ନୋରୋଭୁତାଣୁ

ଭୁତାଣୁ ପ୍ରଜାତି
(Norovirusରୁ ଲେଉଟି ଆସିଛି)

ନୋରୋଭୁତାଣୁ (ଇଂରାଜୀ ଭାଷାରେ Norovirus, ଅନ୍ୟ ନାମ winter vomiting bug) ପାକଅନ୍ତନଳୀର ପ୍ରଦାହ (gastroenteritis) ରୋଗର ଏକ ଅତି ସାଧାରଣ କାରଣ । [୬][୧] ଏହି ସଂକ୍ରମଣ ହେଲେ ତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।[୨] ଝାଡ଼ା ବା ବାନ୍ତିରେ ରକ୍ତ ପଡ଼େନି ।[୩], ମୁଣ୍ଡ ବିନ୍ଧାଜ୍ୱର ହୋଇପାରେ ।[୨] ଭୁତାଣୁ ସଂସ୍ପର୍ଶରେ ଆସିବାର ୧୨ରୁ୪୮ ଘଣ୍ଟା ମଧ୍ୟରେ ଏହି ରୋଗ ହୁଏ ।[୨] ଦିନେ ବା ୩ ଦିନ ମଧ୍ୟରେ ଉପଶମ ହୋଇଯାଏ । [୨] ରୋଗ ଜଟିଳ ହେଲେ ନିର୍ଜଳନ (Dehydration) ହୋଇପାରେ । [୨]

ନୋରୋଭୁତାଣୁ (Norovirus)
Winter vomiting bug[୧]
ବିଭାଗଆଶୁ ଚିକିତ୍ସା (Emergency medicine), ଶିଶୁରୋଗ ବିଜ୍ଞାନ (pediatrics)
ଲକ୍ଷଣତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା, ମୁଣ୍ଡ ବିନ୍ଧା[୨]
ଆକ୍ରାନ୍ତ ସମୟସଂସ୍ପର୍ଶର ୧୨ରୁ ୪୮ ଘଣ୍ଟା ପରେ [୨]
ଅବଧି୧-୩ ଦିନ[୨]
କାରଣନୋରୋଭୁତାଣୁ (Norovirus)[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୩]
ପ୍ରତିକାରହାତଧୁଆ (Hand washing), ସଂକ୍ରମିତ ସ୍ଥାନ‌ର ଜୀବାଣୁନାଶ (disinfection) [୪]
ଚିକିତ୍ସାସ‌ହାୟକ ଯତ୍ନ (Supportive care) ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids)[୫]
ପୁନଃପୌନିକବାର୍ଷିକ ୬୮୫ ନିୟୁତ ଲୋକ [୬]
ମୃତ୍ୟୁ ସାନ୍ଦ୍ରତା୨୦୦,୦୦୦

ଏହି ଭୁତାଣୁ (virus) ସାଧାରଣତଃ ମଳ-ମୁଖ (fecal–oral route) ମାଧ୍ୟମରେ ବିସ୍ତାର ଲାଭ କରେ ।[୩] ଅପମିଶ୍ରିତ ଖାଦ୍ୟ, ଜଳ ବା ମଣିଷ-ମଣିଷ ସାହାଯ୍ୟ ଏହି ବିସ୍ତାରକୁ ରୁପଦାନ କରେ ।[୩] ବାୟୁ ମଣ୍ଡଳ ଓ ଅପମିଶ୍ରିତ ପୃଷ୍ଠରୁ ମଧ୍ୟ ଏହା ସମାହିତ ହୁଏ ।[୩] ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ଏହି ସଙ୍କଟ ସୃଷ୍ଟିରେ ସ‌ହାୟକ ହୁଏ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । [୩] ଜନସ୍ୱାସ୍ଥ୍ୟ କାରଣରୁ ଏହାର ପୁଷ୍ଟିକରଣ ପରୀକ୍ଷା କରାଯାଏ ।[୩]

ଉପ‌ଯୁକ୍ତ ହାତଧୁଆ (Hand washing) ଓ ସଂକ୍ରମିତ ସ୍ଥାନ‌ର ଜୀବାଣୁନାଶ (disinfection) କରି ରୋଗ ପ୍ରତିଷେଧ କରିହୁଏ ।[୪] ଆଲକୋହୋଲ ଥିବା ସାନିଟାଇଜର Alcohol-based hand sanitizers କମ୍ ପ୍ରଭାବଶାଳୀ ହୁଏ ।[୪] ଏହା ବିରୁଦ୍ଧରେ କୌଣସି ଟିକା vaccine ଆବିଷ୍କୃତ ହୋଇନାହିଁ ।[୪] କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ନାହିଁ ।[୫] କେବଳ ସ‌ହାୟକ ଯତ୍ନ (Supportive care), ଆବଶ୍ୟକ ସ୍ଥଳେ ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids) ଦେଇ ଚିକିତ୍ସା କରାଯାଏ ।[୫] ଓଆରଏସ ସବୁଠାରୁ ପସନ୍ଦ ଯୋଗ୍ୟ ପାନୀୟ । [୫]

ପ୍ରତିବର୍ଷ ପୃଥିବୀରେ ନୋରୋଭୁତାଣୁ ରୋଗରେ ୬୮୫ ନିୟୁତ ଲୋକ ପୀଡ଼ିତ ହୋଇ ୨ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । [୬][୭] ଉଭୟ ବିକାଶଶୀଳ (developing world) ଓ ବିକଶିତ (developed|) ଦେଶମାନଙ୍କରେ ଏହି ରୋଗ ସଚରାଚର ଦେଖାଯାଏ ।[୩][୮] ପାଞ୍ଚ ବର୍ଷ ବୟସ ଭିତରେ ଏହି ରୋଗ ଆକ୍ରମଣ କରେ ଓ ଉଭୟ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୫୦,୦୦୦ ମୃତ୍ୟୁ ହୁଏ ।[୬] ଶିତକାଳରେ ଏହି ରୋଗ ଅଧିକ ହୁଏ । [୬] ଲଗାଲଗି ଗୃହମାନଙ୍କରେ (close quarters) ବାସ କରୁଥବା ଲୋକ ମଡ଼କର (outbreaks) ସମ୍ମୁଖୀନ ହେବା ଦେଖାଯାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟବାହିତ ରୋଗ ମଡ଼କ ସଂଖ୍ୟାରୁ ଏହା ୫୦% ଅଧିକାର କରିଥାଏ । [୩] ସନ ୧୯୬୮ରେ ନୋର‌ୱାକ, ଓହିଓ (Norwalk) ସ୍ଥାନରେ ହୋଇଥିବା ମଡ଼କରୁ ଏହି ନୋରୋ ନାମ ଗ୍ରହଣ କରାଯାଇଛି ।[୯][୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ "Norovirus (vomiting bug)". nhs.uk. Retrieved 8 June 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Norovirus Symptoms". CDC (in ଆମେରିକୀୟ ଇଂରାଜୀ). 24 June 2016. Retrieved 29 December 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Brunette, Gary W. (2017). CDC Yellow Book 2018: Health Information for International Travel (in ଇଂରାଜୀ). Oxford University Press. p. 269. ISBN 9780190628611.
  4. ୪.୦ ୪.୧ ୪.୨ ୪.୩ "Preventing Norovirus Infection". CDC (in ଆମେରିକୀୟ ଇଂରାଜୀ). 5 May 2017. Retrieved 29 December 2017.
  5. ୫.୦ ୫.୧ ୫.୨ ୫.୩ "Norovirus - Treatment". CDC. Retrieved 29 December 2017.
  6. ୬.୦ ୬.୧ ୬.୨ ୬.୩ ୬.୪ "Norovirus Worldwide". CDC (in ଆମେରିକୀୟ ଇଂରାଜୀ). 15 December 2017. Retrieved 29 December 2017.
  7. "Global Burden of Norovirus and Prospects for Vaccine Development" (PDF). CDC. August 2015. p. 3. Retrieved 29 December 2017.
  8. Nguyen, GT; Phan, K; Teng, I; Pu, J; Watanabe, T (October 2017). "A systematic review and meta-analysis of the prevalence of norovirus in cases of gastroenteritis in developing countries". Medicine. 96 (40): e8139. doi:10.1097/MD.0000000000008139. PMC 5738000. PMID 28984764.
  9. Conly, J; Johnston, B (January 2003). "Norwalk virus - Off and running". The Canadian journal of infectious diseases = Journal canadien des maladies infectieuses. 14 (1): 11–3. doi:10.1155/2003/702517. PMID 18159419.{{cite journal}}: CS1 maint: unflagged free DOI (link)
  10. "Norovirus: The perfect pathogen" (in ଇଂରାଜୀ). Knowable Magazine.