Swaraj1999
Joined ୧୧ ଜୁଲାଇ ୨୦୧୩
ଆଦରର Swaraj1999,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନଙ୍କ ସହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୫୮, ୧୧ ଜୁଲାଇ ୨୦୧୩ (UTC)
ପ୍ରଥମ ଲେଖା ପାଇଁ କିଛି ଗୁପଚୁପ! ସମ୍ପାଦନା
ସ୍ୱରାଜ ଭାଇ, ପ୍ରଥମ ଲେଖା କମ୍ପ୍ୟୁଟର ଗେମ ଖେଳି ଟିକେ ଥକି ଯାଇଥିବ, ତେଣୁ ଟିକେ ଖଟାପାଣି ସହ ଗୁପଚୁପ ହେଇଯାଉ । ଆଉ ଜଣେ ଭାଇ ମୃତ୍ୟୁଞ୍ଜୟ କର ତମ ଲେଖାରେ ଟିକେ ବଦଳ କରିଛନ୍ତି, ଏମିତି ହାତ ମିଳାଇ ସାଥି ହୋଇ ଲେଖିବାରେ ତ ମଜା ଉଇକିପିଡ଼ିଆରେ । ଆଶା ଆଗକୁ ଆହୁରି ଅଧିକ ଲେଖି ପ୍ରସଙ୍ଗଟି ପୂର୍ଣ୍ଣାଙ୍ଗ କରିବ । ଆଉ ଅସୁବିଧା ହେଲେ ଚାଟସଭା କୁ ଯାଇ ପ୍ରଶ୍ନ ପଚାରିବ! ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୪୦, ୧୪ ଜୁଲାଇ ୨୦୧୩ (UTC) |