ଅରୁଣ ଜେଟଲୀ
ଅରୁଣ ଜେଟଲୀ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକ ସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦୀ ତାଙ୍କୁ ଷୋଡଶ ଲୋକ ସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।
ଅରୁଣ ଜେଟଲୀ | |
---|---|
ଅର୍ଥ ମନ୍ତ୍ରୀ | |
Assumed office ୨୬ ମଇ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ପି.ଚିଦାମ୍ବରମ |
ରକ୍ଷା ମନ୍ତ୍ରୀ | |
Assumed office ୨୬ ମଇ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ଏ.କେ.ଆଣ୍ଟୋନୀ |
Minister of Corporate Affairs | |
Assumed office ୨୬ ମଇ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ସଚିନ ପାଇଲଟ |
Leader of the Opposition in the Rajya Sabha | |
କାର୍ଯ୍ୟକାଳ ୩ ଜୁନ ୨୦୦୯ – ୨୬ ମଇ ୨୦୧୪ | |
ପୂର୍ବ ଅଧିକାରୀ | ଯଶୱନ୍ତ ସିଂହ୍ନା |
ପର ଅଧିକାରୀ | ଗୁଲାମ ନବୀ ଆଜାଦ |
Minister of Law and Justice | |
କାର୍ଯ୍ୟକାଳ ୨୯ ଜୁଲାଇ ୨୦୦୯ – ୨୧ ମଇ ୨୦୦୪ | |
ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
ପୂର୍ବ ଅଧିକାରୀ | ଜନ କ୍ରୀଷ୍ଣମୁର୍ତ୍ତୀ |
ପର ଅଧିକାରୀ | ଏଚ.ଆର. ଭରଦ୍ୱାଜ |
କାର୍ଯ୍ୟକାଳ ନଭେମ୍ବର ୨୦୦୭ – ୧ ଜୁଲାଇ ୨୦୦୨ | |
ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
ପୂର୍ବ ଅଧିକାରୀ | ରାମ ଜେଠମଲାନୀ |
ପର ଅଧିକାରୀ | ଜନ କ୍ରୀଷ୍ଣମୁର୍ତ୍ତୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନୂଆ ଦିଲ୍ଲୀ, ଭାରତ | ୨୮ ଡିସେମ୍ବର ୧୯୫୨
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (1980–present) |
ଜୀବନ ସାଥୀ | ସଙ୍ଗୀତା ଜେଟଲୀ (1982–present) |
ସନ୍ତାନ | ରୋହନ ସୋନାଲୀ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ୱେବସାଇଟ | Official website |
ଜନ୍ମ ଓ ଶିକ୍ଷା
ସମ୍ପାଦନାଅରୁଣ ଜେଟଲୀ ୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ।[୧] ପ୍ରଥମେ ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲୀ ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ । [୨] ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତ୍ତକ କରିଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ୧୯୯୧ପରଠାରୁ ବିଜେପିର ଜଣେ ଦୈନିକ ସଦସ୍ୟ ଭାବେ ଗଣା ହୋଇଥିଲେ ଅରୁଣ ଜେଟଲୀ । ୧୯୯୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-01-04. Retrieved 2014-07-10.
{{cite web}}
: Cite has empty unknown parameter:|1=
(help) - ↑ "My memorable School days at St. Xaviers". Arun Jaitley. Archived from the original on 12 February 2013. Retrieved 10 July 2014.
ବାହାର ତଥ୍ୟ
ସମ୍ପାଦନା- Official website
- BJP finds its winning mojo: alliances and incumbency Archived 2013-12-23 at the Wayback Machine.
- India Today Interview: Arun Jaitley Archived 2008-06-30 at the Wayback Machine.