ସୁବାସ ଚନ୍ଦ୍ର ବାଗ

ଓଡ଼ିଆ ରାଜନୀତିଜ୍ଞ

ସୁବାସ ଚନ୍ଦ୍ର ବାଗ (୮ ଜୁନ ୧୯୪୬ - ୩୧ ଡିସେମ୍ବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁବାସ ଚନ୍ଦ୍ର ବାଗ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀକୃଷ୍ଣ ଚନ୍ଦ୍ର ପଣ୍ଡା
ପର ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀସଇଁତଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-06-08)୮ ଜୁନ ୧୯୪୬
ମୃତ୍ୟୁ୩୧ ଡିସେମ୍ବର ୧୯୮୯(1989-12-31) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀଆରତୀ ବାଗ
ବାପା/ବୋଉବୀରେନ୍ଦ୍ର ବାଗ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

ସୁବାସ ଚନ୍ଦ୍ର ବାଗ ୧୯୪୬ ମସିହାର ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରେନ୍ଦ୍ର ବାଗ ଏବଂ ପତ୍ନୀଙ୍କ ନାମ ଆରତୀ ବାଗ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁବାସ ଚନ୍ଦ୍ର ବାଗ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ସୁବାସ ଚନ୍ଦ୍ର ବାଗ ୧୯୮୯ ମସିହାର ଡିସେମ୍ବର ୩୧ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Subash Chandra Bag". odishaassembly.nic.in. Odisha Assembly. Retrieved 20 October 2021.