ସୁପ୍ରିୟା କୁମାରୀ

ଭାରତୀୟ ଅଭିନେତ୍ରୀ

ସୁପ୍ରିୟା କୁମାରୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ବୈରୀ ପିୟା, ଲୁଟେରୀ ଦୁହ୍ଲନ, ଅନୁଦାମିନିନୀଶଙ୍କର - ଧରୋହର ଅପନୋଁ କି ଭଳି ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା ।[] ସେ ହିନ୍ଦୀ କଥାଚିତ୍ର ଏକ୍କିସ୍ ତପୋଁ କି ସଲାମୀରେ ମଧ୍ୟ ଅଭିନୟ କରିଛନ୍ତି ।[]

ସୁପ୍ରିୟା କୁମାରୀ
ଜନ୍ମ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସେଣ୍ଟ ଜାଭିଅର୍ କଲେଜ, ରାଞ୍ଚି
ବୃତ୍ତି
  • ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ବୈବାହିକ-ସାଥୀs
ପଙ୍କଜ ସିହ୍ନା
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ଋଷିକେଶ ଇଙ୍ଗେଲ୍
(m. ୨୦୧୪)

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ସେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଓ ମାଆ ଜଣେ ଗୃହିଣୀ । ସେ ଏସ୍.ଏସ୍. ଦୋରୋନ୍ଦୋ ଗାର୍ଲସ୍ ହାଇସ୍କୁଲରେ ପଢ଼ୁଥିଲେ ଏବଂ ରାଞ୍ଚି ସ୍ଥିତ ସେଣ୍ଟ ଜାଭିଅର୍ କଲେଜରୁ ତାଙ୍କର ସ୍ନାତକ କରିଥିଲେ । ସେ ଜଣେ ଶିଶୁ କଳାକାର ଓ ନର୍ତ୍ତକୀ ଭାବରେ ଦୂରଦର୍ଶନରେ କାମ କରିଥିଲେ । ସେ କଥକ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ।[]

ଅଭିନୟ ଜୀବନ

ସମ୍ପାଦନା

ସେ ଝାଡ଼ଖଣ୍ଡର ନାଗପୁରୀ ଓ କୋରଠା ଆଲବମ୍‌ରେ କାମ କରିଛନ୍ତି । ସେ ୫୦ରୁ ଅଧିକ ଆଲବମ୍‌ରେ କାମ କରିଛନ୍ତି ।[] ୨୦୦୫ ମସିହାରେ, ସେ ନାଗପୁରୀ କଥାଚିତ୍ର ଅୱାରା ତୋରେ ପ୍ୟାର୍ ମେଁରେ କାମ କରିଥିଲେ ।[] ୨୦୦୯ ମସିହାରେ, ସେ ଭାରତୀୟ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଅଗ୍‌ଲେ ଜନମ୍ ମୋହେ ବିଟିୟା ହି କିଜୋରେ କାମ କରିଥିଲେ । ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବୈରୀ ପିୟାରେ ଆମୋଲି ଭୂମିକା ଅଭିନୟ କରିଥିଲେ । ଲୁଟେରୀ ଦୁହ୍ଲନ, ଅନୁଦାମିନୀମେରେ ସାଇ - ଶ୍ରଦ୍ଧା ଔର୍ ସବୁରୀ ଆଦି ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଛୋଟକି ଛଟଙ୍କି ୱେବ୍ ସିରିଜ୍‌ରେ କାମ କରିଛନ୍ତି ।[][]

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୯ ବୈରୀ ପିୟା ଅମୋଲି ଦିଗବିଜୟ ସିଂହ
ଅଗ୍‌ଲେ ଜନମ ମୋହେ ବିଟିୟା ହି କିଜୋ
୨୦୧୦ ରକ୍ତ ସମ୍ବନ୍ଧ ପ୍ରିୟା
ଅର୍‌ମାନୋଁ କା ବଲିଦାନ୍ - ଆରକ୍ଷଣ ମୀଠି
୨୦୧୧ ଲୁଟେରୀ ଦୁହ୍ଲନ୍ ଲୁଟେରୀ ଦୁହ୍ଲନ୍
୨୦୧୨ ସାବଧାନ୍ ଇଣ୍ଡିଆ: କ୍ରାଇମ୍ ଆଲର୍ଟ୍
୨୦୧୩ ଶଙ୍କର - ଧରୋହର୍ ଅପ୍ନୋଁ କି []
୨୦୧୪ ଅନୁଦାମିନୀ ଅନୁଦାମିନୀ
୨୦୧୭ ମେରେ ସାଇ - ଶ୍ରଦ୍ଧା ଔର୍ ସବୁରୀ
୨୦୧୮ ଲାଲ୍ ଇସ୍କ ବିନ୍ଦିୟା
୨୦୨୨ ଛୋଟକି ଛଟଙ୍କି ଛୋଟକି ମୁଖ୍ୟ ନାୟିକ
୨୦୨୩ - ଏବେଯାଏଁ ତୋସେ ନୈନା ମିଲାଇ କେ କୁହୁ []

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୫ ଆୱାରା ତୋରେ ପ୍ୟାର୍ ମେଁ ନାଗପୁରୀ ଫିଲ୍ମ []
୨୦୧୩ ଜିଙ୍ଗଦି ୫୦ ୫୦ ରୂପା
୨୦୧୪ ଏକ୍କିସ୍ ତୋପୋଁ କି ସଲାମୀ ସୁଷମା ଜୋଶୀ
  1. ୧.୦ ୧.୧ "Supriya Kumari to replace Yashashri Masurkar in 'Sanskaar'". dnaindia. 22 June 2013. Retrieved 22 November 2022.
  2. "Supriya Kumari: Won't Ditch Television for Bollywood". ndtv. 9 October 2014. Retrieved 22 November 2022.
  3. ୩.୦ ୩.୧ "A star journey from Jollywood to Bollywood- Supriya Kumari". Jharkhand weekly. 15 September 2022. Retrieved 28 November 2022.
  4. ୪.୦ ୪.୧ "Debutante director dazzles audience - Nagpuria films come of age". telegraphindia. 27 May 2005. Retrieved 29 November 2020.
  5. "झॉलीवुड सुपरस्टार सुप्रिया का 12 साल बाद नागपुरी इंडस्ट्री में कमबैक, विवेक नायक संग रिलीज हुआ वीडियो". prabhat khabar. 27 July 2022. Retrieved 22 November 2022.
  6. "The waiting period does take a toll on you but you need to stay positive, says Supriya Kumari who is returning to TV after a year". timesofindia. 9 April 2022. Retrieved 22 November 2022.
  7. Bureau, ABP News. "Supriya Kumari soon to make a comeback with Serial 'Tose Naina Milaike' | Hot News". ABP Live (in ଇଂରାଜୀ). Retrieved 2023-10-04.

ବାହାର ଲିଙ୍କ୍

ସମ୍ପାଦନା