ଅଂଶୁମାନ ଗାଏକୱାଡ୍
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (ଫେବୃଆରୀ ୨୦୧୮) |
ଅଂଶୁମାନ ଦତ୍ତଜୀରାଓ ଗାଏକୱାଡ୍ pronunciation (help·info) (ଜନ୍ମ-୨୩ ସେପ୍ଟେମ୍ବର ୧୯୫୨) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ପ୍ରଶିକ୍ଷକ । ସେ ଭାରତୀୟ ଜାତୀୟ ଦଳ ପାଇଁ ୪୦ଟି ଟେଷ୍ଟ ଓ ୧୫ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଛନ୍ତି । ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲରମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବ୍ୟାଟିଂ କରିପାରୁଥିଲେ । ସେଥିପାଇଁ ତାଙ୍କୁ The great wall କୁହାଯାଉଥିଲା । ସେ କଲିକତାଠାରେ ୧୯୭୪ରେ ୱେଷ୍ଟ ଇଣ୍ଡିଜ ସହ ଖେଳି ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ପୁଣି ୧୯୮୪ରେ ସେହି କଲିକତାରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ ।[୧]
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-handed batsman (RHB) | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||
ଭୂମିକା | Batsman, Coach | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧], 31 December 2006 |
ଅନ୍ତର୍ଜାତିକ ପ୍ରଦର୍ଶନ
ସମ୍ପାଦନାଗାଏକୱାଡ୍ ୪୦ଟି ଟେଷ୍ଟ ଖେଳି ୩୦.୦୭ ହାରରେ ୧୯୮୫ ସ୍କୋର କରିଥିଲେ । ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ । ସେ ଟେଷ୍ଟରେ ୨ଟି ଶତକ ସହ ୧୦ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୦୧ ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ୧୯୮୨/୩ରେ ଜଲନ୍ଧର ସହରରେ କରିଥିଲେ । ସେହି ୨୦୧ ରଣ କରିବା ପାଇଁ ସେ କ୍ରିଜରେ ୬୭୧ ମିନିଟ ରହିଥିଲେ । ଗାଏକୱାଡ୍ ୧୯୭୫ ଓ ୧୯୭୯ ବିଶ୍ୱ କପ ଭାରତୀୟ ଦଳରେ ସଦସ୍ୟ ଭାବେ ଖେଳିଥିଲେ । [୨]
୨୦୦୦ ମସିହାରେ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଶିକ୍ଷଣ ଦିଗରେ ଧ୍ୟାନ ଦେଇ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଭାବରେ ୨ ଥର ଦାୟିତ୍ୱ ଗ୍ରହଣ କରିଥିଲେ ।
ଆଧାର ସବୁ
ସମ୍ପାଦନା- ↑ "ANSHUMAN GAEKWAD BIOGRAPHY". Archived from the original on 2018-04-06. Retrieved 2018-02-14.
- ↑ Anshuman Gaekwad