ସାମୁଦ୍ରିକ ସ୍ତନ୍ୟପାୟୀ

ସମୁଦ୍ରରେ ବାସ କରୁଥିବା ପ୍ରାଣୀମାନଙ୍କ ବିଷୟ

ସାମୁଦ୍ରିକ ସ୍ତନ୍ୟପାୟୀ (ଇଂରାଜୀ ଭାଷାରେ Marine mammals) ପ୍ରାଣୀମାନେ ଜଳଚର ପ୍ରାଣୀ (aquatic mammals ଓ ବଞ୍ଚିବା ପାଇଁ ସେମାନେ ସମୁଦ୍ର ଓ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀମାନଙ୍କ (marine ecosystems) ଉପରେ ନିର୍ଭର କରନ୍ତି । ମୁଖ୍ୟତଃ ଏହି ପ୍ରାଣୀମାନଙ୍କର ନାମ ସିଲ (seals), ତିମି (whales), ସେରେନିଆ (manatees), ସାମୁଦ୍ରିକ ଓଟ୍ଟର (en:sea otters) ଓ ପୋଲାର ବିଅର (polar bears) ବା ମେରୁ ଭାଲୁ । ସେମାନେ ଏକ ଅନୌପଚାରିକ ଦଳ ଓ ତାଙ୍କର ଜୀବନ ସଂଘର୍ଷ ଓ ଖାଦ୍ୟ ପାଇଁ ସାମୁଦ୍ରିକ ଜଳବାୟୁ ଉପରେ ନିର୍ଭର କରନ୍ତି ।

A humpback whale swimming
A humpback whale (Megaptera novaeangliae)
A black-speckled seal with a light-gray underside and a dark-gray back, sitting on rocks, its mouth agape showing sharp teeth
A leopard seal (Hydrurga leptonyx)

ସାମୁଦ୍ରିକ ସ୍ତନ୍ୟପାୟୀମାନଙ୍କର ଜଳଚର ଜୀବନ‌ଚର୍ଯ୍ୟା ନିମନ୍ତେ ହୋଇଥିବା ରୂପାନ୍ତର ଜାତି ଅନୁସାରେ ପୃଥକ ହୁଏ । ଉଭୟ ସେଟାସିଆନ ଓ ସାଇରେନିଆନ ପ୍ରାଣୀମାନେ ସମ୍ପୁର୍ଣ୍ଣରୁପେ ଜଳ ଅଧିବାସୀ ଅଟନ୍ତି । ସିଲ ଓ ସମୁଦ୍ର ସିଂହ ଅର୍ଦ୍ଧ ଜଳ ଅଧିବାସୀ; ତାଙ୍କର ଅଧିକାଂଶ ସମୟ ଜଳରେ କଟେ କିନ୍ତୁ ଯୌନ ସଙ୍ଗମ, ପ୍ରକନନ ଓ ମୋଲ୍ଟିଙ୍ଗ (molting) ପାଇଁ ସ୍ଥଳ ଭାଗକୁ ଆସନ୍ତି । ଓଟ୍ଟର ଓ ମେରୁ ଭାଲୁମାନେ ଏହାର ଠିକ୍ ବିପରୀତ ଅର୍ଥାତ ଜଳରେ ବାସ କରିବା ନିମନ୍ତେ କମ ଅନୁକୁଳିତ ଅଟନ୍ତି । ସେମାନଙ୍କର ଖାଦ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେହି କେହି ଜୁପ୍ଲାଙ୍କଟନ (zooplankton) ଖାଆନ୍ତି ଓ ଅନ୍ୟମାନେ ମାଛ, ସେଲଫିସ, ସ୍କୁଇଡ, ସାମୁଦ୍ରିକ ଘାସ ଓ ଅଳ୍ପ କେତେକ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଖାଆନ୍ତି । ସାମୁଦ୍ରିକ ସ୍ରନ୍ୟପାୟୀମାନଙ୍କର ସଂଖ୍ୟା ସ୍ଥଳଭାଗର ସ୍ତନ୍ୟପାୟୀଙ୍କ ସଂଖ୍ୟା ଅପେକ୍ଷା କମ୍ କିନ୍ତୁ ତାଙ୍କର ପର୍ଯ୍ୟାବରଣ ଭୂମିକା ବ‌ହୁତ ଅଧିକ, ବିଶେଷତଃ ସାମୁଦ୍ରିକ ଇକୋସିଷ୍ଟମର ରକ୍ଷଣାବେକ୍ଷଣରେ ଓ ଶିକାର ସଂଖ୍ୟା ନିୟନ୍ତ୍ରଣରେ । ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ମଧ୍ୟରୁ ପ୍ରାୟ ୨୩% ପ୍ରାଣୀଙ୍କର ଜୀବନ‌ ବିପଦାପନ୍ନ ଅଛି ।

ପ୍ରାୟ ୧୨୯ ପ୍ରଜାତିର ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ବଞ୍ଚିବା ନିମନ୍ତେ ସମୁଦ୍ର ଉପରେ ନିର୍ଭର କରନ୍ତି । [୧][୨] ଅନ୍ୟ ପକ୍ଷରେ ସେମାନଙ୍କୁ ଆଦିମ ଅଧିବାସୀମାନେ ଖାଦ୍ୟ ଓ ଅନ୍ୟାନ୍ୟ ଉତ୍ସ ପାଇଁ ଶିକାର କରୁଥିଲେ । ବାଣିଜ୍ୟିକ ଉଦ୍ୟୋଗ ନିମନ୍ତେ ସେମାନେ ଲକ୍ଷ ଥିଲେ ଯେପରିକି ତିମି ଓ ସିଲ । ଏହି ବାଣିଜ୍ୟିକ ଶିକାର ନିମନ୍ତେ ସ୍ଟେଲର ସମୁଦ୍ର ଗାଈ (Steller's sea cow), ସମୁଦ୍ର ମିଙ୍କ (sea mink), ଜାପାନ ସାମୁଦ୍ରିକ ସିଂହ (Japanese sea lion) ଓ କ୍ୟାରିବିଆନ ମଙ୍କ ସିଲ (Caribbean monk seal) ଇତ୍ୟାଦି ପ୍ରାଣୀ ପୃଥିବୀ ବକ୍ଷରୁ ଲୋପ ପାଇଗଲେ । ବାଣିଜ୍ୟିକ ଶିକାର ବନ୍ଦ ହେବା ପରେ ଗ୍ରେ ତିମି (gray whale) ଓ ନର୍ଦର୍ଣ୍ଣ ହାତୀ ସିଲ (northern elephant seal) ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ବିପରୀତ କ୍ରମେ ନର୍ଥ ଆଟଲାଣ୍ଟିକ ରାଇଟ ତିମି (North Atlantic right whale) ଭଳି ପ୍ରାଣୀଙ୍କ ସଂଖ୍ୟା ବିପଦଜନ‌କ ଭାବରେ କମୁଛି (critically endangered) । ଶିକାର ବ୍ୟତୀତ ମାଛ ଧରାଳୀଙ୍କ ଜାଲରେ ପଡ଼ି ଛନ୍ଦି ହୋଇ ଭୋକରେ ଅନେକ ସାମୁଦ୍ରିକ ସ୍ତନ୍ୟପାୟୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଏହା ବ୍ୟତୀତ ଦୃତଗାମୀ ଜାହାଜ ଚାଲିବା ସମୟରେ ଧକ୍କା ଲାଗିବା ଯୋଗୁ ବିରାଟକାୟ ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଅନେକ ମରିଯାଆନ୍ତି । ଆବାସ ସ୍ଥାନର ଅଧୋଗତି (Habitat degradation) କାରଣରୁ ଅନେକ ସ୍ରନ୍ୟପାୟୀ ଖାଦ୍ୟ ଯୋଗାଡ଼ରେ ସମର୍ଥ ହୋଇପାରନ୍ତି ନାହିଁ । ଉଦାହରଣ ସ୍ୱରୂପ ଶବ୍ଦ ପ୍ରଦୂଷଣ (Noise pollution) ଓ ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବ (effects of global warming) ଯୋଗୁ ମଧ୍ୟ ମେରୁ ଅଞ୍ଚଳର ଜଳବାୟୁ ପ୍ରଦୂଷିତ ହେଉଛି ।

ଆଧାର ସମ୍ପାଦନା

  1. Kaschner, K.; Tittensor, D. P.; Ready, J.; Gerrodette, T.; Worm, B. (2011). "Current and Future Patterns of Global Marine Mammal Biodiversity". PLoS ONE. 6 (5): e19653. Bibcode:2011PLoSO...619653K. doi:10.1371/journal.pone.0019653. PMC 3100303. PMID 21625431.{{cite journal}}: CS1 maint: unflagged free DOI (link)
  2. Pompa, S.; Ehrlich, P. R.; Ceballos, G. (2011-08-16). "Global distribution and conservation of marine mammals". Proceedings of the National Academy of Sciences. 108 (33): 13600–13605. Bibcode:2011PNAS..10813600P. doi:10.1073/pnas.1101525108. PMC 3158205. PMID 21808012.