ଅଙ୍କିତା ଦାସ (ଜନ୍ମ ୧୭ ଜୁଲାଇ ୧୯୯୩) ଜଣେ ଭାରତୀୟ ଟେବୁଲ ଟେନିସ ଖେଳାଳି । ସେ ପଶ୍ଚିମବଙ୍ଗର ସିଲିଗୁଡିଠାରେ ରହନ୍ତି । ଅଙ୍କିତା ୨୦୧୨ ଅଲିମ୍ପିକ ଖେଳରେ ମହିଳା ସିଙ୍ଗଲ୍ସ ଇଭେଣ୍ଟ ପ୍ରତିଯୋଗିତାରେ ଭାଗନେଇଥିଲେ । 

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ଅଙ୍କିତାଙ୍କ ପିତା ଓ ମାତା ଯଥାକ୍ରମେ ଅସିମ କୁମାର ଦାସ ଓ ସଂଗୀତା ଦାସ ଥିଲେ । ସେ ପଶ୍ଚିମ ବଙ୍ଗର ଦାର୍ଜିଲିଂଠାରେ ୧୭ ଜୁଲାଇ ୧୯୯୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ସିଲିଗୁଡି କଲେଜରୁ ଡିଗ୍ରୀଶିକ୍ଷା ହାସଲ କରିଥିଲେ ।.[୧]

କ୍ରୀଡ଼ା ଜୀବନୀ ସମ୍ପାଦନା

୨୦୧୪ ମସିହା ୭୫ ତମ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ ଅଙ୍କିତା ଦାସ ମହିଳା ସିଙ୍ଗଲ୍ସ ବିଭାଗରେ  ଚମ୍ପିୟାନ ହେଇଥିଲେ । ଏହା ଆଗରୁ  ସେ ଅନେକ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । [୨]

ଆଧାର ସମ୍ପାଦନା

  1. "Ankita Das profile". Veethi.com. Retrieved 31 July 2013.
  2. "Sanil, Ankita are National champs". Retrieved 30 March 2014.

ବାହାର ଲିଙ୍କ ସମ୍ପାଦନା