ଅକ୍ଷୟ ଆନନ୍ଦ
ଜନ୍ ଗାର୍ଡନର୍ (ଜନ୍ମ ୩୦ ଜାନୁଆରୀ ୧୯୬୯) ଜଣେ ଭାରତୀୟ ଅଭିନେତ, ଯିଏକି ଅକ୍ଷୟ ଆନନ୍ଦ ଭାବରେ ଜଣାଶୁଣା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।
ଅକ୍ଷୟ ଆନନ୍ଦ | |
---|---|
ଜନ୍ମ | ଜନ୍ ଗାର୍ଡନର୍ ୩୦ ଜାନୁଆରୀ ୧୯୬୯ ଦିଲ୍ଲୀ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୫–ଏବେଯାଏଁ |
ବୈବାହିକ-ସାଥୀ | ରୋମା ଗାର୍ଡନର୍ |
ପ୍ରାରମ୍ଭିକ ଜୀବନ ଓ ପେଷା
ସମ୍ପାଦନାସେ ୧୯୬୯ ମସିହାର ଜାନୁଆରୀ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଜନ୍ ଗାର୍ଡନର୍ । ସେ ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଇନ୍ଦ୍ରଧନୁଷର ଚରିତ୍ରରୁ ଅନୁପ୍ରାଣିତ ହୋଇ ତାଙ୍କ ନାମ ଅକ୍ଷୟକୁ ପରିବର୍ତ୍ତନ କରିଥିଲେ । ହମ୍ ନୌଜବାନ୍ କଥାଚିତ୍ରରେ ସେ କାମ କରିବାବେଳେ ଦେବାନନ୍ଦଙ୍କ ତାଙ୍କ ନାମ ଆନନ୍ଦ ରଖିଥିଲେ । ଅଭିନୟ କରିବା ପୂର୍ବରୁ ସେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଅର୍ଥନୀତି ଅଧ୍ୟୟନ କରିଥିଲେ ।[୧]
୧୯୮୯ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଇନ୍ଦ୍ରଧନୁଷ, ଯାହାକି ସମୟ ଯାତ୍ର ଉପରେ ଆଧାରିତ ଥିଲା ।[୨]
ସେ ଅକ୍ଷୟ ଆନନ୍ଦ ଏକାଡେମୀ ନାମକ ଏକ ନାଟକ ବିଦ୍ୟାଳୟ ଚଲାଉଛନ୍ତି ।[୩] ପ୍ରଯୋଜକ ଭାବରେ ସେ କିଛି କଥାଚିତ୍ର ଓ ୱେବ୍ ସିରିଜ୍ର ପ୍ରଯୋଜନା କରିଛନ୍ତି ।
ଆଧାର
ସମ୍ପାଦନା- ↑ Maheshwri, Neha. "Akshay Anand: I rue the fact that I didn't market myself properly - Times of India". The Times of India.
- ↑ "Story behind Indradhanush: India's first iconic sci-fi TV show". dailyo.in. 7 October 2016. Archived from the original on 23 December 2017. Retrieved 23 December 2017.
- ↑ "Akshay Anand Acting Academy". Archived from the original on 12 April 2019. Retrieved 11 June 2020.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷୟ ଆନନ୍ଦ