ସୁନୀତା ଗରାବଡୁ

ଓଡ଼ିଆ ଅଭିନେତ୍ରୀ, ଉପସ୍ଥାପିକା

ସୁନୀତା ଗରାବଡ଼ୁ (ଜନ୍ମ: ୨୫ ଜାନୁଆରୀ ୧୯୯୦) ଓଡ଼ିଶାର ପ୍ରଥମ ମହିଳା ଭାବରେ କ୍ରିକେଟ୍‌ ମ୍ୟାଚ୍‌ରେ କମେଣ୍ଟ୍ରି କରିଛନ୍ତି । ସେ ନାଗପୁରରେ ଅନୁଷ୍ଠିତ ହୋଇଥିବା "୨୦୧୬ ଆଇସିସି ଟି-୨୦ ବିଶ୍ୱକପ୍‌"ରେ କମେଣ୍ଟ୍ରି କରିଥିଲେ ।[୧] ଏହା ଛଡ଼ା ସେ ଜଣେ ଅଭିନେତ୍ରୀ ତଥା ମଡେଲ୍ । କିଛି ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକରେ ଅଭିନୟ କରିଛନ୍ତି ।[୨] 

ସୁନୀତା ଗରାବଡୁ
ଜନ୍ମ (1990-01-25) ୨୫ ଜାନୁଆରୀ ୧୯୯୦ (ବୟସ ୩୪)
ସକ୍ରିୟ ବର୍ଷ୨୦୦୮ - ଏବେଯାଏଁ
ପ୍ରସିଦ୍ଧିଅଭିନେତ୍ରୀ, ଉପସ୍ଥାପିକା
ବୈବାହିକ-ସାଥୀସୋମନାଥ ନନ୍ଦ
ପିତାମାତା(s)ଶ୍ରୀପତି ଗରାବଡ଼ୁ, ଲଳିତା ଗରାବଡ଼ୁ
ୱେବସାଇଟsunitagarabadu.com

ଜନ୍ମ ଓ ପରିବାର ସମ୍ପାଦନା

ସୁନୀତା ୨୫ ଜାନୁଆରୀ ୧୯୯୦ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ସୁନୀତାଙ୍କ ବାପା ଶ୍ରୀପତି ଗରାବଡ଼ୁ ଜଣେ ବ୍ୟବସାୟୀ ଏବଂ ମାଆ ଲଳିତା ଗରାବଡ଼ୁ ଗୃହିଣୀ । ଦୁଇ ଭାଇ ଭଉଣୀରେ ସୁନୀତା ହେଉଛନ୍ତି ସାନ ।

ଶିକ୍ଷା ସମ୍ପାଦନା

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ସେ ଏୟାର୍ ହୋଷ୍ଟେସ୍ ଟ୍ରେନିଂ ମଧ୍ୟ ନେଇଛନ୍ତି ।[୩]

ଉପସ୍ଥାପନା ସମ୍ପାଦନା

ଉପସ୍ଥାପିକା ଭାବେ ସୁନୀତା ବିଧିବଦ୍ଧ ଭାବେ କୌଣସି ପ୍ରଶିକ୍ଷଣ ଲାଭ କରି ନାହାନ୍ତି । ୨୦୦୮ ମସିହାରେ ସେ ଆଙ୍କରିଂ କରିବାର ସୁଯୋଗ ଲାଭ କରିଥିଲେ । ସାଧାରଣତଃ ସେ ଜଣେ ଭିଡ଼ିଓ ଜକି ଭାବେ ପରିଚିତ । ଓଡ଼ିଶାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଜଣେ ସଫଳ ଉପସ୍ଥାପିକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । "ଖେଳ", "ଟିଭି ସୋ", "ଷ୍ଟେଜ୍ ସୋ", "ରିୟଲିଟି ସୋ" ଏବଂ "କମେଡ଼ି ସୋ" ପରି ବିଭିନ୍ନ ସୋରେ ସେ ଆଙ୍କରିଂ କରିଛନ୍ତି । "ଗୁଡ଼୍ ବଏ" ଫିଲ୍ମ୍ ହେଉଛି ସୁନୀତାଙ୍କ ଅଭିନୀତ ପ୍ରଥମ ଫିଲ୍ମ । ଇଂରାଜି ଭାଷାର ଦକ୍ଷତା ଏବଂ କମେଣ୍ଟ୍ରି କରିବାର ନିଆରା ଶୈଳୀ ସୁନୀତାଙ୍କୁ ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି ।

ଖେଳ ସମ୍ପାଦନା

  • ଆଇପିଏଲ ବିଶାଖାପାଟଣା
  • ଆଇପିଏଲ୍ କଟକ
  • ହକି ଚାମ୍ପିଅନ୍ସ ଟ୍ରଫି
  • ହକି ଇଣ୍ଡିଆନ୍ ଲିଗ୍ (ଭୁବେନଶ୍ୱର)
  • ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ୍

ଦୂରଦର୍ଶନ ସମ୍ପାଦନା

  • କମେଡି ଦରବାର (ତରଙ୍ଗ)
  • କିଛି କଥା କିଛି ଗୀତ (ତରଙ୍ଗ)
  • ବୁମ୍ ସାକା ଲାକା (ଈ-ଟିଭି)
  • ଇ-ନିୟୁଜ୍‌ (ଓଟିଭି)

ବ୍ରାଣ୍ଡ୍ / କର୍ପୋରେଟ୍ ସମ୍ପାଦନା

  • ସ୍ୟାମ୍‌ସଙ୍ଗ୍
  • ସୋନି
  • ଏମ୍.ଆର୍.ଏଫ୍
  • ଆଇଟିସି
  • ରିଲ୍ୟାନ୍ସ
  • ଟାଟା ମୋଟର୍ସ
  • କୋଲ୍ଗେଟ୍
  • କ୍ୟାଟର୍ପିଲାର
  • ସିଗ୍ରାମସ୍
  • ଅଲଟ୍ରାଟେକ୍ ସିମେଣ୍ଟ୍
  • ୟୁନିନର୍
  • ହିରୋ ମୋଟରସାଇକେଲସ୍
  • ହୋଣ୍ଡା
  • ପିରାମଲ୍
  • ହେଲଥ୍କେୟାର୍
  • ଭୋଡାଫୋନ୍
  • ଆଇସି.ଆଇସି.ଆଇ ବ୍ୟାଙ୍କ୍

କାର୍ଯ୍ୟକ୍ରମ ସମ୍ପାଦନା

  • ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍
  • ଏଣ୍ଟରଟେନ୍ମେଣ୍ଟ୍ ଇଭେଣ୍ଟ୍ ଓ୍ବିଥ୍ ଲିଡ଼ିଙ୍ଗ୍ ବଲିଉଡ଼୍ ସିଙ୍ଗର୍
  • ଫ୍ୟାଶନ୍ ସୋ ଏବଂ ବିୟୁଟି
  • ପ୍ରଡଗ୍ଟ ଲଞ୍ଚ୍
  • ମଲ୍ ପ୍ରମୋଶନ୍

ଅଭିନୟ ଜୀବନ ସମ୍ପାଦନା

ସୁନୀତା ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ବ୍ୟତୀତ କିଛି ଦୂରଦର୍ଶନ ଧାରାବାହିକ ଓ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ଅଭିନୟ କରିଥିଲେ । ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଡ୍ ବୟ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୨ ଗୁଡ୍ ବୟ ଗାୟତ୍ରୀ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ ମାଇଁ ଲଭ୍ ଷ୍ଟୋରି ଋତୁ
ଚଉକା ଛକା ଯାଜ୍ଞସେନୀ
ଧର୍ମ ଇନିସ୍‌ପେକ୍ଟର ଦୁର୍ଗା
୨୦୧୫ ଆଶିକ୍ ଇନିସ୍‌ପେକ୍ଟର ଶ୍ୱେତା


ଆଧାର ସମ୍ପାଦନା

  1. "Odia girl Sunita Garabadu to anchor ICC T20 World Cup matches in Nagpur". OTV News. 13 March 2016. Retrieved 5 March 2021.
  2. https://www.telegraphindia.com/1130315/jsp/odisha/story_16675128.jsp
  3. "Odia girl to anchor T20 matches in Nagpur | Bhubaneswar News - Times of India". The Times of India (in ଇଂରାଜୀ). 13 March 2016. Retrieved 5 March 2021.

ବାହାର ଆଧାର ସମ୍ପାଦନା