ପ୍ଲାଟିପସ

ଏକ ପ୍ରକାର ଅଣ୍ଡା ଦେଉଥିବା ଅର୍ଦ୍ଧ ଜଳୀୟ (semiaquatic) ସ୍ତନ୍ୟପାୟୀ ପ୍ରାଣୀ ।
(Platypusରୁ ଲେଉଟି ଆସିଛି)

ପ୍ଲାଟିପସ ବା ଓର୍ଣ୍ଣିଥୋରାଇଞ୍ଚୁରସ, ବେଳେ ବେଳେ ବତକମୁହାଁ ପ୍ଲାଟିପସ (ଇଂରାଜୀ ଭାଷାରେ platypus (Ornithorhynchus anatinus), duck-billed platypus) ଏକ ପ୍ରକାର ଅଣ୍ଡା ଦେଉଥିବା ଅର୍ଦ୍ଧ ଜଳୀୟ (semiaquatic) ସ୍ତନ୍ୟପାୟୀ (mammal) ପ୍ରାଣୀ । [୨] ତାସମାନିଆ ସ‌ହିତ ପୂର୍ବ ଅଷ୍ଟ୍ରେଲିଆର ଏମାନେ ସ୍ଥାନୀୟ (endemic) ପ୍ରାଣୀ । ଓର୍ଣ୍ଣିଥୋରିଙ୍କିଡି ପରିବାର (family (Ornithorhynchidae)) ଓ ଜେନସ ଓର୍ଣ୍ଣିଥୋରାଇଞ୍ଚୁରସ ଜେନସର (genus) ଏମାନେ ଏକମାତ୍ର ଜୀବନ୍ତ ପ୍ରାଣୀ ଯାହା ଫସିଲରୁ ଜଣାଯାଏ ।

Platypus
ଜୀବାଶ୍ମ କାଳ: 9–0 Ma
Miocene to Recent
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Monotremata
Family: Ornithorhynchidae
Genus: Ornithorhynchus
Blumenbach, 1800
ଜାତି: O. anatinus
ବାଇନୋମିଆଲ ନାମ
Ornithorhynchus anatinus
(Shaw, 1799)
Platypus range
(red – native, yellow – introduced)

ଚାରି ଏକଡିନା (echidna) ଜାତି ସ‌ହିତ ଏହି ୫ଟି ମୋନୋଟ୍ରିମ ଏକ୍ସଟାଣ୍ଟ (extant) ଜାତୀୟ ମୋନୋଟ୍ରିମ (monotreme) ମଧ୍ୟରୁ ପ୍ଲାଟିପସ ଏକମାତ୍ର ସ୍ତନ୍ୟପାୟୀ ଯିଏ ଶାବକ ଜନ୍ମ ନ‌କରି ଅଣ୍ଡା ଦିଏ । ଅନ୍ୟାନ୍ୟ ମୋନୋଟ୍ରିମମାନଙ୍କ ଭଳି ଏହା ଇଲେକଟ୍ରୋଲେକେସନ (electrolocation) ପଦ୍ଧତିରେ ଶିକାର ଇନ୍ଦ୍ରିୟବୋଧ ପାଏ । ଅଳ୍ପ କେତେକ ବିଷାକ୍ତ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଏହା ଗୋଟିଏ ଯାହାର ପଛ ଗୋଡ଼ରେ ଥିବା ଏକ କଣ୍ଟା ବା ସ୍ପର (spur) ସାହାଯ୍ୟରେ ପ୍ଲାଟିପସ ବିଷ (venom) ପ୍ରୟୋଗ କରି ମାନବକୁ ଅତ୍ୟନ୍ତ ଯନ୍ତ୍ରଣା ଦେଇପାରେ ।

ଏହି ଅଣ୍ଡାଦାତ୍ରୀ, ବତକ(‌duck)-ଥଣ୍ଟି, ବିଭର(beaver)-ଲାଞ୍ଜ ଓ ଓଟ୍ଟର(otter)-ପାଦ ବିଶିଷ୍ଟ ସ୍ତନ୍ୟପାୟୀ ୟୁରୋପର ପ୍ରକୃତିବାଦୀମାନଙ୍କୁ ଚକିତ କରିଥିଲେ ଯେତେବେଳେ ସେମାନେ ପ୍ରଥମେ ସନ ୧୭୯୯ରେ ଏକ ସଂରକ୍ଷିତ ଶରୀରକୁ ପ୍ରଥମେ ଦେଖି [୩] ଏହାକୁ ବିଭିନ୍ନ ପ୍ରାଣୀଙ୍କ ଦେହର ଅଂଶକୁ କାଟି ଏକାଠି କରି ସେଲେଇ କରିଥିବା ବିଚାର କରିଥିଲେ । [୪]

ପ୍ଲାଟିପସର ଏହି ଅତୁଳନୀୟ ଆକୃତି ଥିବା ଯୋଗୁ ବିକାଶବାଦୀ ପ୍ରାଣୀ ବିଜ୍ଞାନରେ (evolutionary biology) ଏହାର ଅନୁଶୀଳନ ଏକ ମହତ୍ୱପୁର୍ଣ୍ଣ ବିଷୟର ଆଧାର ହେଲା ଓ ଅଷ୍ଟ୍ରେଲିଆରେ ଏହାକୁ ଅନୁସଂକେତ ରୂପେ ଚିହ୍ନଟ କରାଗଲା । ଜାତୀୟ ଉତ୍ସବମାନଙ୍କରେ ଏହାକୁ ମାସ୍କଟ ରୂପେ ଉପସ୍ଥାପିତ କରାଯାଏ, ଅଷ୍ଟ୍ରେଲିଆର ୨୦ ସେଣ୍ଟ ମୁଦ୍ରାର (Australian twenty-cent coin) ପଛ ପାଖରେ ଏହା ଶୋଭା ପାଏ, ନିଉସାଉଥ ୱେଲସରେ (New South Wales) ଏହାକୁ ପ୍ରାଣୀ ପ୍ରତୀକ ରୂପେ ଗ୍ରହଣ କରାଯାଇଛି । [୫]

ମଣିଷ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ଲାଟିପସକୁ ଛାଲ ବା ଫର ପାଇବା ନିମନ୍ତେ ଶିକାର କରୁଥିଲେ, କିନ୍ତୁ ଅଧିନା ଏହା ସଂରକ୍ଷିତ ପ୍ରାଣୀ ହୋଇଛି । ପାଳନ-ପ୍ରଜନନ (captive-breeding) କାର୍ଯ୍ୟକ୍ରମ ବିଶେଷ ସଫଳ ହେଲାନି ଓ ପ୍ରଦୂଷଣ ପ୍ରଭାବ ଯୋଗୁ ଏହା ଅସୁରକ୍ଷିତ ହେଲେ ମଧ୍ୟ ଏହା ଉପରେ କୌଣସି ତ‌ତ୍କାଳ ବିପଦ ନାହିଁ ।

ବର୍ଣ୍ଣନା ସମ୍ପାଦନା

 
Platypus in Broken River, Queensland

ସନ ୧୭୮୮-୧୮୦୧ ସୁଦ୍ଧା ନିଉ କଲୋନିର ଲେଫଟେନାଣ୍ଟ ଗଭର୍ଣ୍ଣର ଡେଭିଡ କୋଲିନ (David Collins) ମହାଶୟ ଏହାକୁ ଏକ ଉଭୟଚର ଚୁଚୁନ୍ଦ୍ରା ଜାତୀୟ ପ୍ରାଣୀ ଭାବରେ ଲିପିବଦ୍ଧ କରିଥିଲେ । [୬]

ପ୍ଲାଟିପସର ଦେହ ଓ ଚେପ୍‌ଟା ଲାଞ୍ଜ ଉପରେ ତମ୍ବା ରଙ୍ଗର ଘନ ଲୋମ (fur) ଆବରଣ ଥାଏ ଯାହା ପବନ‌କୁ ଆବଦ୍ଧ ଓ ସଂରକ୍ଷିତ କରି ଦେହକୁ ସୁରକ୍ଷା ଦିଏ ଓ ଉଷୁମ ରଖେ । ଏହି ଲୋମ ଜଳନିରୋଧୀ ଓ ଚୁଚୁନ୍ଦ୍ରା (mole) ଲୋମ ଭଳି ସୃଷ୍ଟି ହୋଇଛି । [୭] ଲାଞ୍ଜରେ ଚର୍ବି ସଂରକ୍ଷିତ ହୋଇ ରହେ ଯାହା ଟାସମାନିଆନ ଡେଭିଲରେ (Tasmanian devil) ଦେଖାଯାଏ ।[୮]) ଲମ୍ବା ନାକର ଉପର ଭାଗ ଓ ତଳ ହନୁ ନରମ ଚର୍ମରେ ଆଚ୍ଛାଦିତ ହୋଇ ଥଣ୍ଟ ଆକାର ଦେଇଥାଏ । ନାକର ଉପର ଭାଗରେ ନାକପୁଡ଼ା ଥାଏ, ଏହା ପଛକୁ ଆଖି ଓ କାନ ଏକ ଖାଲୁଆ ସ୍ଥାନରେ ଥାଏ ଯାହା ପ‌ହଁରିବା ବେଳେ ବନ୍ଦ ହୋଇଯାଏ । ଅଶାନ୍ତ ହେଲେ ଏକ ପ୍ରକାର ସ୍ୱର ବାହାର କରେ ଓ ବନ୍ଦୀ ଥିବା ପ୍ଲାଟିପଦ ଅନ୍ୟ କେତେକ ପ୍ରକାର ସ୍ୱର ମଧ୍ୟ ବାହାର କରୁଥିବା ଶୁଣାଯାଏ ।

ଆଧାର ସମ୍ପାଦନା

  1. Woinarski, J.; Burbidge, A.A. (2016). "Ornithorhynchus anatinus". IUCN Red List of Threatened Species. 2016: e.T40488A21964009. doi:10.2305/IUCN.UK.2016-1.RLTS.T40488A21964009.en.
  2. MacFarlane, P. M.; Baudinette, R. V.; Frappell, P. B.; Fish, F. E. (15 February 2001). "Energetics of terrestrial locomotion of the platypus Ornithorhynchus anatinus". Journal of Experimental Biology (in ଇଂରାଜୀ). 204 (4): 797–803. ISSN 0022-0949. PMID 11171362.
  3. "Discovery and naming". Australian Platypus Conservancy. Retrieved 29 November 2016.
  4. Walters, Martin; Johnson, Jinny (2003). Encyclopedia of Animals. Marks and Spencer p.l.c. p. 192. ISBN 978-1-84273-964-8.
  5. Government of New South Wales (2008). "Symbols & Emblems of NSW". Archived from the original on 23 July 2008. Retrieved 29 December 2008.
  6. Collins, David. An Account of the English Colony in New South Wales, Volume 2. Retrieved 5 July 2017 – via Internet Archive.
  7. "Platypus: Facts, Pictures: Animal Planet". Animal.discovery.com. 16 November 2011. Retrieved 8 September 2012.
  8. Guiler, E.R. (1983). "Tasmanian Devil". In R. Strahan (ed.). The Australian Museum Complete Book of Australian Mammals. Angus & Robertson. pp. 27–28. ISBN 978-0-207-14454-7.