ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଭାବରେ ୨୫ ଡିସେମ୍ବରରେ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ପାଳନ କରାଯାଏ । ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ ଦିନ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।[୧][୨]

ନବେ ବର୍ଷ ବୟସ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପଣ୍ଡିତ ମଦନ ମୋହନ ମାଲବିୟଙ୍କୁ (ମୃତ୍ୟୁ ପରେ) ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ବିଜେତା ଭାବରେ ୨୩ ଡିସେମ୍ବର ୨୦୧୪ରେ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଦ୍ୱାରା ଘୋଷଣା କରାଯାଇଥିଲା । ଏହି ଘୋଷଣା ପରିପ୍ରେକ୍ଷୀରେ ତତ୍କାଳୀନ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ ସ୍ଥିର କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ଭାବରେ ପାଳନ କରାଯିବ ।

ଆଧାର ସମ୍ପାଦନା

  1. Government to Announce Bharat Ratna for Atal Bihari Vajpayee, Madan Mohan Malaviya Today: Sources
  2. Nazir, Tashafi (25 December 2021). "Good Governance Day: Things About Atal Bihari Vajpayee That People Still Love And Admire". thelogicalindian.com (in ଇଂରାଜୀ). Retrieved 22 February 2022.