ଦୀପନ୍ୱିତ ଦାଶମହାପାତ୍ର

ଓଡ଼ିଆ ଅଭିନେତା
(Dipanwit Dashmohapatra୦ରୁ ଲେଉଟି ଆସିଛି)

ଦୀପନ୍ୱିତ ଦାଶମହାପାତ୍ର ଜଣେ ଓଡ଼ିଆ ଅଭିନେତା । ସେ ମଞ୍ଚ, ଚଳଚ୍ଚିତ୍ର ଓ ଓଟିଟି ମାଧ୍ୟମରେ ଅଭିନୟ କରନ୍ତି ।[୧]

ଦୀପନ୍ୱିତ ଦାଶମହାପାତ୍ର
Born (1995-08-14) ୧୪ ଅଗଷ୍ଟ ୧୯୯୫ (ବୟସ ୨୮)
Nationalityଭାରତୀୟ
Alma materଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ
Occupationଅଭିନେତା
Years active୨୦୧୭–ବର୍ତ୍ତମାନ
Parent(s)ଜୀତେନ୍ଦ୍ର ଦାଶମହାପାତ୍ର (ପିତା)
ଜ୍ୟୋତ୍ସ୍ନା ଦାଶମହାପାତ୍ର (ମାତା)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଦୀପନ୍ୱିତ, ବାଲେଶ୍ୱର ଜିଲ୍ଲାର ସୋରୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜୀତେନ୍ଦ୍ର ଦାଶମହାପାତ୍ର ଓ ମାତାଙ୍କ ନାମ ଜ୍ୟୋତ୍ସ୍ନା ଦାଶମହାପାତ୍ର । ସେ ସୋରୋର ରାମକୃଷ୍ଣ ଶିକ୍ଷା ନିକେତନ ଓ ଏସ ଏନ ହାଇସ୍କୁଲରୁ ସ୍କୁଲ ଶିକ୍ଷାଲାଭ କରିଥିଲେ । ସେ ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋରରୁ +୨ ଶିକ୍ଷା ସମାପ୍ତ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ।[୨]

ଅଭିନୟ ଜୀବନ ସମ୍ପାଦନା

ଦୀପନ୍ୱିତ, କଲେଜରେ ପଢ଼ିବା ସମୟରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନାଟ୍ୟନୁଷ୍ଠାନ ଟୋନିଲଷ୍ଟକ ଓ ପରେ ଉତ୍ତର ପୁରୁଷ ଏବଂ ଜୀବନ ରେଖା ମଞ୍ଚାନୁଷ୍ଠାନରେ କାମ କରିଛନ୍ତି ।[୩]


ସମରେଶ ରାଉତରାୟଙ୍କ ଓଡ଼ିଆ ୱାନ ସଂସ୍ଥାନ ଦୀପନ୍ୱିତଙ୍କୁ ପ୍ରଥମେ ମ୍ୟୁଜିକ ଆଲବମରେ ଅଭିନୟ କରିବାର ସୁଯୋଗ ଦେଇଥିଲା । ୱେବସିରିଜ ରାବଣ ପୋଡ଼ିର ସଫଳତା ତାଙ୍କୁ ଜନାଦୃତି ଆଣିଦେଇଥିଲା । ଏହା ପରେ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା ।[୪] ଦମନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ।[୫] ଏଥିରେ ସେ ଏକ ପାର୍ଶ୍ୱ ଅଭିନେତା ଭାବରେ କମ୍ପାଉଣ୍ଡର ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ପ୍ରତୀକ୍ଷା[୬][୭] ଅନୁପମ ଖେର ଏହି ଚଳଚ୍ଚିତ୍ରଟିକୁ ହିନ୍ଦୀ ଭାଷାରେ ନିର୍ମାଣ କରି, ନିଜେ ଏଥିରେ ଅଭିନୟ କରିବାର ପ୍ରତିଶୃତି ଦେଇଥିଲେ ।[୮][୯] ଏଥିରେ ସେ ମୁଖ୍ୟ ଅଭିନେତା ସାଜିଥିଲେ ।

ଅଭିନୀତ ଚଳଚ୍ଚିତ୍ର ସମ୍ପାଦନା

ଚଳଚ୍ଚିତ୍ର ସମ୍ପାଦନା

ଦ୍ରଷ୍ଟବ୍ୟ
  ମୁକ୍ତିଲାଭ କରିନଥିବା ଚଳଚ୍ଚିତ୍ର
ବର୍ଷ ଚଳଚ୍ଚିତ୍ର ଭୂମିକା ନିର୍ଦ୍ଦେଶକ Notes
୨୦୧୭ କ୍ଷଣିକା- ଦ ଲଷ୍ଟ ଆଇଡ଼ିଆ ପୋଷ୍ଟ ମ୍ୟାନ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
୨୦୨୦ ଚରିତ୍ର ସୁଧୀର ଶିଶିର କୁମାର ସାହୁ, ପିନାକୀ ସିଂହ
ଜନ୍‌ସ୍ କ୍ୟାଫେ ଅନୁପମ ପଟ୍ଟନାୟକ
୨୦୨୧ କୋକୋଲି: ଫିସ୍ ଆଉଟ ଅଫ୍ ୱାଟର୍ ଦୀପକ ସ୍ନେହାଶିଷ ଦାସ
୨୦୨୧ ଏଡିୟୁ ଗୋଦାର ଜୋ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
୨୦୨୨ ଦମନ ରବି ଦେବୀ ପ୍ରସାଦ ଲେଙ୍କା, ବିଶାଳ ମୌର୍ଯ୍ୟା
୨୦୨୨ ବ୍ୟାସେ ଶୁଣୁଛ କଳାକାର ସିଦ୍ଧାର୍ଥ ଗୌତମ କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୨ ପ୍ରତୀକ୍ଷା ସଞ୍ଜୟ ଦାଶ ଅନୁପମ ପଟ୍ଟନାୟକ
୨୦୨୩ ଇନ୍ଦ୍ରଧନୁ   ସୂଚନା ନାହିଁ ଅର୍ଜୁନ ସାମନ୍ତରାୟ


ଆଧାର ସମ୍ପାଦନା

  1. "Dipanwit Dashmohapatra". Retrieved 13 November 2022.
  2. "Kow about an accomplished actor, theatre artist Dipanwit Dashmohapatra". NAMASTE INDIA. 18 October 2019.
  3. "From Balasore to Bhubaneswar, how Dipanwit Dashmohapatra made his mark in contemporary theatre". Edexlive. 10 April 2019.
  4. "Dipanwit Dashmohapatra". Retrieved 13 November 2022.
  5. "Odia film DAMaN made tax free in Odisha". Retrieved 28 November 2022.
  6. "Indian Panorama". IFFI Goa. Archived from the original on 28 November 2022. Retrieved 28 November 2022.
  7. "'Pratikshya' wins big at Washington fest". Dailypioneer.com. Retrieved 28 November 2022.
  8. "Anupam Kher announces Hindi remake of Odia film 'Pratikshya'". The New Indian Express. Retrieved 28 November 2022.
  9. "Anupam Kher announces on stage the Hindi remake of Odia film Pratikshya, which highlights the dynamics of a father-son relationship at IFFI53". PIB Mumbai. Retrieved 29 November 2022.