]() | ||||
Ajinkya Rahane in June 2016 | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Ajinkya Madhukar Rahane | |||
ଜଣାଶୁଣା ନାଆଁ | Jinks | |||
ଉଚ୍ଚତା | ୫ ft ୭ in (୧.୭୦ m) | |||
ବ୍ୟାଟିଂ ପ୍ରକାର | Right-handed | |||
ବୋଲିଂ ପ୍ରକାର | Right-arm medium | |||
ଭୁମିକା | Batsman | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | ଭାରତ କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ (cap 278) | 22 March 2013 v Australia | |||
ଶେଷ ଟେଷ୍ଟ | 24 January 2018 v South Africa | |||
ପ୍ରଥମ ଦିନିକିଆ | 3 September 2011 v England | |||
ଶେଷ ଦିନିକିଆ କ୍ରିକେଟ | 1 February 2018 v South Africa | |||
ଦିନିକିଆ ଜାମା ନମ୍ବର | 27 | |||
ପ୍ରଥମ ଟି୨୦ | 31 August 2011 v England | |||
ଶେଷ ଟି୨୦ଆଇ | 28 August 2016 v West Indies | |||
ଟି୨୦ଆଇ ଜାମା ନମ୍ବର. | 27 | |||
Domestic team information | ||||
Years | ଦଳ | |||
2007–present | Mumbai | |||
2008–2010 | Mumbai Indians | |||
2011–2015, 2018 | Rajasthan Royals | |||
2016 - 2017 | Rising Pune Supergiants | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Test | ODI | FC | LA |
ମ୍ୟାଚ | 18 | 58 | 82 | 121 |
ରନ | 1353 | 1,705 | 7,170 | 4,045 |
ବ୍ୟାଟିଂ ହାର | 43.64 | 31.00 | 56.90 | 35.17 |
ଶତକ/ଅର୍ଦ୍ଧଶତକ | 4/7 | 2/10 | 24/31 | 6/25 |
ସବୁଠୁ ବେଶି ସ୍କୋର | 147 | 111 | 265* | 187 |
ବଲ ସଂଖ୍ୟା | – | 2228 | 108 | 42 |
ଉଇକେଟ | – | – | 0 | 3 |
ବୋଲିଂ ହାର | – | – | – | 14.33 |
ଇନିଙ୍ଗସରେ ୫ଟି ଉଇକେଟ | – | – | – | 0 |
ମ୍ୟାଚରେ ୧୦ଟି ଉଇକେଟ | – | – | – | n/a |
ସବୁଠୁ ଭଲ ବୋଲିଂ | – | – | – | 2/36 |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | 17/– | 32/– | 72/– | 59/– |
Source: Cricinfo, 29 July |
ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ
ରାହାଣେ ହେଉଛନ୍ତି ମଧୁକର ବାବୁରାଓ ରାହାଣେ ଓ ସୁଜାତା ରାହାଣେ ପ୍ରଥମ ସନ୍ତାନ । ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ରାହାଣେ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ପ୍ରବିନ ଆମ୍ରେଙ୍କ ଠାରୁ କୋଚିଙ୍ଗ ନେଉଥିଲେ । ସେ ଏସଭି ଯୋଶୀ କଲେଜରୁ ଯୁକ୍ତ୨ ପାସ କରିଥିଲେ । ରାହାଣେ ୨୬ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାବକରଙ୍କୁ ବିବାହ କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା ।
କ୍ୟାରିୟରସମ୍ପାଦନ କରନ୍ତୁ
ରାହାଣେ ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ୧୯ ବର୍ଷ ବୟସରେ ମୁମ୍ବାଇ ତରଫରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ରଣଜୀ ଟ୍ରଫି ୨୦୦୭/୦୮ରେ ଖେଳିଥିଲେ । ୨୦୦୮-୦୯ର ରଣଜୀ ମ୍ୟାଚରେ ସେ ୧୦୮୯ ରନ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିସ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ମନୋନୟନ ହୋଇଥିଲେ କିନ୍ତୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୨ ମାର୍ଚ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ସେ ନିଉଜିଲାଣ୍ଡ ବିପକ୍ଷରେ ଓ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଇଂଲଣ୍ଡ ବିପକ୍ଷରେ କରିଥିଲେ ।
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |