ସୁନ୍ଦର ମୋହନ ହେମ୍ରମ

ଓଡ଼ିଆ ରାଜନୀତିଜ୍ଞ

ସୁନ୍ଦର ମୋହନ ହେମ୍ରମ (ଜନ୍ମ: ୧ ଅକ୍ଟୋବର ୧୯୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁନ୍ଦର ମୋହନ ହେମ୍ରମ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀବହଳଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-10-01)୧ ଅକ୍ଟୋବର ୧୯୧୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦଳୀୟ
ଜୀବନ ସାଥୀସରୋଜବାଳା ହେମ୍ରମ
ବାପା/ବୋଉଫେତେର ହେମ୍ରମ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁନ୍ଦର ମୋହନ ହେମ୍ରମ ୧୯୧୯ ମସିହାର ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଫେତେର ହେମ୍ରମ ଓ ପତ୍ନୀଙ୍କ ନାମ ସରୋଜବାଳା ହେମ୍ରମ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁନ୍ଦର ମୋହନ ହେମ୍ରମ ଜଣେ ନିର୍ଦଳୀୟର ରାଜନେତା ଭାବରେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ନିର୍ବାଚିତ ହୋଇଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Sundar Mohan Hemrom". odishaassembly.nic.in. Odisha Assembly. Retrieved 19 January 2023.