ବିକର୍ଣ୍ଣ

ମହାଭାରତର ଚରିତ୍ର
(Vikarnaରୁ ଲେଉଟି ଆସିଛି)

ବିକର୍ଣ୍ଣ (ସଂସ୍କୃତ: विकर्ण) ଦୁର୍ଯୋଧନଙ୍କ ସାନଭାଇ ତଥା ଧୃତରାଷ୍ଟ୍ରଗାନ୍ଧାରୀଙ୍କ ଶହେ ପୁତ୍ରଙ୍କ ମଧ୍ୟରୁ ଜଣେ ଥିଲେ । ସେ ଏକ ମହାଯୋଦ୍ଧା ହେବା ସହ ନ୍ୟାୟବନ୍ତ ଏବଂ ଚତୁର ଥିଲେ ।[୧] ଏଥିଯୋଗୁଁ ମହାଭାରତର କଥାବସ୍ତୁରେ ତାଙ୍କୁ ଅନ୍ୟାୟ ପକ୍ଷର ଏକ ନ୍ୟାୟବାନ ପୁରୁଷ ରୂପେ ବର୍ଣ୍ଣନା କରାଯାଇଛି ।[୨]

ବିକର୍ଣ୍ଣ ମହାଭାରତ ଯୁଦ୍ଧରେ ସେ ଚିତ୍ରଯୁଦ୍ଧ ଏବଂ ଚିତ୍ରଯୋଧୀନଙ୍କୁ ହତ୍ୟା କରିଥିଲେ । ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ବିଦୁରଙ୍କ ବ୍ୟତୀତ ସେ ମଧ୍ୟ ଏହି ପାପକର୍ମକୁ ଘୃଣା ଏବଂ ବିରୋଧ କରିଥିଲେ । ସେ କହିଥିଲେ ଯେ, ଯୁଧିଷ୍ଠିର ପଶାଖେଳରେ ତାଙ୍କର ସମଗ୍ର ରାଜ୍ୟ ହରାଇଥିଲେ ମଧ୍ୟ ଦ୍ରୌପଦୀଙ୍କୁ ବାଜି ରଖିବାର ତାଙ୍କର କୌଣସି ଅଧିକାର ନାହିଁ । ମହାଭାରତ ଯୁଦ୍ଧରେ ସେ ସହଦେବ, ନକୁଳ ଏବଂ ଘଟୋଚ୍‌କଚ ଭଳି ଯୋଦ୍ଧାଙ୍କ ସହ ଯୁଦ୍ଧ କରିଥିଲେ । ପରିଶେଷରେ ଭୀମଙ୍କ ସହ ଯୁଦ୍ଧରେ ଭୀମ ଏହାଙ୍କୁ ହତ୍ୟା କରିଥିଲେ । ତେବେ ସେତେବେଳେ ଭୀମସେନ ମଧ୍ୟ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଥିଲେ ।

କୌରବ ଭ୍ରାତାମାନଙ୍କ ସହ ସେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଶିକ୍ଷାଗ୍ରହଣ କରିଥିଲେ । ସେମାନଙ୍କର ଶିକ୍ଷା ସମାପ୍ତ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କୁ କହିଲେ କି ଗୁରୁ ଦକ୍ଷିଣା ଭାବେ ସେମାନେ ଦ୍ରୁପଦଙ୍କୁ ବନ୍ଦୀ କରି ତାଙ୍କ ସମ୍ମୁଖରେ ହାଜର କରାନ୍ତୁ । ଦୁର୍ଯୋଧନଙ୍କ ନେତୃତ୍ୱରେ ଦୁଃଶାସନ, ଯୁଯୁତ୍ସୁ, ବିକର୍ଣ୍ଣ କୌରବ ସେନା ସହାୟତାରେ ଦ୍ରୁପଦଙ୍କ ବିରୁଦ୍ଧରେ ଯୁଦ୍ଧ କରି ପରାସ୍ତ ହେଲେ ଏବଂ ବିକର୍ଣ୍ଣଙ୍କ ସହ ତାଙ୍କ ଭାଇମାନେ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ ଦେଇଥିଲେ । ସେ ସୁଦର୍ଶନାବତୀ ଏବଂ ତ୍ରିଲୋକାପୁରର ଇନ୍ଦୁମତିଙ୍କୁ ବିବାହ କରିଥିଲେ। [୩]

ଆଧାର ସମ୍ପାଦନା

  1. "The Untold Story Of Vikarna, The Only Kaurava Who Stood Against The Humiliation Of Draupadi". Storypick. 2 December 2015. Retrieved 3 January 2021.
  2. "Vikarna: the most interesting character of the Mahabharata, find out why he was slaughtered". News Track (in English). 20 August 2019. Retrieved 3 January 2021.{{cite web}}: CS1 maint: unrecognized language (link)
  3. The Mahabharata of Krishna-Dwaipayana Vyasa, trl. into English by P.C. Roy, New Delhi 1972, pp. 291-92