ସ୍ତୁତି ଚିନ୍ତାମଣି

ଓଡ଼ିଆ ଭାଷାରେ ରଚିତ ପୁ୍ସ୍ତକ

ସ୍ତୁତିଚିନ୍ତାମଣି ଭୀମ ଭୋଇଙ୍କ ରଚିତ ଏକ ଓଡ଼ିଆ ଜଣାଣ ଗ୍ରନ୍ଥ ।[୧] ଏହା ଭୀମ ଭୋଇଙ୍କର ଏକ ପ୍ରମୁଖ ରଚନା[୨] ଏବଂ ମହିମା ଧର୍ମର ମୁଖ୍ୟ ଗ୍ରନ୍ଥ । ଏଥିରେ ସେ ଅଲେଖ ମହିମାଙ୍କ ବିଷୟ ବ୍ୟାଖ୍ୟାନ କରିବା ସହିତ ଅଲଖିଆମାନଙ୍କ (ସାଧକ) ପାଇଁ ତାଙ୍କର ବାଣୀ ଓ ଅନ୍ୟାନ୍ୟ ସାଧନା ଉଲ୍ଲେଖ କରିଛନ୍ତି । ସ୍ତୁତିଚିନ୍ତାମଣିରେ ଶହେରୁ ଅଧିକ ବୋଲି ରହିଛି ଓ ପ୍ରତିଟି ବୋଲି ୨୦ଟି ଭାଗରେ ବିଭକ୍ତ । ଏହି ଗ୍ରନ୍ଥରେ ମୋଟ ୪୦୦୦ ଧାଡ଼ି ୨୦୦୦ ପଙ୍‌କ୍ତିରେ ବିଭକ୍ତ । ଗ୍ରନ୍ଥଟି ଆତ୍ମଜୀବନୀମୂଳକ ଓ ଏଥିରେ ଭୀମଭୋଇ ନିଜର ଅନୁଭୂତି ଆଦି ଉଲ୍ଲେଖ କରିଛନ୍ତି । ଗ୍ରନ୍ଥର ଶେଷ ଆଡ଼କୁ ଅଲେଖ ମହିମାଙ୍କ ବିଷୟ ସନ୍ନିବେଶିତ ଏବଂ ମଣିଷମାନଙ୍କ ଦୁଃଖ ନାଶ ନିମନ୍ତେ ଭୀମ ଭୋଇ ତାଙ୍କ ଆଗରୁ ରଚିତ ଓ ବର୍ଣ୍ଣିତ ଶୂନ୍ଯ ନିରଞ୍ଜନଙ୍କ ବାବଦରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ସ୍ତୁତି ଚିନ୍ତାମଣିରେ ବ୍ରହ୍ମା, ବିଷ୍ଣୁଶିବ ଆଦି ଦେବତାଙ୍କୁ ଅଲେଖ ମହିମାଙ୍କ ନିମ୍ନରେ ରଖାଯାଇଛି ।[୩] ଏହି ମୂଳ ଗ୍ରନ୍ଥ ଭିନ୍ନ ଭିନ୍ନ ସଂକଳକ ଓ ପ୍ରକାଶକଙ୍କଦ୍ୱାରା ମୁ୍ଦ୍ରିତ ହୋଇ ପ୍ରକାଶିତ ହୋଇଛି । ଏଥି ମଧ୍ୟରୁ ୧୯୫୬-୧୯୬୬ ମସିହାରେ ଉମେଶ ସାମନ୍ତରାୟଙ୍କ ସଂକଳିତ ସମାନ ନାମରେ ପ୍ରକାଶିତ ପୁସ୍ତକ[୪][୫], ୧୯୮୬ ମସିହାରେ ଭୀମ ଭୋଇଙ୍କ ସାମଗ୍ରିକ ରଚନା କରୁଣାକର କରଙ୍କଦ୍ୱାରା ସଂକଳିତଭକ୍ତକବି ଭୀମଭୋଇ ଗ୍ରନ୍ଥାବଳୀ ନାମକ ପୁସ୍ତକ[୬], ୨୦୨୦ ମସିହାରେ ସତ୍ୟନାରାୟଣ ସ୍ୱାଇଙ୍କ ଅନୂଦିତ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଇଂରାଜୀ ପୁସ୍ତକ Bhima Bhoi's Stutichintamani ଆଦି ଅନ୍ୟତମ ।[୭]

ଆଧାର ସମ୍ପାଦନା

  1. Panda, D. (1972). An Inter-disciplinary Seminar on Mahima Dharma & Darshan. Shamkar Philosophy Association, D.A.V. College. Retrieved 2023-04-24.
  2. "Explained: Who Is Bhim Bhoi, The Saint-Poet Quoted By President Droupadi Murmu In Her Speech". Outlook. 25 July 2022. Retrieved 24 April 2023.
  3. Bureau, KalingaTV (2022-09-22). "Representation of Marginalised Voices in the Poetry of Bhima Bhoi". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-04-25.
  4. "Stuti cintāmaṇi | WorldCat.org". www.worldcat.org (in ଇଂରାଜୀ). Retrieved 2023-04-24.
  5. Bhīma Bhoi; Sāmantarāẏa, Umeśa (149). Stuti cintāmaṇi. Dharmagrantha māḷā. Kaṭaka: Dharmagrantha Shṭora.
  6. "Bhaktakabi Bhīmabhoi granthābaḷī | WorldCat.org". www.worldcat.org (in ଇଂରାଜୀ). Retrieved 2023-04-24.
  7. "Bhima Bhoi's Stutichintamani | WorldCat.org". www.worldcat.org (in ଇଂରାଜୀ). Retrieved 2023-04-24.

ବାହାର ଲିଙ୍କ ସମ୍ପାଦନା