ୟେଭାଡୁ

୨୦୧୪ ମସିହାର ତେଲୁଗୁ କଥାଚିତ୍ର

ୟେଭାଡୁ (English: Yevadu) ୨୦୧୪ ମସିହାର ଭାରତୀୟ ତେଲୁଗୁ ଭାଷାର ଆକ୍ସନ ଫିଲ୍ମ ଅଟେ । ଏହା ବାମସୀ ପେଡ଼ିପଲ୍ଲୀଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ରାମ ଚରଣ, ଏମୀ ଜ୍ୟାକ୍ସନ ଓ ଶ୍ରୁତୀ ହାସନ ମୁଖ୍ୟ ଭୂମୀକା ଗ୍ରହଣ କରିଛନ୍ତି; ସାଇ କୁମାର, ଜୟ ସୁଧା, ବ୍ରହମାନ୍ଦମ ଓ ରାହୁଲ ଦେବ ସହାୟକ ଭୂମିକା ଗ୍ରହଣ କରିଛନ୍ତି । ଏଥିରେ ଅଲ୍ଲୁ ଅର୍ଜୁନ ଓ କାଜଲ ଅଗ୍ରୱାଲଙ୍କୁ ମୁଖ୍ୟ ଭୂମିକା ରୂପେ ସଂକ୍ଷିପ୍ତ ଭାବେ ଦେଖା ଯାଇଛି । ଏହି ଫିଲ୍ମ ଦିଲ ରାଜୁଙ୍କଦ୍ୱାରା ଶ୍ରୀ ଭେଙ୍କଟେଶ୍ୱର କ୍ରୀଏସନ ବ୍ୟାନର ତଳେ ନିର୍ମିତ ହୋଇଥିଲା । ବକ୍କାଥମ ବାମସୀ, ଫିଲ୍ମର ପଟକଥାକୁ ପେଡିପ୍ଳୀ ସହିତ ଲେଖିଥିଲେ । ଦେବୀ ଶ୍ରୀ ପ୍ରସାଦ ଫିଲ୍ମର ସଙ୍ଗୀତ ତିଅରି କରିଥିଲେ ଏବଂ ମାର୍ତଣ୍ଡ ଭେଙ୍କଟସ ଫିଲ୍ମର ସମ୍ପାଦକ ଥିଲେ ।

ୟେଭାଡୁ
Yevadu
ନିର୍ଦ୍ଦେଶକବାମସୀ ପେଡ଼ିପଲ୍ଲୀ
ପ୍ରଯୋଜକଦିଲ ରାଜୁ
ସଂଳାପଅବ୍ବୁରୀ ରବି (ସମ୍ବାଦ)
ଚିତ୍ରନାଟ୍ୟବଙ୍କାଥମ ବମସୀ
ବାମସୀ ପେଡ଼ିପଲ୍ଲୀ
କାହାଣୀବଙ୍କାଥମ ବମସୀ
କଳାକାରରାମ ଚରଣ
ଅଲ୍ଲୁ ଅର୍ଜୁନ
ଏମୀ ଜ୍ୟାକ୍ସନ
ଶୃତୀ ହାସନ
କାଜଲ ଅଗ୍ରୱାଲ
ସଙ୍ଗୀତଦେବୀ ଶ୍ରୀ ପ୍ରସାଦ
ଚିତ୍ରଗ୍ରହଣରାମ ପ୍ରସାଦ
ସମ୍ପାଦକମାର୍ତଣ୍ଡ କେ ଭେଙ୍କଟଶ
Production
company
ଶ୍ରୀ ଭେଙ୍କଟେଶ୍ୱର କ୍ରୀଏସନ
ମୁକ୍ତିଲାଭ ତାରିଖ
2014
କଥାଚିତ୍ରର ସମୟ
165 ମିନିଟ
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚIndian Rupee ₹350 ମିଲିୟନ[୧]
ମୋଟ ଆୟIndian Rupee ₹600 ମିଲିୟନ[୨]

ଏହି ଫିଲ୍ମ Indian Rupee ₹୩୫୦ ମିଲିୟନ ବଜେଟରେ ତିଆରି ହୋଇଥିଲା ଏବଂ ଆଧିକାରୀକ ଋପେ ୯ ଡିସେମ୍ବର ୨୦୧୧ ମସିହାରେ ଲଞ୍ଚ କରାଯାଇଥିଲା । ପ୍ରଧାନ ଫଟୋଗ୍ରାଫି ୨୭ ଏପ୍ରିଲ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା ଏବଂ ୨୨ ଜୁଲାଇ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା । ଫିଲ୍ମର ଅଧିକାଂଶ ଭାଗ ବିଶାଖାପାଟନମ୍ ଓ ହାଇଦ୍ରାବାଦରେ ନିର୍ମାଣ ହୋଇଥିଲା , ଅଧିକାଂଶ "ରାମଜୀ ଫିଲ୍ମ ସିଟୀ"ରେ ହୋଇଥିଲା । ଏହି ଫିଲ୍ମର ଦୁଇଟି ଗୀତ ସ୍ୱିଜରଲ୍ୟାଣ୍ଡ ଏବଂ ବ୍ୟାଙ୍କକରେ ହୋଇଥିଲା ।

ୟେଭାଡୁ ଫିଲ୍ମ ମକର ସଂକ୍ରାନ୍ତି ଉତ୍ସବରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଆଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରୀୟା ମିଳିଥିଲା । ଏହି ଫିଲ୍ମ Indian Rupee ₹600 ମିଲିୟନରୁ ଅଧିକ ରୋଜଗାର କରିଥିଲା ଏବଂ Indian Rupee ₹୪୭୧ ମିଲିୟନର ବିତରକ ଅଂଶୀଦାର ଏକତ୍ର କରିଥିଲା ଯାହା ୨୦୧୪ ମସିହାର ସବୁଠାରୁ ଅଧିକ ରୋଜଗାର କରିଥିବା ତେଲୁଗୁ ଫିଲ୍ମରୁ ଗୋଟିଏ ଥିଲା । ଏହି ଫିଲ୍ମକୁ ତାମିଲରେ "ମଗଧୀରା" ଋପେ ଓ ମାଲାୟଲାମରେ "ଭାଇ ମାଇଁ ବ୍ରଦର" ଋପେ (Dub) (ଅନ୍ୟ ଭାଷାରେ ଅନୁବାଦ କରିବା) କରାଯାଇଥିଲା ।

ଉତ୍ପାଦନ ଓ ବିକାଶ ସମ୍ପାଦନା

ଦିଲ ରାଜୁ ଟେକ୍ନିକ ଋପେ ସଞ୍ଚାଳିତ ଫିଲ୍ମର ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ବାମସୀ ପେଡିପଲ୍ଲୀଙ୍କଦ୍ୱାରା ଲିଖିତ ଏକ ସ୍କ୍ରିପ୍ଟର ଚୟନ କରିଥିଲେ ।[୩] ରାଜୁ ଅକ୍ଟୋବର ୨୦୧୧ ମସିହା ଆରମ୍ଭରେ ଆଧିକାରିକ ଋପେ ଏହି ପରିୟୋଜନାର ଘୋଷଣା କରିଥିଲେ ଏବଂ ତା'ସହିତ ରାମ ଚରଣଙ୍କୁ ଫିଲ୍ମର ନାୟକ ଭାବେ ଘୋଷଣା କରିଥିଲେ ।ଏହି ପରିୟୋଜନାର ନିର୍ମାଣ ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ ବ୍ୟାନର ତଳେ କରାଯାଇଥିଲା , ଏହା ସହିତ ଏହାର କଳାକାର ଏବଂ କର୍ମୀ ଦଳ ସହ ବିବରଣୀର ଘୋଷଣା କରାଯାଇଥିଲା ।[୪] ଚରଣଙ୍କ ସହିତ ପଟକଥା ସେୟାର କରିବା ପୂର୍ବରୁ, ପେଡିପଲ୍ଲୀ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ "ବୃନ୍ଦାବନ" (୨୦୧୦) ପରି ନିର୍ଦ୍ଦେଶିତ ପାରିବାରିକ ନାଟକ ପରେ ଏହା ଉପରେ କାମ କରିଥିଲେ ।[୫] ଦେବୀ ଶ୍ରୀ ପ୍ରସାଦଙ୍କୁ ନଭେମ୍ବର ୨୦୧୧ ମସିହା ଆରମ୍ଭରେ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଋପେ ଘୋଷଣଆ କରାଯାଇଥିଲା, ସେ ପେଡିପଲ୍ଲୀ ଓ ଚରଣଙ୍କ ସହିତ ନିଜର ପ୍ରଥମ ସହକାର୍ଯ୍ୟତାକୁ ଚିହ୍ନିତ କରିଥିଲେ । ସଙ୍ଗୀତର ବୈଠକ ଗୋଆରେବା ଆୟୋଜିତ କରାଯାଇଥିଲା ।[୬]

ଫିଲ୍ମର ନିର୍ମାଣ ଆଧିକାରିକ ଋପେ ହାଇଦ୍ରାବାଦରେ ୯ ଡିସେମ୍ବର ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ;[୭] ଫିଲ୍ମର ଶୀର୍ଷକ ୟେଭାଡୁ ଘୋଷଣା କରାଗଲା ଓ ସେହିଦିନ ଏକ ଫାଷ୍ଟ ଲୁକ ପୋଷ୍ଟରର ଅନାବରଣ କରାଯାଇଥିଲା ।[୮] ପେଡିପଲ୍ଲୀ , ବଙ୍କାଥମ ବମସୀଙ୍କଦ୍ୱାରା ଲିଖିତ କାହାଣୀରୁ ତାଙ୍କ ପଟକଥାର ଆଧାର ବନେଇଥିଲେ ।[୯] ଆନନ୍ଦ ସାଇ, ଫିଲ୍ମର କଳା ନିର୍ଦ୍ଦେଶକ ଥିଲେ ଏବଂ ସେ ସେପ୍ଟେମ୍ବର ୨୦୧୩ ପର୍ଯ୍ୟନ୍ତ ନିଜ କାମ ପୁରଣ କରିଥିଲେ ।[୧୦] ଅବ୍ବୂରୀ ରବି, ସମ୍ବାଦରେ ଯୋଗଦାନ ଦେଇଥିଲେ ।[୧୧] ଶ୍ରୀ ରାମ ପ୍ରସାଦ, ଫିଲ୍ମର ଛାୟାକାର ଥିଲେ ଏବଂ ଭେଙ୍କଟଶ ଫିଲ୍ମର ସମ୍ପାଦକ ଥିଲେ ।[୧୨]

ବିଷୟ-ବସ୍ତୁ ଓ ପ୍ରଭାବ ସମ୍ପାଦନା

ଫିଲ୍ମର ଲେଖକ ମାନଙ୍କ ସତ୍ତ୍ୱେ, ବଙ୍କାଥମ ବମସୀ ଜୁନ ୨୦୧୩ ମସିହା ଆରମ୍ଭରେ ଏହାର ଖଣ୍ଡନ କରିଥିଲେ ।[୧୩] ବହୁ ଆଲୋଚକ ମାନଙ୍କ ମତ ଥିଲା ଯେ, ୧୯୯୭ ମସିହା ଆକ୍ସନ ଫିଲ୍ମ "ଜାନ ବୁ"ର ଫେସ ଅଫ ଉପରେ ଅଧିକ ପ୍ରେରିତ ଥିଲା, ତା'ସହିତ ତେଲୁଗୁ ଫିଲ୍ମ "ଛତ୍ରପତୀ" (୨୦୦୫) ଓ "ବିକ୍ରମାରକୁଡୁ" (୨୦୦୬)ର ସମାନତା, ଦୁହେଁ ଏସ ଏସ ରାଜାମୌଲୀଙ୍କଦ୍ୱାରା ନିର୍ଦ୍ଦେଶିତ ଥିଲା । ଆମ ସହିତ ଫିଲ୍ମ ନିର୍ମାତା ନାହାନ୍ତି, ଯାହାଙ୍କ ପାଖେ ଆବଶ୍ୟକ ରଚନାତ୍ମକ ଓ ଟେକେନିକ ରହିବା ଆବଶ୍ୟକ , ଯେଉଁମାନେ ୧୯୯୭ ମସିହାର ଆକ୍ସନ ଥ୍ରିଲର ଫିଲ୍ମର ଅନୁକୂଳନକୁ ତିଆରି କରିବାର ଉପାୟ ଜାଣିଛନ୍ତି । ନିର୍ଦ୍ଦେଶକ କେବଳ ଜଣେ ଏକ ନାଟକକୁ ତିଆରି କରିବା ପାଇଁ କେନ୍ଦ୍ରୀୟ ବିଚାରକୁ ଆଧାର ଭାବେ ନେଇଥାନ୍ତି ।

ଆଧାର ସମ୍ପାଦନା

  1. Shekhar (14 August 2013). "Ram Charan's Yevadu Release Further Delayed By Seemandhra Issue". Oneindia Entertainment. Archived from the original on 10 January 2015. Retrieved 10 January 2015.
  2. Seshagiri, Sangeetha (16 February 2014). "Top Worldwide Share (Telugu): 'Yevadu', 'SVSC', 'Attarintiki Daredi', 'Mirchi' and Other Films". International Business Times India. Archived from the original on 10 January 2015. Retrieved 10 January 2015.
  3. "'My dream come true'". Deccan Chronicle. 24 July 2013. Archived from the original on 7 January 2015. Retrieved 7 January 2015.
  4. "Dil Raju ropes in Ramcharan". Sify. 10 October 2011. Archived from the original on 7 January 2015. Retrieved 7 January 2015.
  5. Sunita Chowdary, Y. (9 September 2012). "'It's a challenge'". The Hindu. Archived from the original on 7 January 2015. Retrieved 7 January 2015.
  6. "DSP for Ram Charan, Vamsi film". Sify. 1 November 2011. Archived from the original on 7 January 2015. Retrieved 7 January 2015.
  7. "Ram Charan Teja's Yevadu launched". Oneindia Entertainment. 10 December 2011. Archived from the original on 7 January 2015. Retrieved 7 January 2015.
  8. "Ram Charan, Vamsi film titled Yevadu". Sify. 9 December 2011. Archived from the original on 7 January 2015. Retrieved 7 January 2015.
  9. "Script by destiny". The Hindu. 9 November 2012. Archived from the original on 7 January 2015. Retrieved 7 January 2015.
  10. "Going great guns". The Hindu. 1 September 2013. Archived from the original on 7 January 2015. Retrieved 7 January 2015.
  11. TNN (23 May 2012). "Vamsi Paidipalli Excited about Ram Charan's "Yevadu"". The Times of India. Archived from the original on 7 January 2015. Retrieved 7 January 2015.
  12. "'Yevadu' To Arrive On The 19th December". IndiaGlitz. 19 November 2013. Archived from the original on 7 January 2015. Retrieved 7 January 2015.
  13. "'Yevadu' not inspired from 'Face/Off' !". IndiaGlitz. 4 June 2013. Archived from the original on 10 January 2015. Retrieved 10 January 2015.