ଝାଞ୍ଜପିଟା ମଠ

(Jhanjapita Mathaରୁ ଲେଉଟି ଆସିଛି)

ମୁଖ୍ୟତଃ ରଥଯାତ୍ରା ପୂର୍ବରୁ ଝାଞ୍ଜପିଟା ମଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ଏହି ମଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ମୁଖ୍ୟତଃ ବଙ୍ଗଳା ଭାଷାଭାଷୀ ଲୋକ । ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସଫେଇ କାର୍ଯ୍ୟ ଏହି ଭକ୍ତମାନଙ୍କ ସ‌ହ ଅନ୍ୟାନ ଭକ୍ତମାନଙ୍କ ସମିଶ୍ରଣରେ ହୋଇଥାଏ । ରଥଯାତ୍ରାର କିଛିଦିନ ପୂର୍ବରୁ ଏହି କାର୍ଯ୍ୟ ହୋଇଥାଏ ବୋଲି ଶ୍ରୀ ଚୈତନ୍ୟ ଚରିତ୍ରରେ ରଚିତ ହୋଇଛି । କୀର୍ତ୍ତନ କରିବା ପାଇଁ ଆସୁଥିବା ଭକ୍ତମାନେ ସେମାନଙ୍କର ଉପକରଣ ସ‌ହ ସେହି ମଠରେ ଅବସ୍ଥନ କରନ୍ତି ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ସଂକୀର୍ତ୍ତନ କରନ୍ତି । [୧] ମଠର ସ୍ୱେଚ୍ଛସେବୀଙ୍କଦ୍ୱାରା ମହାପ୍ରଭୁଙ୍କର ପାଦପ୍ମର ସେବା କରାଯାଏ । ଏହି ସବୁକିଛି ଛଡ଼ା, ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ପାଇଁ ନିତ୍ୟ ଖଟଣି ଭୋଗ ଯୋଗାଇଦେବାର ପରମ୍ପରା ରହିଛି ।[୨]

ଆଧାର ସମ୍ପାଦନା

  1. Mishra, Narayana. Annals and Antiquities of the Temple of Jagannātha. Sarup & Sons. pp. 05–11.
  2. Mohanty, Jagannath. Indian Culture and Education. p. 72. ISBN 978-81-8450-150-6.