ପାଛୋଟା!

ଓଳିଗି, Bishupriyaparam ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୮:୧୩, ୧୦ ଅକ୍ଟୋବର ୨୦୧୧ (UTC)

ଆପଣଙ୍କ ପାଇଁ କିଛି ତାଜା ଫଳ! ସମ୍ପାଦନା

ବନ୍ଧୁବର, ଆପଣଙ୍କ ଉଇକିରେ ଆଗ୍ରହ ଦେଖି ଖୁସି ଲାଗିଲା, କିଛି ଦିନ ତଳେ ଆପଣ ଶ୍ରୀକାନ୍ତକୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଉଚିତ ମଣୁଛି,

ବନାନ ବାବଦରେ ଜାଣିବା ପାଇଁ http://or.wikipedia.org/wiki/FAQBooklet କୁ ଯାଇ ୧୨ ପୃଷ୍ଠାରେ ଓଡ଼ିଆରେ ଟାଇପ କରିବା ବାବଦରେ ପଢି ପାରିବେ । ଡ଼ ପାଇଁ DaZ, ଢ଼ ପାଇଁ DhaZ, "ପ୍ରଶ୍ନ" ପାଇଁ praSNa ଟାଇପ କରନ୍ତୁ ।

ବାକି ସହଯୋଗ ନିମନ୍ତେ http://or.wikipedia.org/wiki/WP:FAQ ପଢ଼ନ୍ତୁ । ସୁଭପାSubha Paମୋତେ କହିବେ କିଛି? ୧୭:୧୫, ୧୪ ଅକ୍ଟୋବର ୨୦୧୧ (UTC)

ସାଧୁବାଦ ତଥା କିଛି କଥା ସମ୍ପାଦନା

ଆଦରର ବିଶୁଦ୍ଧାକ୍ଷ ବାବୁ, ଆପଣଙ୍କୁ ଏଠାରେ ବହୁଦିନ ପରେ ପାଇ ଆମେ ସମସ୍ତେ ଖୁବ ଆନନ୍ଦିତ । ଆପଣ କିଛି ପ୍ରସଙ୍ଗର ବନାନ ସୁଧାରିବାରେ (ଏସିଆ, ଭାରତ, ଆଦି) ଭାଗ ନେଇଥିବାରୁ ଅନେକ ସାଧୁବାଦ । ଯଦି ଆପଣ କେବେ କିଛି ସହଯୋଗ ଲୋଡ଼ନ୍ତି ବା କିଛି ପଚାରିବାକୁ ଚାହାନ୍ତି ତେବେ ଦୟାକରି ଚାଟସଭାକୁ ଯାଇ ପଚାରିପାରିବେ । ଫେସବୁକରେ ମଧ୍ୟ ଏକ ଓଡ଼ିଆ ଉଇକିପିଡ଼ିଆ ଦଳ ମାଧ୍ୟମରେ ଆମେ ଅଧିକ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବତାଇବା ପାଇଁ ଚେଷ୍ଟା କରୁଛୁ, ଆପଣ ସେଠାରେ ମଧ୍ୟ ଆମ ସହ ଯୋଗ ଦେଇପାରିବେ । ସାଧୁବାଦର ସହ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୫୫, ୨୮ ମଇ ୨୦୧୨ (UTC)

ଛବି ଅପଲୋଡ଼ ସମ୍ପାଦନା

ବନ୍ଧୁ ନମସ୍କାର, ଅଶେଷ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଆପଣ ଯେଉଁ ଛବି ଅପଲୋଡ଼ କରିଛନ୍ତି ତାହାର ସଠିକ ଜାଗା commons । ଆପଣ ନିଜେ ଉଠାଇଥିବା ଛବି ଯାହା "Public Domain", "cc-by-sa" ବା "Free Work" ସତ୍ତ୍ଵ ଭାବେ ଅପଲୋଡ଼ କରୁଛନ୍ତି ତାହାକୁ commonsରେ ଅପଲୋଡ଼ କରନ୍ତୁ । commons ହେଉଛି ସାର୍ବଜନିକ; ସମସ୍ତ ଉଇକିମିଡ଼ିଆ ସାଇଟକୁ ଫାଇଲ ଲିଙ୍କ କରିହେବ, ନ ହେଲେ ପୁଣି ଏଠୁ commonsକୁ ସ୍ଥାନାନ୍ତରଣ କରିବାକୁ ହେବ । ତା ପାଇଁ ପୁଣି କାହାକୁ ସମୟ ଦେବାକୁ ପଡ଼ିବ  :-) । ସେଠି କଲେ ଗୋଟିଏ ଫାଇଲକୁ ଅଧିକ ସାଇଟରେ; ଅନ୍ୟ ଭାଷାରେ ଥିବା ଉଇକି ସାଇଟରେ ବ୍ୟବହାର କରିହେବ, କିନ୍ତୁ ଏଠି କଲେ ଅନ୍ୟାନ୍ୟ ଇଉକି ସାଇଟରେ ବ୍ୟବହାର କରି ହେବନି । ଏଠି ଆପଣ "Fair-Use image"; ଯେମିତିକି ସିନେମା ପୋଷ୍ଟର, କମ୍ପାନି ଲୋଗୋ ଇତ୍ୟାଦି କରି ପାରିବେ, ଯାହା commonsରେ ଅପଲୋଡ଼ କରି ହେବନି । କିଛି ପ୍ରଶ୍ନ ଥିଲେ ମୋତେ ପଚାରି ପାରିବେ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୬, ୮ ଜୁନ ୨୦୧୨ (UTC)

ନମସ୍କାର! ମୁଁ ଗୋଟେ ଛବି commons (ଅପଲୋଡ ସମୟରେ commons ର ଯେଉଁ ଅପଲୋଡ ଫର୍ମ ଦେଉଛି, ସେଥିରେ) ରେ ଅପଲୋଡ କଲି । ତାପରେ ତାକୁ thumb ଭାବରେ ବ୍ୟବହାର କରିବାରେ କିଛି ଅସୁବିଧା ହେଉନି । କିନ୍ତୁ, ତାକୁ infobox ର skyline ରେ ବ୍ୟବହାର କରିବାରେ ଅସୁବିଧା ହେଉଛି । ୱିକିପିଡିଆରେ ବ୍ୟବହାର କରିବାକୁ ୱିକିମେଡ଼ିଆ commons ଯେଉଁ ଦୁଇଟି ଲିଙ୍କ ଦେଉଛି ସେଥିରୁ ଗୋଟିଏ ହେଉଛି thumb, ଅନ୍ୟଟି ହେଉଛି ସଂପୂର୍ଣ୍ଣ ଛବି । ଦୁଇଟିଯାକ ଲିଙ୍କ ବ୍ୟବହାର କରି ଦେଖିଲି ଆଗରୁ ତାହା ଯେପରି skyline ରେ ଆସୁଥିଲା (ସାଧାରଣ ଅପଲୋଡରେ), ଆଉ ଆସୁନି । -- Bishupriyaparam (ଆଲୋଚନା) ୦୮:୨୫, ୮ ଜୁନ ୨୦୧୨ (UTC)
  • ମୁଁ ତ ଏବେ ବ୍ୟବହାର କରି ଦେଖିଲି {{Infobox settlement |image_skyline = Detroit Montage.jpg |image_skyline =Choudwar Cuttack.jpg, ଠିକ ଆସୁଛି । କେଉଁ Infobox ଛାଞ୍ଚରେ ବ୍ୟବହାର କରିଥିଲେ ? ମୋତେ ଜଣେଇବେ ? ହୋଇଥାଇପାରେ ଛାଞ୍ଚରେ କିଛି ଅସୁବିଧା ଥିବ । ଆଉ ଆପଣଙ୍କ ଉତ୍ତର ପରେ ~~~~ ଚିହ୍ନ ଦିଅନ୍ତୁ, ଦସ୍ତଖତ ପାଇଁ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୩୭, ୮ ଜୁନ ୨୦୧୨ (UTC)
ମୁଁ ଶୈଲଙ୍ଗ ପୃଷ୍ଠାରେ ଥିବା ଛାଞ୍ଚରେ ବ୍ୟବହାର କରିଥିଲି । ତେବେ ୱିକିମେଡ଼ିଆ commons ଯେଉଁ ଲିଙ୍କ (File:Sailong Shiva Temple.jpg|Sailong Shiva Temple) ଦେଉଛି image_skyline ଆଗରେ ତାକୁହିଁ ଲେଖିଥିଲି । ଛବି ଛୋଟ ହୋଇ ଆସିବା ଯାଗାରେ ତା'ର ପ୍ରକୃତ ଆକାରରେ ଆସୁଛି । Bishupriyaparam (ମୋ ଆଲୋଚନା) ୧୦:୦୧, ୮ ଜୁନ ୨୦୧୨ (UTC)
  • କେବଳ |image_skyline =Choudwar Cuttack.jpg ବ୍ୟବହାର କରୁଛନ୍ତି ତ ? ବିନା File: ଲେଖି । ଠିକ ଆସିବା କଥା, ନ ହେଲେ ଛାଞ୍ଚରେ କିଛି ଅସୁବିଧା ଥାଇ ପାରେ । କିନ୍ତୁ commonsରେ ଅପଲୋଡ଼ କଲେ କିଛି ଅସୁବିଧା ହେବନି । -- ଅଂଶୁମାନ ତାର ଯୋଡ଼ିବେ? ୧୦:୨୭, ୮ ଜୁନ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ ବିଷୟରେ ସମ୍ପାଦନା

ଆପଣ ଆଲୋଚନାରେ ଭାଗ ନେଇଥିବାରୁ ବହୁତ ଧନ୍ୟବାଦ । ମାସେରୁ ଅଧିକ ସମୟ ବିତିଗଲାଣି; ତ ଅନ୍ତିମ ପରିଣାମ ରଖିଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୦, ୧୧ ଜୁଲାଇ ୨୦୧୨ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Bishupriyaparam,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

-- ଅଂଶୁମାନ ତାର ଯୋଡ଼ିବେ? ୧୭:୫୦, ୨୫ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)