ଅକିତା କାନ୍ତୋ

ଏହା ଏକ ଜାପାନୀ ପର୍ବ

ଅକିତା କାନ୍ତୋ ଏକ ଜାପାନୀ ପର୍ବ ଭଲ ଫସଲ ପାଇବା ନିମନ୍ତେ ଯାହା ଅଗଷ୍ଟ ୩-୭ ପର୍ଯ୍ୟନ୍ତ ଅକିତା ସ‌ହରରେ (Akita City) ପାଳନ କରାଯାଏ । ଏହି ପର୍ବ ପାଳନ‌କାରୀମାନେ ୫ରୁ ୧୨ ମିଟର ଲମ୍ବର ପ୍ରାୟ ୨୦୦ ବାଉଁସ ଖୁଣ୍ଟିରେ ୨୪ରୁ ୪୨ଟି ଗୋହେଇ (gohei) ଥିବା ଲଣ୍ଠନ ଝୁଲେଇ ହାତରେ, କାନ୍ଧରେ, ଅଣ୍ଟାରେ ବା କପାଳରେ ବୋହିନିଅନ୍ତି ।[] ଏହି ପର୍ବ ସେଣ୍ଡାଇର ତନାବତ ପର୍ବ, ଆମୋରି ନେବୁତା ମାତସୁରି ପର୍ବ ଓ ୟମଗତର ୟମଗତ ହନ‌ଗସ ପର୍ବ ସ‌ହିତ ଟୋହୋକୁର ଏକ ମୂଖ୍ୟ ପର୍ବ ଭାବରେ ପାଳନ କରାଯାଏ । ଏହି ପର୍ବକୁ ଇମ୍ପୋର୍ଟାଣ୍ଟ ଟାଞ୍ଜିବ୍ଲ କଲଚରାଲ ପ୍ରପର୍ଟି ଅଫ ଜାପାନ (Important Intangible Folk Cultural Property) ଭାବରେ ୧୯୮୦ ମସିହାରେ ନାମକରଣ କରାଯାଇଥିଲେ ।[][][][]

Akita Kantō
Celebrant of the Akita Kantō
ପାଳନକାରୀAkita City
ପ୍ରକାରReligious
ଆରମ୍ଭ3 August
ଶେଷ7 August
ତାରିଖ3 August
Next timeପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।
ପୁନଃପୌନିକତାannual
ସମ୍ପର୍କିତFukagawa Matsuri, Sannō Matsuri
Kanto Festival at night (August 2017)

ଇତିହାସ

ସମ୍ପାଦନା

ଗ୍ରୀଷ୍ମ କାଳରେ ରୋଗ ଓ ବୈରଭାବ ଦୂର କରିବା ପାଇଁ ନେବୁରି ନ‌ଗାସି ପର୍ବରୁ ଏହି ଅକିତା କାନ୍ତୋ ପର୍ବ ଆରମ୍ଭ ହୋଇଛି । ଏଡୋ ଯୁଗର ମଧ୍ୟ ଭାଗରରେ ଥିବା ହୋରେକି କାଳରୁ (୧୭୫୧ -୧୭୬୪) ଏହି ପର୍ବ ପ୍ରତିଷ୍ଠିତ ହୋଇ ରହିଛି । ୧୭୮୯ ମସିହାରେ ସୋଅନ ସୁମୁରା (Soan Tsumura) ଲିଖିତ ସର୍ବ ପୁରାତନ ୟୁକି ନୋ ହୁରୁ ମିସି (ରାସ୍ତା ଯେଉଁଠାରେ ବରଫପାତ ହୁଏ) ପୁସ୍ତକରେ ନେବୁରି ନ‌ଗାସି ବିଷୟ ଉଲ୍ଲେଖ ଅଛି । ଏହି ପୁସ୍ତକରେ ନେବୁରି ନ‌ଗାସି ଚାନ୍ଦର ମାସ ୬ ଜୁଲାଇରେ ପାଳନ ହେଉଥିଲା ଓ ପାରମ୍ପରିକ ଅକିତା ଏହିଠାରୁ ଆରମ୍ଭ ହୋଇଥିଲା । ନେବୁରି ନ‌ଗାସି ପାଳନ କରାଯାଉଥିଲା ଏକ ବାର୍ଷିକ ଉତ୍ସବ ଭାବରେ ଭଳ ଫସଲ ପାଇବା ପାଇଁ ଓ କଳାତ୍ମକ ଅଭିବୃଦ୍ଧି ପାଇଁ ।

ଅକିତା ସ‌ହରରେ ଲୋକମାନେ ନେବୁରି ନ‌ଗାସି ସମୟରେ ଗଛ ଓ ବାଉଁଶ ଘାସ ସାହାଯ୍ୟରେ କାଗଜ ଉପରେ ସେମାନଙ୍କର ଇଚ୍ଛା ପ୍ରକାଶ କରୁଥିଲେ । ତାହାକୁ ଧରି ସେମାନେ ସ‌ହର ସାରା ବୁଲି ବୁଲି ଅବଶେଷରେ ପାଣିରେ ଭସେଇଦେଉଥିଲେ । ନେବୁରି ନ‌ଗାସିରେ ଲୋକମାନେ ମହମ ବତୀ ଓ ଲଣ୍ଠନ ବ୍ୟବ‌ହାର କଲେ । ଏହି ନେବୁରି ନ‌ଗାସିକୁ କାନ୍ତୋ କୁହାଗଲା ।

୧୮୮୧ ମସିହାର ପ୍ରଥମେ ସରକାରୀ ସ୍ତରରେ ଏହି ପର୍ବକୁ ଟେଟସୁସାକୁ ଓକୁବୋ (Tetsusaku Okubo) ପାଳନ କରିଥିଲେ ଯେତେବେଳେ ଅକିତାକୁ ଆସୁଥିବା ସେ ସମ୍ରାଟ ମେଇଜିଙ୍କୁ କାନ୍ତୋଙ୍କ ମନୋରଞ୍ଜନ ନିମନ୍ତେ କାନ୍ତୋ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।[]

ଉଲ୍ଲେଖନୀୟତା

ସମ୍ପାଦନା

କାନ୍ତୋର ଆକ୍ଷରିକ ଅର୍ଥ ହେଉଛି 'ଗୋଟିଏ ବାଡ଼ିରେ ବନ୍ଧା ହୋଇଥିବା ଲଣ୍ଠନ' ଯାହା ବାଉଁଶରୁ ତିଆରି ହୋଇଥାଏ ଓ କାଗଜ ତିଆରି ଲଣ୍ଠନ ଭୂସମାନ୍ତରାଳ ବାଡ଼ିରୁ ଝୁଲୁଥାଏ ।[] କାନ୍ତୋ ଆବିଷ୍କାର ସମୟରେ ବଗିଚାରେ ଝୁଲଉଥିଲେ । ପରେ ଛୋଟ ବାଉଁସ ବାଡ଼ି ପରିବର୍ତ୍ତେ ଲମ୍ବା ବାଉଁସ ନିଆଗଲା ଓ ନିଆଅଣାକାରୀ ଲଣ୍ଠନ ତିଆରି କରି ନିଆଗଲା ।[] କାନ୍ତୋର ଲମ୍ବା ବାଉଁସ ବାଡ଼ିକୁ 'ଓୟାତକେ' କୁହାଯାଏ । କାନ୍ତୋ ପାଇଁ ବ୍ୟବ‌ହାର କରାଯାଉଥିବା ସମସ୍ତ ବାଉଁସ ଜାପାନରେ ପ୍ରସ୍ତୁତ କରାଯାଏ ଓ ତାହା ବେଶ ମୋଟା ଥାଏ । ଏହାର ମୋଟେଇ ଓ ଗଣ୍ଠିରୁ ଗଣ୍ଠି ପର୍ଯ୍ୟନ୍ତ ଲମ୍ବାର ମାପ ନିୟମ ଅନୁସାରେ ସଠିକ ଭାବରେ କରାଯାଏ ।[] କାନ୍ତୋବା‌ହକମାନେ ଉପ‌ଯୁକ୍ତ ବାଉଁଶ ବାଛିବା ଦାୟିତ୍ୱରେ ଥାଆନ୍ତି । ଏକତ୍ରିତ ବାଉଁସକୁ ୟୋକିତାକେ କୁହାଯାଏ । ଏହି ୟୋକିତାକେରୁ ଲଣ୍ଠନ ଝୁଲାଯାଏ । ପ୍ରଦର୍ଶନ ସମୟରେ କାନ୍ତୋର ଉଚ୍ଚତା ବୃଦ୍ଧି ନିମନ୍ତେ ଅଧିକ ବାଉଁସ ଯୋଗ କରାଯାଏ ଓ ତାହାକୁ ସୁଗିତାକେ କୁହାଯାଏ ।

  1. "Akita Kantō official website". Akita Kantō Executive Committee.
  2. ୨.୦ ୨.୧ "Akita Kantō festival". Akita City. Archived from the original on 16 September 2015. Retrieved 22 November 2015.
  3. "Akita Kanto Matsuri". Japan National Tourism Organization. Archived from the original on 18 February 2011. Retrieved 20 March 2011.
  4. "Seasonal Festivals (Matsuri)". Akita Prefecture. Archived from the original on 11 September 2011. Retrieved 20 March 2011.
  5. "Database of Registered National Cultural Properties". Agency for Cultural Affairs. Archived from the original on 23 December 2019. Retrieved 20 March 2011.
  6. ୬.୦ ୬.୧ Sayaka Hashimoto. "Artistic Weight Lifting KANTOU: Tradition and Acculturation”. https://www.jstage.jst.go.jp/article/ijshs/4/Special_Issue_2006/4_Special_Issue_2006_187/_article.
  7. "Feel the Vibrant Japan: Cultural Festival Hopping by the Bullet Train in Northern Japan". DIGITAL JOURNAL.