ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୩ୟ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ "ହ୍ରସ୍ୱ ଇ" । ଏହାର ମାତ୍ରା " ି " ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ ସମ୍ପାଦନା

ଏହାର ଉଚ୍ଚାରଣ ତାଳୁ ।[୧]

ଇତିହାସ ଓ ପୁରାଣ ସମ୍ପାଦନା

ବ୍ୟବହାର ସମ୍ପାଦନା

ବିଶେଷଣ ସମ୍ପାଦନା

କେତେକ ବିଶେଷଣ ପଦ ଶେଷରେ ଇକାର ଯୋଗ ହେଲେ ତାହା ଗୁଣବାଚକ ବିଶେଷ୍ୟ ହୋଇଥାଏ; ଯଥା- ଚଲାଖରୁ ଚଲାଖି, ବଦମାସରୁ ବଦମାସି ଆଦି ।

ପ୍ରତ୍ୟୟ ସମ୍ପାଦନା

ନିମିତ୍ତାର୍ଥକ "କୁ" ପ୍ରତ୍ୟୟ ଲୋପ ହୋଇ ବିକଳ୍ପରେ ମୂଲ ଧାତୁ ଶେଷରେ "ଇ" ଯୋଗ ହୋଇଥାଏ, ଯଥା- ଆଣି ଯାଉଛି = ଆଣିବାକୁ ଯାଉଛି, ମାରି ମନ କରୁଛି = ମାରିବାକୁ ମନ କରୁଛି ।

ପୁରାତନ ପ୍ରୟୋଗ ସମ୍ପାଦନା

ଦ୍ୱିତୀୟା ବିଭକ୍ତିରେ "କୁ", ଯଥା - ଆଜ୍ଞା ପ୍ରମାଣେ ଯାଅ ସାରଦା ଦେବିଇ ।[୨]

ସାଙ୍କେତିକ ଚିହ୍ନ ସମ୍ପାଦନା

ସାଙ୍କେତିକ ଚିହ୍ନରେ ବ୍ୟବହାର କଲାବେଳେ ଏହାର ଦୁଇ ପାଖରେ ଦୁଇଟି ଗାର ଦେଇଦିଆଯାଏ ।

ଯଥା - | ଇ | କଟକ
ସମ୍ବଲପୁରୀରେ: ଇ ଜୁଗେ କଁଠି (= ଲଙ୍ଗଳ କଣ୍ଟିରେ) ହାତ୍ ନେଇଁ ଦିଲେ ଆର୍ ନେଇଁ ଚଲେ ।

ଅନ୍ୟାନ୍ୟ ସମ୍ପାଦନା

ଏହା ଅନ୍ୟ ଶବ୍ଦ ପୂର୍ବରୁ ବ୍ୟବହାର କରାଯାଇଥାଏ ।

ଯଥା - ଇଆଡ଼େ, ଇଲାଗେ, ଇମିତି, ଇଛୁଣି

ବିଦେଶି ଭାଷା ସମ୍ପାଦନା

ଏହି "ଇ କାର" ଫାରସି, ଆରବୀ, ଇଂରାଜୀରେ ମଧ୍ୟ ଅଛି [୧]

କମ୍ପ୍ୟୁଟର କୋଡ଼ ସମ୍ପାଦନା

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B07 ଓ "ଇକାର" (" ି ")ର କୋଡ଼ ହେଲା : 0B3F[୩]

ଆଧାର ସମ୍ପାଦନା