ହିଲଟନ ହେଡ ଦ୍ୱୀପ, ଦକ୍ଷିଣ କାରୋଲିନା

ଏହା ଦକ୍ଷିଣ କାରୋଲିନାରେ ଥିବା ଏକ ରେସର୍ଟ ଟାଉନ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Hilton Head Island
Harbour Town Marina in Sea Pines Resort with the Harbour Town Lighthouse
Harbour Town Marina in Sea Pines Resort with the Harbour Town Lighthouse
Nickname(s): 
Hilton Head and HHI
Location of Hilton Head Island in Beaufort County and South Carolina
Location of Hilton Head Island in Beaufort County and South Carolina

ହିଲଟନ ହେଡ ଦ୍ୱୀପ (ଇଂରାଜୀ ଭାଷାରେ Hilton Head Island, ବା Hilton Head) ଯୁକ୍ତରାଷ୍ଟ୍ର ଆମେରିକାର ବିଉଟି କାଉଣ୍ଟି, ଦକ୍ଷିଣ କାରୋଲିନାର ଅବରୋଧକାରୀ ଦ୍ୱୀପରେ ଥିବା ଏକ ରେସର୍ଟ ଟାଉନ (Lowcountry resort town) ।[୧] କ୍ୟାପଟେନ ଉଇଲିଅମ ହିଲଟନ‌ଙ୍କ ନାମାନୁସାରେ ଏହି ଦ୍ୱୀପର ନାମକରଣ ହୋଇଛି ଯିଏ ସନ ୧୬୬୩ରେ ପୋର୍ଟ ରୟଲ ସାଉଣ୍ଡର ପ୍ରବେଶ ପଥରେ ଏକ ହେଡଲ୍ୟାଣ୍ଡ ଥିବା ଚିହ୍ନଟ କରିଥିଲେ ଯାହାକୁ ମ୍ୟାପ ତିଆରି କରିବା ବ୍ୟକ୍ତିମାନେ "ହିଲଟନସ ହେଡଲ୍ୟାଣ୍ଡ" ନାମକରଣ କରିଥିଲେ । ଆଟଲାଣ୍ଟିକ ସାଗର କୂଳରେ ଏହି ଦ୍ୱୀପ ୧୨ ମାଇଲ ବା ୧୯ କିମି ବ୍ୟାପୀ ରହିଛି ଓ ଏହା ଏକ ଲୋକପ୍ରିୟ ଛୁଟି କାଟିବା ସ୍ଥଳ ରୂପେ ପରିଚିତ ହୋଇଛି । ସନ ୨୦୦୪ରେ ପ୍ରାୟ ୨.୨୫ ନିୟୁତ ଆଗନ୍ତୁକ ଏଠାକୁ ଆସି ପ୍ରାୟ ୧.୫ବିଲିଅନ ଡଲାର ଏଠାରେ ଖର୍ଚ୍ଚ କରିଥିଲେ । [୨] ୨୦୧୦ର ଜନ‌ଗଣନା (2010 census) ଅନୁସାରେ ବର୍ଷ ବ୍ୟାପି ଲୋକସଂଖ୍ୟା ୩୭,୦୯୯ ଥିଲା । [୩] ଗ୍ରୀଷ୍ମ ଛୁଟିରେ ଏହାର ଲୋକସଂଖ୍ୟା ପ୍ରାୟ ୧୫୦,୦୦୦ ହୋଇଯାଏ ।[୪] ବିଗତ ଦଶ ବର୍ଷରେ ଏହାର ଲୋକସଂଖ୍ୟା ୩୨% ବଢ଼ିଛି । [୫] ହିଲଟନ ହେଡ ଦ୍ୱୀପ ଏକ ମେଟ୍ରୋପଲିଟାନ ଏରିଆରେ (Hilton Head Island-Bluffton-Beaufort metropolitan area) ଅଛି ଯାହାର ସନ ୨୦୧୫ ଜନସଂଖ୍ୟା ଅନୁସାରେ ପ୍ରାୟ ୨୦୭,୪୧୩ ଥିଲା ଓ ଏହା ମଧ୍ୟରେ ହିଲଟନ ହେଡ ଦ୍ୱୀପ ଏକ ସ‌ହର ହୋଇ ତିଷ୍ଠିରହିଛି ।

ଏହି ଦ୍ୱୀପର ସମୃଦ୍ଧଶାଳୀ ଇତିହାସ ଅଛି । ଏଠାରେ ସ୍ଥାନୀୟ ଆମେରୀକିୟ ଅଧିବାସୀମାନେ ଏହି ସ୍ଥାନ‌କୁ ଋତୁ ଭିତ୍ତିରେ ଆସି ବାସ କରୁଥିଲେ ଓ ଏହି ପ୍ରଥା ଅନୁସାରେ ୟୁରୋପୀୟ ଅନ୍ୱେଷଣକାରୀ ଓ ତୁଳା ବେପାରୀମାନେ ଆସି ରହୁଥିଲେ । ଆମେରିକୀୟ ନାଗରିକ ଗୃହଯୁଦ୍ଧ (Civil War) ସମୟରେ ଏହି ସ୍ଥାନରେ ଅନ୍ୟାନ୍ୟ ଦକ୍ଷିଣ ବନ୍ଦର ପଥକୁ ଅବରୋଧ (Union blockade) କରାଯାଉଥିଲା । ୟୁନିଅନ ହାତକୁ ଦ୍ୱୀପ ଆସିବା ପରେ ଶହ ଶହ ପୂର୍ବତନ କ୍ରୀତଦାସମାନେ ଏହି ହିଲଟନ ହେଡକୁ ଆସି ରହିଗଲା । ଏବେ ମଧ୍ୟ ତାଙ୍କର ସେହି ଗୁଲ୍ଲାହ ବା ଗ୍ରୀଚ (Gullah (or Geechee)) ବଂଶଧରମାନେ ଏଠାରେ ରହି ତାଙ୍କର ସଂସ୍କୃତିକୁ ବଜାୟ ରଖିଛନ୍ତି । [୬]

ସନ ୧୯୮୩ରେ ହିଲଟନ ଦ୍ୱୀପରେ ଏକ ମ୍ୟୁନିସିପାଲିଟି ତିଆରି ହେଲା ଓ ଏହି ସ୍ଥାନର ପରିବେଶ-ବନ୍ଧୁତ୍ୱ ବିକାଶରେ ସ‌ହାୟକ ହୋଇ ପ୍ରଶଂସନୀୟ ହେଲା । [୭] ଏହି ଟାଉନର ପ୍ରାକୃତିକ ସାଧନ ବିଭାଗ ଏହାର ଭୂମି ଅର୍ଡ଼ିନାନ୍ସ ବଳରେ ପ୍ରାସାଦ ତିଆରି ସ୍ଟାଇଲ ଓ ଉପସ୍ଥିତ ବୃକ୍ଷ ଗ‌ହଳ ମଧ୍ୟରେ ରହିବା ପଦ୍ଧତିକୁ ସୀମିତ କରିବା ନିୟମ କରିଛନ୍ତି । [୮] ଏହା ଫଳରେ ହିଲଟନ ହେଡ ଦ୍ୱୀପରେ ଗୃହ ଅନୁପାତରେ ବୃକ୍ଷ ସଂଖ୍ୟା ଅସ୍ୱାଭାବିକ ଭାବରେ ଅଧିକ ରହୁଛି । [୯] ଦ୍ୱୀପର ପ୍ରାୟ ୭୦% ସ୍ଥାନ ଘେର ଓ ଗେଟ (gated communities) ମଧ୍ୟରେ ରହିଛି ଯାହା ମଧ୍ୟରେ ପର୍ଯ୍ୟଟକ ରହିବା ସ୍ଥାନ ମଧ୍ୟ ରହିଛି ।[୧୦] କେତେକ ସମୁଦ୍ରକୁଳର ପରିସ୍ଥିତି ନିୟନ୍ତ୍ରଣ କରଛନ୍ତି ଯାହା ମଧ୍ୟରେ କେବଳ ଟାଉନ ବାସିନ୍ଦା ବ୍ୟବ‌ହାର କରିବା ନିମନ୍ତେ ଗୋଟିଏ କୁଳ ସଂରକ୍ଷିତ ଅଛି । ସେହି ବାସିନ୍ଦାମାନେ ଏକ ଭୂମି କିଣିବା ବଣ୍ଡ ରେଫରେଣ୍ଡମ ବଳରେ ଟାଉନର ବ୍ୟବସାୟୀକ ବୃଦ୍ଧିକୁ ନିୟନ୍ତ୍ରଣ କରୁଛନ୍ତି । [୧୧]

ଆଧାର ସମ୍ପାଦନା

  1. "Hilton Head Island". Geographic Names Information System. United States Geological Survey, United States Department of the Interior.
  2. "Employment Fast Facts," Archived 2010-04-14 at the Wayback Machine. Hilton Head Island — Bluffton Chamber of Commerce – Accessed January 31, 2007.
  3. "Geographic Identifiers: 2010 Demographic Profile Data (G001): Hilton Head Island town, South Carolina". U.S. Census Bureau, American Factfinder. Retrieved April 4, 2014.
  4. "Consolidated Municipal Budget Fiscal Year July 1, 2016 – June 30, 2017," Archived September 18, 2016, at the Wayback Machine. Town of Hilton Head Island, Accessed August 22, 2017.
  5. "Lowcountry Workforce on the Web," Archived 2007-04-27 at the Wayback Machine. Hilton Head Island — Bluffton Chamber of Commerce – Accessed January 31, 2007.
  6. "Snapshots," Archived 2008-02-29 at the Wayback Machine. Sky Magazine (Delta), December 2007. Accessed December 24, 2007.
  7. William W. Starr, "Graceful Growth," Archived 2008-02-29 at the Wayback Machine. Sky Magazine (Delta), December 2007. Accessed December 20, 2007.
  8. "20 Who Made a Difference," Archived 2003-10-03 at the Wayback Machine. Lowcountry Now (Savannah Morning News), 2003 – Accessed February 16, 2007.
  9. Gale B. "Hilton Head: the canopy view," Archived 2015-10-16 at the Wayback Machine. American Forests, November–December 1990. Accessed February 16, 2007.
  10. "Hilton Head, way ahead of its time," USA Today, September 1, 2006 – Accessed February 14, 2007.
  11. Whitney T. and Gordon J. "An Investigation of Sprawl Development and Its Effect on Transportation Planning: The Lower Savannah Region of Government," Archived 2017-06-18 at the Wayback Machine. South Carolina State University — School of Engineering Technology and Sciences, 2001 – Accessed February 15, 2007.