ଅଙ୍ଗ, ଜୀବଶରୀରର ସମକାର୍ଯ୍ୟ-ବିଶିଷ୍ଟ ଟିସୁମାନଙ୍କର ସମାହୀରକୁ ବୁଝାଏ। ଉଭୟ ଉଦ୍ଭିଦ ଓ ପ୍ରାଣୀ ଜୀବନ, ଶରୀରରେ ଥିବା ବିଭିନ୍ନ ଅଙ୍ଗତନ୍ତ୍ରର ଅଙ୍ଗମାନଙ୍କ ଉପରେ ନିର୍ଭର କରିଥାଏ।[]

ଅଙ୍ଗ
ମନୁଷ୍ଯ ଶରୀରର କେତେକ ଆଭ୍ଯନ୍ତରୀଣ ଅଙ୍ଗପ୍ରତ୍ଯଙ୍ଗ
ଲାଟିନ ଭାଷାରେ ଓର୍ଗାନୀ
ବିଭାଗ ଅଙ୍ଗତନ୍ତ୍ର

ଏକ ପ୍ରଦତ୍ତ ଅଙ୍ଗର ଟିସୁକୁ ସାଧାରଣତଃ ନିମ୍ନୋକ୍ତ ଭାବରେ ବର୍ଗୀକରଣ କରାଯାଇ ପାରେ; ଯଥା- (କ) ପାରେନ୍କାଇମା, ଏକ ଟିସୁ ଯାହା ଦତ୍ତ ଅଙ୍ଗର ନିର୍ଦିଷ୍ଟ କାର୍ଯ୍ୟ ପାଇଁ ବିକଶିତ ଅଥବା ଉକ୍ତ କାର୍ଯ୍ୟ ପାଇଁ ବିକଶିତ ଅଙ୍ଗର ପ୍ରାକ୍-ରୂପ;ଏବଂ (ଖ) ଷ୍ଟ୍ରୋମା, ଯାହାର କାର୍ଯ୍ୟ ସହଯୋଗ, ସଂଯୋଗ ତଥା ଅନ୍ଯାନ୍ଯ ଆବଶ୍ୟକ କାର୍ଯ୍ୟ ଅଟେ। ଉଦାହରଣ ସ୍ବରୂପ- ଏକ ଗ୍ରନ୍ଥିରେ, ପାରେନ୍କାଇମା ହର୍ମୋନ୍ ତିଆରି କରେ ଏବଂ ଏଥିରେ ଥିବା ସ୍ନାୟୁ ଯାହା ସ୍ନାୟବିକ ଆବେଗ ବହନ କରେ, ରକ୍ତନଳୀ ଯାହା ପାରେନ୍କାଇମାରେ ରକ୍ତ ସଞ୍ଚାରଣ ଓ ପାରେନ୍କାଇମାର କୋଷର ବର୍ଜ୍ଯବସ୍ତୁ ନିଷ୍କାସନରେ କରେ ତଥା ଅନ୍ଯାନ୍ଯ ସଂଯୋଗୀ ଟିସୁ ଯାହା ଏହି ଗ୍ରନ୍ଥିକୁ ସୁରକ୍ଷା ତଥା ଦେହରେ ଲାଗି ରଖିଥାଏ, ଇତ୍ୟାଦିକୁ ଏକ ଶବ୍ଦରେ ଷ୍ଟ୍ରୋମା କୁହାଯାଏ। ସାଧାରଣତଃ ଅଙ୍ଗର ମୁଖ୍ଯ ଟିସୁ ଗୋଟିଏ ବୀଜସ୍ତରରୁ ସୃଷ୍ଟି ହୋଇଥାଏ। କାର୍ଯ୍ୟଭିତ୍ତିକ-ସଦୃଶ-ଅଙ୍ଗଗୁଡ଼ିକ ମିଶି ଅଙ୍ଗତନ୍ତ୍ର ଗଠନ କରିଥାନ୍ତି। ଅଧିକାଂଶ ବହୁକୋଷୀ ଜୀବମାନଙ୍କ ଶରୀରରେ ଅଙ୍ଗ ରହିଥାଏ। ବ୍ଯାକ୍ଟେରୀଆ ପରି ଏକକୋଷୀ ଜୀବମାନଙ୍କ କୋଷରେ ଅଙ୍ଗ ସଦୃଶ କୋଷାଙ୍ଗ ରହିଥାଏ। ଭଦ୍ଭିଦରେ ତିନୋଟି ମୁଖ୍ଯ ଅଙ୍ଗ ଥାଏ।[]ମୁତ୍ରାଶୟ, ପାକସ୍ଥଳୀ ତଥା ଅନ୍ତ୍ରନଳୀ ଭଳି ଅଙ୍ଗ ଗହ୍ୱର ବିଶିଷ୍ଟ।

ମନୁଷ୍ୟ ଶରୀରରେ ୭୯ଟି ଅଙ୍ଗ ଅଛି ବୋଲି କୁହାଯାଇଛି।[]

ଜୀବବିଜ୍ଞାନରେ ଟିସୁ, କୋଷ ଏବଂ ଅଙ୍ଗମାନଙ୍କ ମଧ୍ଯରେ ଥିବା ଏକ ଗାଠନିକ ସ୍ତର । ସଦୃଶ କୋଷ ଏବଂ ଏମାନଙ୍କ ବହିର୍ଦ୍ଦେଶସ୍ଥ ମାଟ୍ରିକ୍ସକୁ ନେଇ ଟିସୁ ଗଠିତ ହୋଇଥାଏ । ଏକାଧିକ କାର୍ଯ୍ୟକ୍ଷମ ଟିସୁକୁ ନେଇ ଅଙ୍ଗ ଗଠିତ ।

ମନୁଷ୍ଯ ତଥା ପ୍ରାଣୀମାନଙ୍କ ଟିସୁ ଗବେଷଣାକୁ ହିଷ୍ଟୋଶାସ୍ତ୍ର ଏବଂ ରୋଗ ସମ୍ବନ୍ଧୀୟ ଟିସୁ ଗବେଷଣାକୁ ହିଷ୍ଟୋପାଥୋଶାସ୍ତ୍ର ବୋଲି କୁହାଯାଏ । ଉଦ୍ଭିଦ ପାଇଁ ଏହି ଶିକ୍ଷାଟି ଉଦ୍ଭିଦ ବହିର୍ବିଜ୍ଞାନ କୁହାଯାଏ ।

  1. Widmaier E P; Raff H; Strang KT (2014). Vander's Human Physiology (12th ed.). ISBN 978-0-07-128366-3.[page needed]
  2. "Botany/Plant structure - Wikibooks, open books for an open world". en.wikibooks.org
  3. "New organ named in digestive system". BBC News. 2017. Retrieved 2018-02-05.