ରାସମଞ୍ଜରୀ ଦେବୀ

ଓଡ଼ିଆ ରାଜନୀତିଜ୍ଞ
(Rasmanjari Deviରୁ ଲେଉଟି ଆସିଛି)

ରାସମଞ୍ଜରୀ ଦେବୀ (ଜନ୍ମ: ୧୯ ନଭେମ୍ବର ୧୯୨୭) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ତିଗିରିଆର ରାଣୀ ।[୧] ସେ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ରାସମଞ୍ଜରୀ ଦେବୀ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[୨]

ରାସ ମଞ୍ଜରୀ ଦେବୀ
ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୬ ଜୁନ ୧୯୭୭ – ୧୭ ଫେବୃଆରୀ ୧୯୮୦
ପୂର୍ବ ଅଧିକାରୀରାଧାନାଥ ରଥ
ପର ଅଧିକାରୀରସାନନ୍ଦ ସାହୁ
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1927-11-19) ୧୯ ନଭେମ୍ବର ୧୯୨୭ (ବୟସ ୯୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀବ୍ରଜରାଜ ମହାପାତ୍ର
ବାପା/ବୋଉଯଶୋବନ୍ତ ସିଂହଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ଓ ପରିବାର ସମ୍ପାଦନା

ରାସମଞ୍ଜରୀ ଦେବୀ ୧୯୨୭ ମସିହାର ନଭେମ୍ବର ମାସ ୧୯ ତାରିଖ ଦିନ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ଥିଲେ ଯଶୋବନ୍ତ ସିଂହଦେଓ । ସେ ରାଜା ବ୍ରଜରାଜ ମହାପାତ୍ରଙ୍କୁ ବିବାହ କରିଥିଲେ ।[୪] ତାଙ୍କର ବିଭାଘର ରାଜାଙ୍କର ଡିପ୍ଲୋମା ଶେଷ ହେବାପରେ ୧୯୪୦ ମସିହାରେ ହୋଇଥିଲା ।[୫][୬] ଏହି ଦମ୍ପତ୍ତିଙ୍କର ତିନି ପୁଅ ଓ ତିନି ଝିଅ ଥିଲେ ।[୭] ସେ ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଥିଲେ ତିଗିରିଆର ରାଣୀ ତଥା ରାଜମାତା । ରାସ ମଞ୍ଜରୀ ଥିଲେ ସୋନପୁରର ରାଜକୁମାରୀ ।[୫]

ରାଜନୈତିକ ଜୀବନ ସମ୍ପାଦନା

ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଭାରତ ସ୍ୱାଧୀନ ହେବାପରେ ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବାପାଇଁ ଉତ୍ସାହିତ କରିଥିଲେ । ଫଳରେ ତାଙ୍କ ଭଉଣୀ ତଥା ଢେଙ୍କାନାଳର ରାଜମାତା ରତ୍ନପ୍ରଭା ଦେବୀ ଓ ତିଗିରିଆର ରାଜମାତା ରାସମଞ୍ଜରୀ ଦେବୀ ରାଜନୀତିରେ ଯୋଗ ଦେଇଥିଲେ ।[୮]

ରାସମଞ୍ଜରୀ ଦେବୀ ଓଡ଼ିଶା ରାଜନୀତିରେ ୧୯୬୭ ମସିହାରେ ଯୋଗ ଦେଇଥିଲେ । ସେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ ଏବଂ ତା'ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ ।[୨] ସେ ୧୯୭୦ ମସିହାରେ ତିଗିରିଆ ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇ ୧୯୭୩ ମସିହାଯାଏଁ ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ ।[୯]

ରାସମଞ୍ଜରୀ ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ।[୪] ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୦] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୧୯୭୭ ମସିହାର ଜୁନ ମାସ ୧୬ ତାରିଖରୁ ୧୯୮୦ ମସିହାର ଫେବୃଆରୀ ୧୭ ତାରିଖଯାଏଁ କାର୍ଯ୍ୟ କରିଥିଲେ ।[୨]

୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୧.୦୭ ପ୍ରତିଶତ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ।[୧୨] ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରସାନନ୍ଦ ସାହୁ ସମୁଦାୟ ୫୮.୬୮ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨]

ଆଧାର ସମ୍ପାଦନା

  1. "ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ 'ସେମାନେ ଆମ ମାଟିର ପୁଅ'". Bartaman Odisha. Retrieved 2019-03-19.
  2. ୨.୦ ୨.୧ ୨.୨ "Rasmanjari Devi". naveenpatnaik.com. Naveen Pattnaik. Archived from the original on 30 August 2017. Retrieved 18 March 2019.
  3. Mohanty, Srinivas (2015-11-30). "King of Tigiria Princely state no more". Odishabulletin (in ବ୍ରିଟିଶ୍‌ ଇଂରାଜୀ). Archived from the original on 2019-03-19. Retrieved 2019-03-19. {{cite web}}: Cite has empty unknown parameter: |dead-url= (help)
  4. ୪.୦ ୪.୧ "Rasmanjari Devi". www.odishahelpline.com. Odisha Helpline. Retrieved 18 March 2019.
  5. ୫.୦ ୫.୧ "Brajraj Mahapatra, Indian king - obituary" (in ବ୍ରିଟିଶ୍‌ ଇଂରାଜୀ). 2015-12-11. ISSN 0307-1235. Retrieved 2019-03-19.
  6. "Indian pauper and king were the same bloke". The Sydney Morning Herald (in ଇଂରାଜୀ). 2016-01-15. Retrieved 2019-03-19.
  7. Rathore, Abhinay. "Tigiria (Princely State)". Rajput Provinces of India (in ଇଂରାଜୀ). Archived from the original on 2019-03-26. Retrieved 2019-03-19. {{cite web}}: Cite has empty unknown parameter: |dead-url= (help)
  8. ବାରିକ, ପବିତ୍ର ମୋହନ (February 2006). "ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ" (PDF). ଉତ୍କଳ ପ୍ରସଙ୍ଗ (February–March): ୫୩. Retrieved 19 March 2019.
  9. "ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ". sambadepaper.com. Archived from the original on ୨୩ ଜାନୁଆରୀ ୨୦୨୧. Retrieved 23 January 2021. {{cite web}}: Check date values in: |archive-date= (help)
  10. "Rasmanjari Devi winner in Athagarh, Odisha Assembly Elections 1977: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-03-19.
  11. "Rasmanjari Devi, Athagarh Assembly Elections 1977 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-19.
  12. ୧୨.୦ ୧୨.୧ "State Elections 2004 - Partywise Comparision for 47-Athgarh Constituency of ORISSA". affidavitarchive.nic.in. Retrieved 2019-03-19.